ମାଲକାନଗିରି

ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ

ମାଲକାନଗିରି,୧୯।୪(ଡି.ଏନ.ଏ.): ମାଲକାନଗିରି ଜିଲାର ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଲୋକେ ରହୁଥିବା ବଣ୍ଡା ଘାଟିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ବିକାଶ ମଧ୍ୟ ହୋଇଛି, ମାତ୍ର ସ୍ଥାନୀୟ ପ୍ରଶାସନ ପକ୍ଷରୁ ସେମାନଙ୍କ ଯାତାୟାତ ଲାଗି…

ଯବାନ-ମାଓବାଦୀ ଗୁଳି ବିନିମୟ: ଜଣେ ମାଓବାଦୀ ନିହତ, ୨ ଗିରଫ

ମାଲକାନଗିରି, ୧୮ା୪(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମଙ୍ଗଳବାର ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଛନ୍ତି। ୨ଜଣ ମାଓବାଦୀ ଧରାପଡିଛନ୍ତି। ମୃତ ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ। ଖବରରୁ ଜଣାପଡିଛି,…

ବିଧାୟକଙ୍କ ଗାଡି ଉପରକୁ ଗୁଳି ଚଳାଇଲେ ମାଓବାଦୀ

ମାଲକାନଗିରି, ୧୮ା୪(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜନ ପ୍ରତିନିଧିମାନଙ୍କୁ ଟାର୍ଗେଟ୍‌ କରି ମଙ୍ଗଳବାର ଆକ୍ରମଣ କରିଛନ୍ତି। ବିଜାପୁର ନିକଟସ୍ଥ ଗଙ୍ଗାଲୁର ହାଟକୁ ଏକ କାର୍ଯ୍ୟକ୍ରମରେ ଯାଇ ଫେରୁଥିବା ବେଳେ ପେଡା ଗ୍ରାମ ନିକଟରେ ବିଧାୟକ ବିକ୍ରମ…

ଆନ୍ଧ୍ରରେ ନିର୍ଯାତିତ ହୋଇ ଲୁଚି ଚାଲି ଆସିଲେ ୨ଶ୍ରମିକ

ମାଲକାନଗିରି, ୧୮ା୪ (ଡି.ଏନ୍‌.ଏ.): କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ମାଲକାନଗିରି ଜିଲାରେ କାର୍ଯ୍ୟକାରୀ ହେଉଛି। ହେଲେ କେତେ ଜଣ ଠିକାଦାର, ଯନ୍ତ୍ରୀ ଅଳ୍ପ ସମୟରେ କାର୍ଯ୍ୟ ଶେଷକରିବା ଲାଗି କମ୍‌ସଂଖ୍ୟକ ଶ୍ରମିକଙ୍କୁ ନେଇ ରାତିଦିନ ମେଶିନ ବ୍ୟବହାର…

ଗୋଷ୍ଠୀ ଶୌଚାଳୟ ଲୋକାର୍ପଣ ପୂର୍ବରୁ ୨ ପାଣିଟାଙ୍କି ଗାଏବ

ବାଲିମେଳା,୧୭ା୪(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ପଞ୍ଚାୟତ ଅଧୀନ ବାଲିମେଳାରୁ-ମାଲକାନଗିରି ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ପୋଟ୍ରେଲ ଛକ ନିକଟରେ ଅଞ୍ଚଳବାସୀଙ୍କ ସୁବିଧା ନିମନ୍ତେ ଜଳ ଓ ପରିମଳ ବିଭାଗ ପକ୍ଷରୁ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଥିଲା। ସ୍ବଚ୍ଛ ଭାରତ…

ଶେଷ ହେଉନି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ

ମାଲକାନଗିରି, ୧୭ା୪(ଡି.ଏନ.ଏ.): ଖରାଦିନ ଆସିଲେ ମାଲକାନଗିରି ଜିଲାରେ ବଢ଼ିଯାଏ ଜଳ ଯନ୍ତ୍ରଣା। ଖରା ଆରମ୍ଭରୁ ଦେଖିବାକୁ ମିଳୁଛି ଜଳ ସଙ୍କଟ। ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ। ମାଇଲ ମାଇଲ ବାଟ ଚାଲି ଚୁଆ ପାଣିରେ ଲୋକେ ଚଳୁଛନ୍ତି। ଲୋକଙ୍କ…

