ମାଲକାନଗିରି

ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ନିର୍ମଳ ଯୋଜନା ଆରମ୍ଭ: ସପ୍ତାହଯାକ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ଶିଟ୍‌ ବ୍ୟବହାର କରିବେ ରୋଗୀ

ଚିତ୍ରକୋଣ୍ଡା,୧।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର ନିର୍ମଳ ଯୋଜନା ପ୍ରଥମ ଆରମ୍ଭ ହୋଇଛି। ଏହି ଯୋଜନାରେ ରୋଗୀ ସପ୍ତାହର ସାତ ଦିନ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ଶିଟ୍‌ ବ୍ୟବହାରର ସୁବିଧା କରାଯାଇଛି।…

ଜିଲାପାଳଙ୍କ କାର୍ଯ୍ୟାଳୟ କାନ୍ଥରେ ସମ୍ମାନହାନିସୂଚକ ଲେଖା

ମାଲକାନଗିରି,୧।୧(ସ୍ବ.ପ୍ର): ମାଲକାନଗିରି ଜିଲାପାଳଙ୍କ ବିରୋଧରେ ଜିଲାପାଳ କାର୍ଯ୍ୟାଳୟ କାନ୍ଥରେ ଜିଲାପାଳ ଚୋର ହେ, ଦୁର୍ନୀତିଖୋର ଅଫିସର, ଜିଲାପାଳ କିଲିଡ୍‌ ପିଏ ଆଦି ସମ୍ମାନହାନିସୂଚକ ମନ୍ତବ୍ୟ କାନ୍ଥରେ ଲେଖାଯାଇଛି। ପୂର୍ବରୁ ପୂର୍ବତନ ସାଂସଦ କଂଗ୍ରେସର ପ୍ରଦୀପ ମାଝୀ ପ୍ରେସ୍‌ମିଟ କରି ଜିଲାପାଳଙ୍କ ବିରୋଧରେ…

ଜିଲାସ୍ତରୀୟ ପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଚିତ୍ରକୋଣ୍ଡା,୩୧।୧୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ ୟୁକୋ ପାର୍କଠାରେ ମାଲକାନଗିରି ବନଖଣ୍ଡ ଏବଂ ଚିତ୍ରକୋଣ୍ଡା ବନାଞ୍ଚଳ ପରିଚାଳନାରେ ଜିଲାସ୍ତରୀୟ ପକ୍ଷୀ ଗଣନା ପ୍ରଶିକ୍ଷଣ ଶିବିର-୨୦୨୦ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରଦୀପ ମୀରାସେଙ୍କ ନେତୃତ୍ୱରେ ଅନୁଷ୍ଠିତ…

ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି,୨୮।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସଚିବ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଶନିବାର ସତୀଗୁଡ଼ା ଜଳଭଣ୍ଡାର ନିକଟରୁ ଉଦ୍ଧାର କରାଯାଇଛି। ଦେବନାରାୟଣ ଶୁକ୍ରବାର କାର୍ଯ୍ୟାଳୟକୁ ଯାଇ ଫେରି ନ ଥିଲେ। ଏ ନେଇ ପରିବାର ପକ୍ଷରୁ ମାଲକାନଗିରି ଥାନାରେ ଉକ୍ତ ଦିନ ଲିଖିତ…

ଚିତ୍ରକୋଣ୍ଡାରେ ମାଟ୍ରିକ ବୋର୍ଡ ପରୀକ୍ଷା କେନ୍ଦ୍ର କରିବାକୁ ଦାବି

ଚିତ୍ରକୋଣ୍ଡା,୨୫ା୧୨/(ଡି.ଏନ.ଏ.): ଫେବୃଆରୀ ୧୯ରୁ ମାର୍ଚ୍ଚ-୨ ଯାଏ ମାଟ୍ରିକ ପରୀକ୍ଷା ହେବାକୁ ଘୋଷଣା ମଙ୍ଗଳବାର ଘୋଷଣା କରାଯାଇଛି। ଏହାପରଠାରୁ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ବିଦ୍ୟାଳୟର ପରୀକ୍ଷାକେନ୍ଦ୍ର କେଉଁଠି ହେବ ସେନେଇ ଛାତ୍ରୀଛାତ୍ରଙ୍କ ଉତ୍ସୁକତା ପ୍ରକାଶ ପାଇଛି। ପ୍ରତିବର୍ଷ ଏହି…

ବୃଦ୍ଧାଙ୍କ ଘର କାନ୍ଥ ଭାଙ୍ଗି ୩୦ ହଜାର ଚୋରି

ଏମ୍‌ଭି ୭୯,୨୫ା୧୨(ଡି.ଏନ. ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଭୁବନପଲ୍ଲୀ ପଞ୍ଚାୟତର ଗୌଡ଼ଗୁଡା ଗ୍ରାମରେ ଜଣେ ବୃଦ୍ଧା ମାଡକାମୀ ଗାଙ୍ଗୀ (୬୬)ଙ୍କ ଘର କାନ୍ଥ ଭାଙ୍ଗି କେହି ଦୁର୍ବୃତ୍ତ ୩୦ହଜାର ଟଙ୍କା ଚୋରି କରି ନେଇଥିବା ଜଣାପଡ଼ିଛି । ଗାଙ୍ଗୀଙ୍କ…

୧୯ ବର୍ଷରୁ କମ୍‌ କ୍ରିକେଟ ଦଳରେ ମାଲକାନଗିରିର ବିଟୁ ସାମିଲ

ମାଲକାନଗିରି,୨୫ା୧୨ (ସ.ପ୍ର.): ମାଲକାନଗିରି ଜିଲାର ବିଟୁ ଶାହା ଓଡିଶା କ୍ରିକେଟ ଦଳରେ ସାମିଲ ହୋଇଛନ୍ତି। ୧୯ ବର୍ଷରୁ କମ୍‌ ଓଡିଶା କ୍ରିକେଟ ଦଳରେ ସେ ସ୍ଥାନ ପାଇଛନ୍ତି। ତେବେ ମାଲକାନଗିରି ଜିଲାରୁ ପ୍ରଥମ କରି ଜଣେ ଯୁବକ ରାଜ୍ୟସ୍ତରୀୟ କ୍ରିକେଟରେ ସ୍ଥାନ…

ଷ୍ଟାଡିୟମ ଭିତରେ ଜଣକୁ ହାଣି ହତ୍ୟା

ଚିତ୍ରକୋଣ୍ଡା,୨୩ା୧୨(ଡି.ଏନ.ଏ.):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ମିନି ଷ୍ଟାଡିୟମ ଭିତରେ କେହି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ସୋମବାର ସନ୍ଧ୍ୟାରେ ହାଣି ଦେଇଛି। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସେ ହେଲେ ଚିତ୍ରକୋଣ୍ଡା ଢେପସାହିର ବାସିନ୍ଦା ସମରା ତନ୍ତି(୪୧)। ଖବରରୁ ଜଣାପଡିଛି ଦୁର୍ବୃତ୍ତମାନେ…

ମହିଳାଙ୍କ ପେଟରୁ ବାହାରିଲା ୮ କେଜି ୯୦୦ ଗ୍ରାମର ପଥୁରି

ମାଲକାନଗିରି,୨୩ା୧୨ (ଡି.ଏନ୍‌.ଏ.): ଗତ ସପ୍ତାହରେ ଜଣେ ଯୁବକଙ୍କ ପେଟରୁ ଅସ୍ତ୍ରୋପଚାର କରାଯାଇ ଅଧ କେଜି ଓଜନର ପଥୁରି ବାହାରିଥିବା ବେଳେ ସୋମବାର ଜଣେ ମହିଳାଙ୍କ ପେଟରୁ ୮ କେଜି ୯୦୦ ଗ୍ରାମ ଓଜନର ପଥୁରି ବାହାରିଛି। ଅସ୍ତ୍ରୋପଚାର କରାଯାଇ ଏହାକୁ କଢାଯାଇଛି।…

କ୍ରୀଡା ପ୍ରତିଯୋଗିତା: ଜାତୀୟ ସ୍ତରରେ ସ୍ବର୍ଣ୍ଣ,ରୋପ୍ୟ ପଦକ ହାସଲ କଲେ କୁନି

ମାଲକାନଗିରି,୨୩ା୧୨ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ମାର୍କେଲଗୁଡାସ୍ଥିତ ଶିଶୁଗୃହର ଆଦିବାସୀ ଛାତ୍ରୀ କୁନି ମାଢି ଜାତୀୟ ସ୍ତରରେ କ୍ରୀଡାରେ କୃତିତ୍ୱ ଅର୍ଜନ କରିଛନ୍ତି। କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ହୋସଲା ଅନୁଷ୍ଠାନ ପକ୍ଷରୁ ଦିଲୀରେ ହୋଇଥିବା…

ସ୍ବାଭିମାନ ଅଞ୍ଚଳରେ ମଣ୍ଡି ଉଦ୍‌ଘାଟନ ସମାବେଶ: କୃଷି ବିକାଶର ବାର୍ତ୍ତା ଦେଲେ କୃଷି ମନ୍ତ୍ରୀ

ଚିତ୍ରକୋଣ୍ଡା, ୨୩।୧୨(ଡି.ଏନ.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ବଡ଼ପଡାଠାରେ ସୋମବାର ମାଣ୍ଡିଆ ମଣ୍ଡି ଉଦ୍‌ଘାଟନ କରିଛନ୍ତି କୃଷିମନ୍ତ୍ରୀ ଡାକ୍ତର ଅରୁଣ କୁମାର ସାହୁ। ଏହି ଅବସରରେ ମନ୍ତ୍ରୀ ମାଣ୍ଡିଆର ଉପକାରିତା ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇବା ସହ ସ୍ବାଭିମାନ ଅଞ୍ଚଳରେ ଚାଷୀ…

ଲାଲବାହିନୀ ହାତ ଛାଡିଲେ ୨୫୦ ମାଓବାଦୀ ସମର୍ଥକ

ମାଲକାନଗିରି,୨୩ା୧୨(ସ୍ବ.ପ୍ର.)- ଲାଲବାହିନୀର ହାତ ଛାଡିଛନ୍ତି ୨୫୦ରୁ ଊର୍ଦ୍ଧ୍ୱ ମାଓବାଦୀ ସମର୍ଥକ। ଏଭଳି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକର ମହୁପଦର ଅଞ୍ଚଳରେ। ରବିବାର ସେମାନେ ମାଥିଲି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ମହୁପଦରରେ ପୋଲିସର ସ୍ଥାୟୀ କ୍ୟାମ୍ପ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?