ବେଆଇନ ଭାବେ ବିକ୍ରି ହେଉଛି ପେଟ୍ରୋଲ, ଡିଜେଲ

ବାଲିମେଳା,୧୫ା୪(ଡି.ଏନ୍‌.ଏ.) ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ସମେତ ବାଲିମେଳା ସହରର ଅଧିକାଂଶ ପାନଦୋକାନ, ତେଜରାତି ଦୋକାନରେ ବିନା ଲାଇସେନ୍ସରେ ପ୍ରତ୍ୟହ ଶହ ଶହ ଲିଟର ପେଟ୍ରୋଲ, ଡିଜେଲ ବେଆଇନ ଭାବେ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । କୋରୁକୋଣ୍ଡା ବ୍ଲକର ପଟ୍ରେଲ ଛକ, ତାର୍ଲାକୋଟା, କାମ୍ବେଡା, ନୀଳାଦ୍ରିନଗର, ବାଲିମେଳା ଛକ, ଚିତ୍ରକୋଣ୍ଡା ଛକ, କୋରୁକୋଣ୍ଡା, ବାଲିମେଳା ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଦୋକାନରେ ଏହା ମିଳୁଛି। ଅତ୍ୟନ୍ତ ଜ୍ବଳନଶୀଳ ଏହି ପେଟ୍ରୋଲ ଓ ଡିଜେଲ ଖୋଲାରେ ରଖାଯାଉଥିବା ଦେଖିବାକୁ ମିଳୁଛି। ଫଳରେ କେତେବେଳେ ଯେ ଅଘଟଣ ଘଟିବ ଏଥିରେ ସନ୍ଦେହ ନାହିଁ। ଏ ଦିଗରେ ଯୋଗାଣ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଏସବୁ ସାମଗ୍ରୀର ବିକ୍ରି ନେଇ କେବେ ବିଭାଗୀୟ କର୍ମଚାରୀ ତଦାରଖ କରିନାହାନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି। ଏଭଳି ବ୍ୟବସାୟରେ ଲିପ୍ତ ରହୁଥିବା ବ୍ୟବସାୟୀଙ୍କ ଉପରେ ଚଢ଼ାଉକରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏ ସମ୍ପର୍କରେ କୋରୁକୋଣ୍ଡା ବ୍ଲକ ଓ ବାଲିମେଳା ସହରାଞ୍ଚଳ ଦାୟିତ୍ୱରେ ଥିବା ଯୋଗାଣ ନିରୀକ୍ଷକ ସଞ୍ଜୀବ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତ, ବେଆଇନ ଭାବେ ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ କିଛିଦିନ ତଳେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଖୁବ୍‌ଶୀଘ୍ର ଟିମ୍‌ ଚଢ଼ାଉ କରିବ ବୋଲି ସାହୁ କହିଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ପଟ୍ରେଲ ଛକଠାରେ ପେଟ୍ରୋଲ ବିକ୍ରି କରୁଥିବା ଏକ ଦୋକାନରେ ନିଆଁ ଲାଗି ବହୁ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

ତାତିଲେ ଚାଷୀ, ଜେସିବି ଲଗାଇ କାଟିଦେଲେ ଘାଇ, ପାଣିରେ ବୁଡ଼ିଲା ଶହଶହ ଏକର ଚାଷଜମି

ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

କାର-ବୁଲେଟ୍ ମୁହାଁମୁହିଁ ଧକ୍କା, ଚାଲିଗଲା ବିଏସଏଫ ଯବାନଙ୍କ ଜୀବନ

ରିଆମାଳ,୧୬।୮(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ଥାନା କଟାସର ଶିବ ମନ୍ଦିର‌ ଘାଟିରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା ।…

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri