ଶେଷ ହେଉନି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ

ମାଲକାନଗିରି, ୧୭ା୪(ଡି.ଏନ.ଏ.): ଖରାଦିନ ଆସିଲେ ମାଲକାନଗିରି ଜିଲାରେ ବଢ଼ିଯାଏ ଜଳ ଯନ୍ତ୍ରଣା। ଖରା ଆରମ୍ଭରୁ ଦେଖିବାକୁ ମିଳୁଛି ଜଳ ସଙ୍କଟ। ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ। ମାଇଲ ମାଇଲ ବାଟ ଚାଲି ଚୁଆ ପାଣିରେ ଲୋକେ ଚଳୁଛନ୍ତି। ଲୋକଙ୍କ ଏହି ଜଳ କଷ୍ଟ ଦୂର କରିବାକୁ ରାଜ୍ୟ ସରକାର ପାଇପ ଯୋଗେ ପାନୀୟଜଳ ଯୋଗାଇବାକୁ ମେଗା ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର କରିଥିଲେ। ଏହାର ନିର୍ମାଣ ଅବଧି ସରି ଯାଇଥିଲେ ସୁଦ୍ଧା ଜିଲାରେ ଆଗେଇ ପାରୁନି ଏହି ମେଗା ଜଳ ପ୍ରକଳ୍ପ। ୨୦୨୦-୨୧ରୁ ଆରମ୍ଭ ହୋଇଥିବା ଏହି ପାନୀୟ ଜଳ ପ୍ରକଳ୍ପ ଏପର୍ଯ୍ୟନ୍ତ ସରି ପାରୁ ନ ଥିବା ଜଣାପଡିଛି। ମାଲକାନଗିରି ଜିଲାରେ ଜଳ ସମସ୍ୟାକୁ ଦୂର କରିବା ଉଦ୍ଦେଶ୍ୟରେ ସରକାର ୨୦୧୯ରେ ଜିଲାରେ ୧୦ଟି ମେଗା ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁର କରିଥିଲେ। ଏଥିମଧ୍ୟରୁ କାଲିମେଳା ବ୍ଲକର ୫ଟି ପଞ୍ଚାୟତର ୨୧ଟି ଗ୍ରାମର ୫୮୬୫ ଘର ଏବଂ ମାଲକାନଗିରି ବ୍ଲକର ୫ଟି ପଞ୍ଚାୟତର ୩୩ଟି ଗ୍ରାମର ୬୨୮୬ଟି ଘରକୁ ପାଣି ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ପୋଟେରୁ ନଦୀରେ ଭେଙ୍କଟାପାଲମ ଓ ଏମ୍‌ଭି-୩୯ଠାରେ ଦୁଇଟି ପ୍ରକଳ୍ପ କାର୍ଯ୍ୟ କରିବା ଲାଗି ଏମ୍‌ସି ନାମକ କମ୍ପାନୀକୁ ଗତ ୧୧ା୯ା୨୦୨୦ରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ୯ା୯ା୨୦୨୨ ସୁଦ୍ଧା ଏହି କାମ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ଏହାରି ଭିତରେ ଧାର୍ଯ୍ୟ ସମୟ ଅତିକ୍ରାନ୍ତ କରିସାରିଲାଣି। ମାତ୍ର ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ହେଉନି। ସେହିଭଳି କୋରୁକୁଣ୍ଡା ବ୍ଲକର ୧୧ଟି ପଞ୍ଚାୟତର ୮୯ଟି ଗ୍ରାମର ୧୩୮୯୧ଘର, ପଡିଆ ବ୍ଲକର ୮ଟି ପଞ୍ଚାୟତର ୪୮ଟି ଗ୍ରାମର ୯୬୨୮ଘର ପାଇଁ ମାରିବେଡା ଦେଇ ଯାଇଥିବା ପୋଟେରୁ ନଦୀ ଓ ଏମ୍‌ଭି-୬୬ ଦେଇ ଯାଇଥିବା ସାବେରୀ ନଦୀ ମାଧ୍ୟମରେ ମେଗା ଜଳ ପ୍ରକଳ୍ପ କାମ କରିବାକୁ ଏନ୍‌ଏ ନାମକ କମ୍ପାନୀକୁ ୧୦ା୧୨ା୨୦୨୧ରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ୯ା୧୧ା୨୦୨୩ ସୁଦ୍ଧା କାମ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଆଉ ୭ମାସ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାର ୬୦ପ୍ରତିଶତ କାମ ମଧ୍ୟ ସରିନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏଯାଏ ସମସ୍ତ ଗ୍ରାମକୁ ପାଇପ ଲାଇନ ସଂଯୋଗ ହୋଇପାରିନାହିଁ । ଅନ୍ୟ ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ମଧ୍ୟ ସମାନ ଅବସ୍ଥା। ଏନେଇ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଜିଲାରେ କ୍ରମାଗତ ଭାବେ ଜଳ ସମସ୍ୟା ଲାଗି ରହିଛି। ସରକାରଙ୍କ ଅନୁମୋଦିତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ ହୋଇନାହିଁ । ଆମେ ଗ୍ରାମବାସୀ ପାନୀୟ ଜଳ ମୁନ୍ଦେ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଉକ୍ତ ପ୍ରକଳ୍ପରୁ ବଞ୍ଚତ୍ତ ରହିଥିବା ପଞ୍ଚାୟତଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ପୁଣି ୭୩୯କୋଟି ୨୭ଲକ୍ଷ ଟଙ୍କାର ୪ଟି ମେଗା ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଘୋଷଣା କରିଛନ୍ତି। କାଲିମେଳା, ମାଥିଲି, ମାଲକାନଗିରି ଓ ଖଇରପୁଟ ବ୍ଲକର ୬୧ଟି ପଞ୍ଚାୟତର ୬୮୯୭୬ଟି ଘର ପାଇଁ ଏସପିଏମଏଲ କମ୍ପାନୀକୁ ଜିଲାର ବିଭିନ୍ନ ନଦୀରେ ପ୍ରକଳ୍ପ କାମ କରିବା ଲାଗି ୧୫ା୨ା୨୦୨୩ରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏହି କାମ ସାରିବାକୁ ୧୫ା୨ା୨୦୨୫ ନିର୍ଦ୍ଧାରିତ ହୋଇଛି। ତେବେ ଲୋକଙ୍କ ବିକାଶ ପାଇଁ ରାଜ୍ୟ ସରକାର ତତ୍ପର ଥିବାବେଳେ ସ୍ଥାନୀୟ ପ୍ରଶାସନ ଉକ୍ତ ପ୍ରକଳ୍ପ କାର୍ଯ୍ୟଗୁଡିକୁ ତ୍ୱରାନ୍ବିତ କରୁ ନ ଥିବାରୁ ଏହା ଶେଷ ହେବାରେ ଅହେତୁକ ବିଳମ୍ବ ଘଟୁଥିବା ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?