ରକ୍ଷଣାବେକ୍ଷଣ ହେଉନି: ନଷ୍ଟ ହେବାକୁ ବସିଲାଣି ପଞ୍ଚାୟତ ଉଦ୍ୟାନ

ମାଲକାନଗିରି,୧୮।୪ (ଡି.ଏନ.ଏ.):  ଗ୍ରାମ ପଞ୍ଚାୟତ ସଦରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବହୁ ଅର୍ଥ ଖର୍ଚ୍ଚ ହେଉଛି। ତେବେ ରକ୍ଷଣାବେକ୍ଷଣ ଅଭାବରୁ କିଛି ବର୍ଷ ମଧ୍ୟରେ ସେସବୁ ନିଜର ପରିଚୟ ହରାଇବା ସ୍ଥିତିକୁ ଚାଲିଆସୁଛି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତରେ ଥିବା ପଞ୍ଚାୟତ ଉଦ୍ୟାନ କ୍ଷେତ୍ରରେ। କୋରୁକୋଣ୍ଡା ସଦର ପଞ୍ଚାୟତ ଗାଁ ପୋଖରୀ ନିକଟରେ ୨୦୨୦ ଫେବୃୟାରୀରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ପଞ୍ଚାୟତ ଉଦ୍ୟାନର ଶୁଭାରମ୍ଭ ହୋଇଥିଲା। ପୋଖରୀ ଚାରିପଟ ଆଲୋକୀକରଣ ପାଇଁ ୧୧ଟି ସୋଲାର ଲାଇଟ୍‌ ଲାଗିଥିଲା। ଏବେ କେବଳ ଗୋଟିଏ ଲାଇଟ ଜଳୁଥିବା ବେଳେ ବାକି ୧୦ଟି ଅଚଳ ହୋଇପଡିଛି। ଉଦ୍ୟାନରେ ପିଲାଙ୍କ ପାଇଁ ଖେଳ ସାମଗ୍ରୀ ସହ ବହୁ ବ୍ୟାୟମ ଉପକରଣ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଉପରେ ଛୋଟ ଛୋଟ ଗଛ ଲତା ମାଡିଗିଲାଣି। ସେହିପରି ଉଦ୍ୟାନ ପରିସରରେ ଗୋଟିଏ ଆଇ ଲଭ କୋରୁକୋଣ୍ଡା ଲେଖାଥିବା ଲାଇଟିଂ ବୋର୍ଡ ଲଗାଯାଇଛି। ଏହାର ଯତ୍ନ ଅଭାବରୁ ଲାଇଟ ଅଚଳ ହୋଇପଡିଛି। ରାତିରେ ଏହା କୋରୁକୋଣ୍ଡା ବଦଳରେ ରୁକୁଣ୍ଡା ଲେଖା ଥିବା ଦେଖିବାକୁ ମିଳୁଛି। ଉଦ୍ୟାନଟି ମାଲକାନଗିରି ସଦରଠାରୁ ବାଲିମେଳା ଯିବା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସହ କୋରୁକୋଣ୍ଡା ବ୍ଲକ କଲୋନୀ ପଛପଟ ହୋଇଥିଲେ ମଧ୍ୟ ଏହା ଉପରେ କାହାର ନଜର ନ ପଡିବା ପ୍ରଶାସନର ଅବହେଳାକୁ ସ୍ପଷ୍ଟ କରୁଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରି ଯଦି ଆଉ କିଛିଦିନ ଅବହେଳା ଜାରି ରହିବ ତେବେ ଉଦ୍ୟାନଟି କୋରୁକୋଣ୍ଡା ପଞ୍ଚାୟତରୁ ହଜିଯିବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି।
ଫଟୋ: ଅବହେଳିତ ଅବସ୍ଥାରେ ରହିଥିବା ପଞ୍ଚାୟତ ଉଦ୍ୟାନ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?