ଚାକିରି ନାଁରେ ଠକେଇ, ଥାନାରେ ମାମଲା

ମାଲକାନଗିରି,୩ା୧୦ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଚାକିରି କରାଇଦେବା ନାଁରେ କେତେକ ଯୁବତୀଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଚାକିରି ଆଶାୟୀ ୧୫ରୁ ଊର୍ଦ୍ଧ୍ୱ ଯୁବତୀଯୁବକ ସୋମବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ମାଲକାନଗିରି ସଦର ମହକୁମାରେ ଦୁଲାଦେଈ ଫାଉଣ୍ଡେଶନ ନାମକ ଏକ ସଂସ୍ଥା ଖୋଲି ଏହାର ନିର୍ଦ୍ଦେଶକ ସୁରେଶ କୁମାର ପଣ୍ଡା ଯୁବତୀଯୁବକଙ୍କୁ ଟିପିଏସଓଡିଏଲରେ ଚାକିରି କରାଇଦେବେ କହି ଏଥିପାଇଁ ଜଣଙ୍କ ପିଛା ୪୦ ହଜାର ଲେଖାଏ ଟଙ୍କା ନେଇଥିଲେ। ଏଥିସହ ସେ ଗ୍ରାମାଞ୍ଚଳରେ ଆୟୁଷ୍ମାନ୍‌ ଯୋଜନାରେ ଔଷଧ ବାଣ୍ଟିବା ଭଳି ଚାକିରି ଦେବାକୁ କହି କେତେକଙ୍କଠାରୁ ଟଙ୍କା ନେଇଛନ୍ତି। ଟଙ୍କା ଦେଇ ଚାକିରି ନ ପାଇ ଯୁବତୀଯୁବକମାନେ ପଣ୍ଡାଙ୍କୁ ବାରମ୍ବାର ଜଣାଇ କିଛି ସୁଫଳ ପାଇ ନ ଥିଲେ। ଶେଷରେ କାଲିମେଳା ଅଞ୍ଚଳର ଏହି ଯୁବତୀଯୁବକମାନେ କାଲିମେଳା ଥାନାରେ ଗତ ୧ ତାରିଖରେ ଅଭିଯୋଗ କରିଥିଲେ। ଏନେଇ କେସ୍‌ ନଂ. ୨୫୦/୨୨ରେ ଏକ ମାମଲା ରୁଜୁ ହୋଇଛି। ପରେ ମାଲକାନଗିରି ଅଞ୍ଚଳର ଠକେଇର ଶିକାର ହୋଇଥିବା ଯୁବତୀଯୁବକମାନେ ସୋମବାର ମାଲକାନଗିରି ଥାନାରେ ଏକ ଅନୁରୂପ ଅଭିଯୋଗ କରିଛନ୍ତି। ଏହି ସଂସ୍ଥାର ମାଲିକ ପଣ୍ଡା କଟକ ଅଞ୍ଚଳର ହୋଇଥିବା ବେଳେ ତାଙ୍କ ମୋବାଇଲ ନଂ. ୭୩୨୭୦ ୬୩୩୪୭ରେ ଯୁବତୀଯୁବକମାନେ ଫୋନ୍‌ ପେ ମାଧ୍ୟମରେ ଟଙ୍କା ପୈଠ କରିଥିବା ଅଭିଯୋଗକାରୀ ପୂର୍ଣ୍ଣେନ୍ଦୁ ବାରିକ, ମହେନ୍ଦ୍ର କବାସୀ, ଗଙ୍ଗାଧର ମାଡକାମି, ବୁଜି କବାସୀ, ଗାୟତ୍ରୀ ମାଡି, ମୁନା ମାଡକାମି, ଆପ୍ପାରାଓ ତେଲାମ, ସଞ୍ଜୟ ବାଛାଡ, ମାଙ୍ଗି ମାଡକାମି ପ୍ରମୁଖ କହିଛନ୍ତି। ସୂଚନାଯୋଗ୍ୟ, ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳର ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଯୁବତୀଯୁବକଙ୍କଠାରୁ ପଣ୍ଡା ଚାକିରି ଦେବା ନାଁରେ ଟଙ୍କା ଠକେଇ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୭ ବର୍ଷ ବୟସରେ ଆତ୍ମନିର୍ଭର

ବେତନଟୀ, ୯ା୯: ବୟସର ଅପରାହ୍ନରେ ପହଞ୍ଚି ଥିଲେ ବି ଜୀବନ ସହ ଜାରି ରଖିଛନ୍ତି ସଂଘର୍ଷ। ୭୭ ବର୍ଷ ବୟସରେ ସେ ଚଳଚଞ୍ଚଳ। ଘରକୁ ଘର...

ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ଘୋଷଣା କଲେ ଷ୍ଟାର ପ୍ରଚାରକ ତାଲିକା

ଭଦ୍ରକ ଅଫିସ,୧୭।୧୦: ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୀତି ଏବେ ସରଗରମ। ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ନିଜର...

ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ସଚିବ ବିଶାଲ ଦେବ

ବାରିପଦା ଅଫିସ,୨ା୧୧: ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବଙ୍କୁ ସ୍ବତନ୍ତ୍ର ଭାବେ ମୟୂରଭଞ୍ଜ ଜିଲା ଦାୟିତ୍ୱ ନ୍ୟସ୍ତ ପରେ ସେ ବୁଧବାର ଦୁଇ...

ଗଦ୍‌ଗଦା ଜଳପ୍ରପାତ

ପାହାଡ଼ ପର୍ବତ ଘେରା ରାୟଗଡ଼ା ଜିଲାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଝରଣା ଓ ଜଳପ୍ରପାତର ଅଭାବ ନାହିଁ। ହେଲେ ଏଥିମଧ୍ୟରୁ କେତୋଟି ଜିଲା ତଥା ରାଜ୍ୟ...

‘ମୁଖ୍ୟମନ୍ତ୍ରୀ କାଶୀପୁର ଗସ୍ତ ନ କରିବା ଦୁର୍ଭାଗ୍ୟଜନକ’

ଟିକିରି/ରାୟଗଡ଼ା ଅଫିସ,୧ା୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ଝାଡ଼ାବାନ୍ତି ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ମୃତ୍ୟୁସଂଖ୍ୟା ୧୨ ରେ ପହଞ୍ଚିଲାଣି। ତଥାପି ମୁଖ୍ୟମନ୍ତ୍ରୀ...

ଦେବଗଡ଼ରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଦେବଗଡ଼,୧।୩(ଡି.ଏନ.ଏ.)-ଦେବଗଡ଼ ମନ୍ଦାକିନୀ ବାଳିକା ଉନ୍ନୀତ ବିଦ୍ୟାଳୟରେ ଶନିବାର ପ୍ରଧାନ ଶିକ୍ଷୟିତ୍ରୀ ସୁବଣ୍ଣର୍ର୍ କପରଦାରଙ୍କ ତତ୍ତ୍ୱାବଧାନରେ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି ା ଏହି ଅବସରରେ ବିଦ୍ୟାଳୟର...

ସାଇକେଲରେ ଘରକୁ ଫେରୁଥିଲେ ଯୁବକ, ହଠାତ୍‌ ହେଲା କୁଆପଥର ମାଡ଼, ଆଉ ତା’ ପରେ…

ବାଉଁଶୁଣୀ,୩୦ା୧୨(ଡି.ଏନ୍‌.ଏ.): ବୌଦ୍ଧ ଜିଲାରେ ବୁଧବାର ସନ୍ଧ୍ୟାରେ ହୋଇଥିବା ବର୍ଷା ସହ କୁଆପଥର ମାଡ଼ରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନାନୁଯାୟୀ,...

ସମୟ ପୂର୍ବରୁ ବନ୍ଦ ହେଉଛି ସ୍କୁଲ: ୬୦ ଶିକ୍ଷକଙ୍କୁ କୈଫିୟତ ତଲବ

ପଟ୍ଟାଙ୍ଗି,୧୮ା୭(ଡି.ଏନ୍‌.ଏ.): ଖରା ଛୁଟି ପରେ ଜୁନ୍‌ ୨୨ ତାରିଖ ରାଜ୍ୟର ସମସ୍ତ ସ୍କୁଲ ଖୋଲିଥିଲା। କିନ୍ତୁ ପାଠପଢ଼ାରେ କମ୍‌ ସମୟ ଦେଇ ଛୁଟି ହେବାର ନିର୍ଦ୍ଧାରିତ...

Advertisement
Archives

Model This Week