ମାଲକାନଗିରି

ସ୍ବାଧୀନତାର ୭୨ ବର୍ଷ ବିତିଗଲା, ଗ୍ରାମକୁ ନାହିଁ ରାସ୍ତା

ମାଲକାନଗିରି,୧୫।୧(ଡି.ଏନ୍‌.ଏ.)- ଦେଶ ସ୍ବାଧୀନ ହେବାର ଦୀର୍ଘ ୭୨ ବର୍ଷ ବିତିଗଲାଣି। ମାଲକାନଗିରି ସଦର ମହକୁମାଠାରୁ ୩୦ କିଲୋମିଟର ଦୂର ଛତିଶଗଡ଼କୁ ଲାଗି ରହିଛି ଏକ ପୁରାତନ ଗ୍ରାମ, କତାମାଟେରୁ। ଆଦିବାସୀ କୋୟା ସମ୍ପ୍ରଦାୟର ୧୫୦ ପରିବାର ବସବାସ କରୁଥିବା ଏହି ଗ୍ରାମକୁ…

ବିଦ୍ୟାଳୟ ପରିଦର୍ଶନ କରୁଛନ୍ତି ନକଲି ସିଆର୍‌ସିସି, ଚିତ୍ରକୋଣ୍ଡା ଥାନାରେ ଏତଲା

ଚିତ୍ରକୋଣ୍ଡା,୧୪।୧(ଡି.ଏନ୍‌.ଏ.): ଜଣେ ବ୍ୟକ୍ତି ନିଜକୁ ସିଆର୍‌ସିସି ବୋଲି ପରିଚୟ ଦେଇ ଗତ ୧୧ ତାରିଖରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ନୂଆଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଆର୍‌ଏସ୍‌ସି ୧୩ ନଂ. ପ୍ରାଥମିକ ବିଦ୍ୟାଳୟକୁ ବୁଲି ଦେଖିଥିଲେ। ଜିଲାପାଳ ତାଙ୍କୁ ବିଦ୍ୟାଳୟର ଅସୁବିଧା କ’ଣ ରହିଛି…

ମାଓବାଦୀଙ୍କ ଭୟରେ ଗାଁ ଛାଡିଲେ ଆଦିବାସୀ ପରିବାର

ମାଥିଲି, ୧୪।୧(ଡି.ଏନ୍‌.ଏ.): ମାଓବାଦୀଙ୍କ ଭୟରେ ମାଲକାନଗିରି ଜିଲା ତୁଳସୀ ପାହାଡ଼ କଟୁଆପଦରର ଏକ ଆଦିବାସୀ ପରିବାର ଗାଁ ଛାଡିଛନ୍ତି। ଗଙ୍ଗା ମାଢିଙ୍କ ପରିବାର ଲୋକଙ୍କୁ ନିର୍ଧୁମ ମାଡ଼ ମାରି ଗାଁ ନ ଛାଡିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ମାଓବାଦୀ।…

ଗଞ୍ଜେଇ ଚାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ଆନ୍ଧ୍ର ବ୍ୟବସାୟୀ

ମାଲକାନଗିରି,୧୪।୧(ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗଞ୍ଜେଇ ଚାଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଗଞ୍ଜେଇ ଚାଷୀଙ୍କୁ ଆନ୍ଧ୍ରପ୍ରଦେଶର ବ୍ୟବସାୟୀ ପ୍ରୋତ୍ସାହନ ଦେଉଛନ୍ତି। ଆନ୍ଧ୍ରପ୍ରଦେଶର ସିଲେରୁ ସହର ଏହି ବ୍ୟବସାୟୀଙ୍କ ପେଣ୍ଠ ସ୍ଥଳ ପାଲଟିଛି। ସେମାନେ ସ୍ବାଭିମାନ ଅଞ୍ଚଳ ଏବଂ ମାଲକାନଗିରି ଜିଲାର ବିଭିନ୍ନ…

ଗ୍ରାମରୁ ବିଦ୍ୟୁତ୍‌ ସଂଯୋଗ କାଟିଦେଇଛି ସାଉଥ୍‌କୋ: ସନ୍ଧ୍ୟା ହେଲେ ଖୋଜାପଡୁଛି ଡିବି, ଲଣ୍ଠନ

କୋରୁକୋଣ୍ଡା,୧୪।୧(ଡି.ଏନ୍‌.ଏ.)-ଗ୍ରାମରେ ବିଦ୍ୟୁତ୍‌ ସଂଯୋଗ ଥାଇ ମଧ୍ୟ ଗ୍ରାମବାସୀ ସନ୍ଧ୍ୟା ହେଲେ ସବୁଦିନ ହଇରାଣ ହେଉଛନ୍ତି। ଡିବି, ଲଣ୍ଠନ ଲଗାଇ ଚଳୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କାୈଣସି ସୁଫଳ ମିଳୁନାହିଁ। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା କୋରୁକୋଣ୍ଡା…

କଂଗ୍ରେସ ପକ୍ଷରୁ ମାଲକାନଗିରି ବନ୍ଦ: ବିଭିନ୍ନ ଅଞ୍ଚଳରେ ବନ୍ଦ ପ୍ରଭାବ

ମାଲକାନଗିରି,୧୦।୧(ଡି.ଏନ୍‌.ଏ): ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ମାଲକାନଗିରି ଜିଲା ବନ୍ଦ ଡାକରା ଦିଆଯାଇଛି । ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଏମ୍‌ପି ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଶତାଧିକ କର୍ମୀ…

ମାଓବାଦୀ ଦମ୍ପତି ଗିରଫ, ଶହେରୁ ଊର୍ଦ୍ଧ୍ୱ ମାମଲାରେ ଜଡ଼ିତ ଥିଲେ

ମାଲକାନଗିରି,୯।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗୁଡେମ୍‌ ଥାନା ଅନ୍ତର୍ଗତ ଅଦିରି ବିଡି ଗ୍ରାମରୁ ବିଶାଖାପାଟଣା ପୋଲିସ ଗୁରୁବାର ହାର୍ଡକୋର ମାଓବାଦୀ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ଦାମୋଦର ଓରଫ ବାଲେମ ନାରାୟଣ ସ୍ବାମୀ ଓ ସ୍ତ୍ରୀ ଫୁଲବତୀ। ଦାମୋଦର…

୫-ଟି ପ୍ରଭାବ:ମାଲକାନଗିରି ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧିକାରୀ ନିଲମ୍ବିତ

ମାଲକାନଗିରି,୯।୧ (ଡି.ଏନ୍‌.ଏ.)- ବୁଧବାର ମାଲକାନଗିରି ଜିଲାରେ ୫-ଟିର ପ୍ରଭାବ ଦେଖିବାକୁ ମିଳିଛି। ମାଲକାନଗିରି ସଦର ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧିକାରୀ ବିପୁଳା ସରଦାରଙ୍କୁ ସରକାର କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି। ବିପୁଳାଙ୍କ ବିରୋଧରେ ବିଭିନ୍ନ ଦୁର୍ନୀତି ଏବଂ ଅନିୟମିତତା ଅଭିଯୋଗ ପାଇଲା…

ଚିତ୍ରକୋଣ୍ଡାରେ ଧର୍ମଘଟ ଆରମ୍ଭ

ଚିତ୍ରକୋଣ୍ଡା, ୮।୧(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସହରରେ ଭାରତ ବନ୍ଦ ଡାକରାର ପ୍ରଭାବ ପଡିଛି। ସ୍ଥାନୀୟ ଚିତ୍ରକୋଣ୍ଡା ସ୍ପିଲବାଇ, ଡାଲଖାଇ ଛକ ପାଖରେ ବିଭିନ୍ନ ସଂଗଠନ ପକ୍ଷରୁ ଶତାଧିକ କର୍ମକର୍ତ୍ତା ରାସ୍ତା ଅବରୋଧ କରିଛନ୍ତି। ଏହାସହ ଏଠାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ…

ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର : ଜଣେ ଗିରଫ

ମାଲକାନଗିରି,୪।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୁଦୁଲିପଡ଼ା ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଶୁକ୍ରବାର ରାତିରେ ଜଣକୁ ଗିରଫ କରିଛି । ସେ ହେଲେ ଜୟପୁର ଇରିଗେସନ କଲୋନୀର ଧନୁର୍ଜୟ ନାୟକ। ଧନୁର୍ଜୟ ଉକ୍ତ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ…

ସତୀଗୁଡା ଜଳଭଣ୍ଡାରରେ କମିଛି ପକ୍ଷୀ ସଂଖ୍ୟା:୨୦୧୯ରେ ଥିଲା ୨୧୧୭,ଚଳିତବର୍ଷ ୧୫୮୮

ମାଲକାନଗିରି,୪।୧ (ଡି.ଏନ୍‌.ଏ.)- ମାଲକାନଗିରି ବନଖଣ୍ଡ ମାଲକାନଗିରି ବନାଞ୍ଚଳ ପକ୍ଷରୁ ଶୁକ୍ରବାର ସତୀଗୁଡା ଜଲଭଣ୍ଡାରରେ ପକ୍ଷୀଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ପକ୍ଷୀସଂଖ୍ୟା କମିଥିବା ଆକଳନରୁ ଜଣାପଡିଛି। ୨୦୧୯ରେ ସତୀଗୁଡା ଜଳଭଣ୍ଡାରରେ ୨୧୧୭ଟି ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥିବା ବେଳେ…

ଚିତ୍ରକୋଣ୍ଡା ଡାକ୍ତରଖାନା: ଏଣିକି ଭିନ୍ନ ରଙ୍ଗର ବେଡ୍‌ସିଟ୍‌ ପାଇବେ ରୋଗୀ

ଚିତ୍ରକୋଣ୍ଡା,୨ା୧(ଡି.ଏନ.ଏ.)- ଚିତ୍ରକୋଣ୍ଡାସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ନିର୍ମଳ ଯୋଜନାରେ ବୁଧବାର ପ୍ରଥମ କରି ରୋଗୀମାନଙ୍କୁ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ସିଟ୍‌ ବ୍ୟବହାର ପାଇଁ ପ୍ରଦାନ କରାଯାଇଛି। ପୂର୍ବରୁ ରୋଗୀଙ୍କୁ ଗୋଟିଏ ରଙ୍ଗର ବେଡ୍‌ସିଟ୍‌ ବ୍ୟବହାର ଲାଗି ମିଳୁଥିଲା। କେବେ କେବେ ବେଡ୍‌ ସଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?