ମାଲକାନଗିରି

ସନ୍ଦେହଜନକ ଅବସ୍ଥାରେ ପଡ଼ିଛି କୁଢ଼କୁଢ଼ ଖାଦ୍ୟ ପଦାର୍ଥ

କୋରୁକୋଣ୍ଡା,୨ା୧୦(ଡି.ଏନ୍‌.ଏ.): ରବିବାର ସକାଳୁ ଚିତ୍ରକୋଣ୍ଡା ଏବଂ ବାଲିମେଳାକୁ ସଂଯୋଗ କରୁଥିବା ଘାଟି ରାସ୍ତାରେ ସନ୍ଦେହଜନକ ଅବସ୍ଥାରେ କୁଢ଼କୁଢ଼ ଖାଦ୍ୟ ପଦାର୍ଥ ପଡ଼ିଥିବା ଦେଖିବାକୁ ମିଳିଛି। କିଛି ଅଜଣା ବ୍ୟକ୍ତି ପେଟି ପେଟି ମୃଦୁ ପାନୀୟ, ଚକୋଲେଟ, ବିସ୍କୁଟ ଘାଟି ଅଞ୍ଚଳରେ ସ୍ଥାନେ…

ବୃଦ୍ଧଙ୍କୁ ୧୨ କି.ମି. କାନ୍ଧରେ ବୋହିଲେ ଯବାନ

ମାଲକାନଗିର,୧।୧୦(ବ୍ୟୁରୋ): ଖଇରପୁଟ ସ୍ଥିତ ୧୫୧ ବିଏସ୍‌ଏଫ ବାଟାଲିୟନର ଯବାନମାନେ କୋମ୍ବିଂ ଅପରେଶନ ସାରି ଫେରୁଥିଲେ। ସେତିକି ବେଳେ କଦମଗୁଡା ପଞ୍ଚାୟତ ଅନ୍ତର୍ଗତ ଡାବୁଗୁଡା ଗାଁରେ ପହଞ୍ଚି ଜଣେ ୭୦ ବର୍ଷୀୟ ବୃଦ୍ଧ ଦାମୋଦର ଶିଷା ଜ୍ୱରରେ ପୀଡିତ ଥିବା ଜାଣିବାକୁ ପାଇଲେ।…

ମାଥିଲିରେ ପୋଲିସର ଫ୍ଲାଗ ମାର୍ଚ୍ଚ 

ମାଥିଲି, ୧।୧୦(ଡି.ଏନ.ଏ.) : ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରରେ ଶୁକ୍ରବାର ପୋଲିସର ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଆଇଆଇସି ସୂର୍ଯ୍ୟପ୍ରକାଶ ନାୟକଙ୍କ ନେତୃତ୍ୱରେ ଫ୍ଲାଗ ମାର୍ଚ୍ଚ ଥାନା ପରିସରରୁ ବାହାରି ହସ୍ପିଟାଲ ଯାଏ ଯାଇଥିଲା। ପୋଲିସର ସମସ୍ତ କର୍ମଚାରୀଙ୍କ ସମେତ…

ଆମେ ଅପହରଣ କରିଥିବା ଅଭିଯୋଗ ମିଥ୍ୟା: ଗ୍ରାମବାସୀ

ମାଲକାନଗିରି,୨୮ା୯ (ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅ‘ର୍ଗତ ଏମ୍‌.ଭି. ୧୨୨ ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅକୁ ଏମ୍‌.ଭି. ୫୦ ଗ୍ରାମର ଗ୍ରାମବାସୀ ଅପହରଣ କରିଛନ୍ତି। ଏନେଇ ଓର୍କେଲ ଥାନାରେ ଅଭିଯୋଗ ହୋଇଛି। ତେବେ ଏହା ବିଷୟ ସମ୍ପୂର୍ଣ ମିଥ୍ୟା ବୋଲି…

୧୮ତମ ପ୍ରତିଷ୍ଠା ଦିବସ ପାଳନ କଲେ ମାଓବାଦୀ, ନାଚଗୀତରେ ଝୁମିଲେ

ମାଲକାନଗିରି,୨୬ା୯(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ବିଜାପୁର ଜିଲାରେ ଏକଜୁଟ୍‌ ହୋଇ ୧୮ତମ ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି ମାଓବାଦୀ। ପ୍ରତିବର୍ଷ ସେପ୍ଟେମ୍ବର ୨୧ରୁ ୨୭ ପର୍ଯ୍ୟନ୍ତ ମାଓବାଦୀମାନେ ଏହି ଦିବସ ପାଳନ କରିଥାନ୍ତି। ଏହି ପ୍ରତିଷ୍ଠା ଦିବସରେ ଶହ ଶହ ମାଓବାଦୀଙ୍କ ସହିତ…

ଶାଖା ତତ୍ତ୍ୱାବଧାରକ ବହିଷ୍କୃତ

ମାଲକାନଗିରି,୨୫ା୯(ସ୍ବ.ପ୍ର.): ଚାଷୀଙ୍କ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ମାଥିଲି ଲ୍ୟାମ୍ପରେ କାର୍ଯ୍ୟରତ ଶାଖା ତତ୍ୱାବଧାରକ ସତ୍ୟ ନାରାୟଣ ସ୍ବାଇଁଙ୍କୁ ବହିଷ୍କୃତ କରାଯାଇଛି। ମାଥିଲି ଏମ୍‌ଡି ସନ୍ତୋଷୀ ପରିଡାଙ୍କ ଚିଠି ନଂ. ୬୦/୨୨ ଆଧାରରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ…

ମାଲକାନଗିରିରେ ଅଜଣା ରୋଗରେ ଆଉ ଜଣଙ୍କର ଜୀବନଗଲା

ମାଲକାନଗିରି,୨୨ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ସାଲିମି ପଞ୍ଚାୟତ ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମରେ ବୁଧବାର ରାତିରେ ଆଉ ଜଣେ ଯୁବକଙ୍କ ଅଜଣା ରୋଗରେ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଲକ୍ଷ୍ମା ମାଡକାମୀ(୨୨)। ଲକ୍ଷ୍ମା ଗତ ୧୩ ତାରିଖରେ ମାଲକାନଗିରି ସଦରମହକୁମା…

ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ,ରୋଷେୟା ଚାକିରିରୁ ବହିଷ୍କୃତ

ମାଲକାନଗିରି/କୋରୁକୋଣ୍ଡା/ଏମ୍‌ଭି-୭୯,(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅଧୀନ ମାରିବାଡା ପଞ୍ଚାୟତର ମାରିବାଡାସ୍ଥିତ ଆଶ୍ରମ ବିଦ୍ୟାଳୟରେ ଗତ ୩ ତାରିଖରେ ୨୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରାବାସ ଛାଡି ଦାୟିତ୍ୱରେ ଥିବା ପରିଚାଳିକାଙ୍କ ବିରୋଧରେ ଚାଉଳ ବିକ୍ରି ଅଭିଯୋଗ ନେଇ ରାତିରେ ହଷ୍ଟେଲ ପାଚେରି…

ନିର୍ମାଣ ସରିଛି, କାର୍ଯ୍ୟକ୍ଷମ ହୋଇପାରୁନି ପୋଲ

ମାଲକାନଗିରି,୨୦ା୯ (ଡି.ଏନ୍‌.ଏ.):ମାଲକାନଗିରି ଜିଲାରେ ପ୍ରତିବର୍ଷ ଲଗାଣ ବର୍ଷାରେ ବିଭିନ୍ନ ନଦୀର ଜଳସ୍ରୋତ ବୃଦ୍ଧି ପାଇ ଯାତାୟାତ ଠପ୍‌ ହୋଇଯାଏ ା ବିଶେଷ କରି ମାଲକାନଗିରି-ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ଏମ୍‌.ଭି.-୧୧, କୋରୁକୋଣ୍ଡା, ତାର୍ଲାକୋଟାଠାରେ ଥିବା ନଦୀରେ ଏହି ଅବସ୍ଥା ଲାଗି ରହିଥିଲା। ରାଜ୍ୟ…

ଆତ୍ମସମର୍ପଣ କଲେ ୭ଶହ ମାଓବାଦୀ, ମିଲିସିଆ

ମାଲକାନଗିରି,୧୮୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅନ୍ତର୍ଗତ ଅଣ୍ଡ୍ରାହାଲ ବିଏସ୍‌ଏଫ୍‌ କ୍ୟାମ୍ପ ପରିସରରେ ଶନିବାର ୭ଶହ ମହିଳାପୁରୁଷ ମାଓବାଦୀ, ମିଲିସିଆ ଓ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନେ ଆଉ ମାଓବାଦୀଙ୍କୁ ସମର୍ଥନ କରିବେ ନାହିଁ। ନିଜ ଅଞ୍ଚଳର…

ବଜ୍ରକାପ୍ତା ବିକ୍ରି ବେଳେ ଉଦ୍ଧାର: ୮ ଗିରଫ

ମାଲକାନଗିରି,୧୭।୯(ଡି.ଏନ୍‌.ଏ): ମାଲକାନଗିରି ଜିଲା କାଲିମେଳା ବନାଞ୍ଚଳ ଅଧୀନ ପୋଟେରୁ ଅଞ୍ଚଳରୁ ବନବିଭାଗ ଶନିବାର ଏକ ବଜ୍ରକାପ୍ତା ଉଦ୍ଧାର କରିଛି। ଉକ୍ତ ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରିରୁ କାଲିମେଳାକୁ ସଂଯୋଗ କରୁଥିବା…

ଶିକ୍ଷୟିତ୍ରୀ ଛାତ୍ରଙ୍କୁ ମାଡ଼ ମାରିବା ପ୍ରତିବାଦ: ଧାରଣାରେ ବସିଲେ ଛାତ୍ରୀଛାତ୍ର

କୋରୁକୋଣ୍ଡା,୧୫ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ସରକାରୀ ସାମୀ ଶିବାନନ୍ଦ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ପିଲାଙ୍କୁ ଶିକ୍ଷୟିତ୍ରୀ ମାଡ଼ ମାରିବା ଘଟଣାକୁ ନେଇ ଗୁରୁବାର ୧୦ମ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ର ବିଦ୍ୟାଳୟକୁ ନ ଯାଇ ଗେଟ୍‌ ବାହାରେ ବସି ପ୍ରତିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?