ଜଳକଷ୍ଟ: ଦୂଷିତ ଚୁଆ ପାଣି ଭରସା

ପୋଟେରୁ, ୧୭ା୪(ଡି.ଏନ.ଏ.): ପ୍ରତି ଘରେ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ଏଥିରୁ ଲୋକେ ସୁଫଳ ପାଉନାହାନ୍ତି। ଖରାଦିନ ଆସିଲେ ଅନେକ ସ୍ଥାନରେ ଜଳକଷ୍ଟ ଦେଖିବାକୁ ମିଳୁଛି। ପୋଟେରୁ ଅଞ୍ଚଳର ଗୁମୁକା…

ଏମ୍‌ଭି ୬୯ ଗ୍ରାମରେ ଜବର ଦଖଲ ଉଚ୍ଛେଦ କଲା ପ୍ରଶାସନ

କାଲିମେଳା, ୧୬ା୪(ଡି ଏନ ଏ ): ମାଲାକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ପଞ୍ଚାୟତର ଏମ୍‌ଭି-୬୯ ଗ୍ରାମରେ ଥିବା କାଳିମନ୍ଦିର ନିକଟରେ ସରକାରୀ ଜମିରେ ଜବରଦଖଲ କରି ରହିଥିବା ୨ଟି ପରିବାରର ଘରକୁ ତହସିଲ ପ୍ରଶାସନ ଶନିବାର ଉଚ୍ଛେଦ କରିଛି।…

ବ୍ଲକ କାର୍ଯ୍ୟାଳୟ ମିଟରରେ ଲାଗିଲା ନିଆଁ, କର୍ମଚାରୀ ଭୟଭୀତ

କୋରୁକୋଣ୍ଡା,୧୫ା୪(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକରେ ଶନିବାର ସମସ୍ତ କର୍ମଚାରୀ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ବ୍ଲକ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ବିଦ୍ୟୁତ ମିଟର ନିକଟରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଫଳରେ ଏହା ଦେଖି କର୍ମଚାରୀମାନେ ଭୟଭୀତ…

୪ ଗ୍ରାମରେ ପହଞ୍ଚତ୍ନି ମୌଳିକ ସୁବିଧା

ମାଥିଲି,୧୫ା୪(ଡି.ଏନ.ଏ.) ମାଲକାନଗିରି ଜିଲା ମାଥିଲି ବ୍ଲକର ଘାଟି ଉପରେ ଥିବା ଗ୍ରାମଗୁଡ଼ିକରେ ପହଞ୍ଚତ୍ପାରିନି ଏଯାଏ ମୌଳିକ ସୁବିଧା ସୁଯୋଗ। ଏପର୍ଯ୍ୟନ୍ତ ଗ୍ରାମବାସୀଙ୍କ ପାଇଁ ରାସ୍ତାଘାଟ ସ୍ବପ୍ନ ପାଲଟିଛି। ଚାଉଳ ଓ ଭତ୍ତା ପାଇଁ ୧୩ କି.ମି. ପାହାଡ଼ ଚଢ଼ି ପଞ୍ଚାୟତ କାର୍ଯ୍ୟାଳୟକୁ…

ବେଆଇନ ଭାବେ ବିକ୍ରି ହେଉଛି ପେଟ୍ରୋଲ, ଡିଜେଲ

ବାଲିମେଳା,୧୫ା୪(ଡି.ଏନ୍‌.ଏ.) ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ସମେତ ବାଲିମେଳା ସହରର ଅଧିକାଂଶ ପାନଦୋକାନ, ତେଜରାତି ଦୋକାନରେ ବିନା ଲାଇସେନ୍ସରେ ପ୍ରତ୍ୟହ ଶହ ଶହ ଲିଟର ପେଟ୍ରୋଲ, ଡିଜେଲ ବେଆଇନ ଭାବେ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି…

୨ଟନ୍‌ ୫୦୦ କେଜି ଗଞ୍ଜେଇ ଜବତ: ବଜାର ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ୱ ହେବ

ଚିତ୍ରକୋଣ୍ଡା,୧୧ା୪(ଡି.ଏନ.ଏ.)-ଚିତ୍ରକୋଣ୍ଡା ପୋଲିସ ସୋମବାର ରାତିରେ କପାତୁଟି ପଞ୍ଚାୟତ ଭାଲୁଗୁଡ଼ା ଜଙ୍ଗଲରେ ଚଢ଼ାଉକରି ୭୨ ଜରି ବସ୍ତାରେ ବନ୍ଧାଯାଇ ରଖାଯାଇଥିବା ଗଞ୍ଜେଇ ଜବତ କରିଛି। ଏହାର ପରିମାଣ ୨ଟନ୍‌ ୫୦୦ କେଜି ବୋଲି ଜଣାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ୨କୋଟି ୫ ଲକ୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri