ଗଞ୍ଜେଇ ଚାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ଆନ୍ଧ୍ର ବ୍ୟବସାୟୀ

ମାଲକାନଗିରି,୧୪।୧(ଡି.ଏନ୍‌.ଏ.)-
ମାଲକାନଗିରି ଜିଲାରେ ଗଞ୍ଜେଇ ଚାଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଗଞ୍ଜେଇ ଚାଷୀଙ୍କୁ ଆନ୍ଧ୍ରପ୍ରଦେଶର ବ୍ୟବସାୟୀ ପ୍ରୋତ୍ସାହନ ଦେଉଛନ୍ତି। ଆନ୍ଧ୍ରପ୍ରଦେଶର ସିଲେରୁ ସହର ଏହି ବ୍ୟବସାୟୀଙ୍କ ପେଣ୍ଠ ସ୍ଥଳ ପାଲଟିଛି। ସେମାନେ ସ୍ବାଭିମାନ ଅଞ୍ଚଳ ଏବଂ ମାଲକାନଗିରି ଜିଲାର ବିଭିନ୍ନ ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ପାଇଁ ଚାଷୀଙ୍କୁ ଅଗ୍ରିମ ଅର୍ଥ ଦେବା ସହ ଚାଷ ପ୍ରଣାଳୀ ସମ୍ପର୍କରେ ତାଲିମ ଦେଇଥାନ୍ତି। ଗଞ୍ଜେଇ ଗଛ ୧୦/୧୫ ଫୁଟ ଉଚ୍ଚ ହୋଇଗଲେ ଗୋଟିଏ ଏକରରେ କେତେ ଗଛ ଅଛି ଚାଷୀଙ୍କ ଉପସ୍ଥିତିରେ ଗଛ ଗଣାଯାଇ ଏହାକୁ କେଜି ହିସାବରେ ନିଆଯାଏ। କେଜି ପ୍ରତି ୬୦୦ ରୁ ୮୦୦ ଟଙ୍କା ବ୍ୟବସାୟୀ ଦେଇଥାନ୍ତି। ଗଛଗୁଡିକ ପାକଳ ହୋଇଗଲେ ଚାଷୀ ଗଛକାଟି ସେଥିରୁ ପତ୍ର ସଂଗ୍ରହ କରି ଶୁଖାଇ ବ୍ୟବସାୟୀଙ୍କୁ ଓଜନ କରି ଦେଇଥାନ୍ତି। ସଂଗୃହୀତ ଗଞ୍ଜେଇକୁ ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଗୋଦାମରେ ରଖାଯାଇ ଜରି ପ୍ୟାକିଂ କରାଯାଇଥାଏ ା ଏହାକୁ ବ୍ୟବସାୟୀମାନେ ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର ଆଦି ରାଜ୍ୟରେ ବିକ୍ରି କରିଥାନ୍ତି। ଅବକାରୀ ବିଭାଗ ଓ ପୋଲିସ ବିଭିନ୍ନ ସମୟରେ ଚଢ଼ାଉ କରି କେତେକାଂଶରେ ଗଞ୍ଜେଇ ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିଥାଏ। ମାତ୍ର ପରବର୍ତ୍ତୀ ସମୟରେ ଗଞ୍ଜେଇ ଚାଲାଣକାରୀଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ି ନ ଥାଏ। ଏକ ଆକଳନରୁ ଜଣାପଡିଛି ୨୦୧୮ରେ ୧୦୨ଟି ଗଞ୍ଜେଇ ଜବତ ମାମଲା ହୋଇ ୧୭ହଜାର ୧୧୮ କେଜି ଗଞ୍ଜେଇ ଜବତ ହୋଇଥିଲା। ୧୭୯ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୧୯ରେ ୯୭ଟି ମାମଲା ରୁଜୁ ହୋଇଥିବା ବେଳେ ୨୨ହଜାର ୪୦୭ କେଜି ଗଞ୍ଜେଇ ଜବତ ହୋଇ ୨୦୧ ଜଣଙ୍କୁ ଗିରଫ କରାଯାଇଥିଲା। ୮୧ଟି ଗାଡ଼ି ଜବତ କରାଯାଇଥିଲା। ସେହିପରି ଜିଲା ଅବକାରୀ ବିଭାଗ ୨୦୧୮ରେ ୩୬ଟି ଗଞ୍ଜେଇ ଜବତଜନିତ ମାମଲା ରୁଜୁ କରି ୩୮ଜଣଙ୍କୁ ଗିରଫ କରିଥିଲା। ୧୮୦୬ କେଜି ଗଞ୍ଜେଇ ଜବତ ହୋଇଥିଲା। ୭ଟି ଗାଡି ଜବତ କରିଥିଲା। ୨୦୧୯ରେ ୧୫ଟି ଗଞ୍ଜେଇ ମାମଲା ରୁଜୁ ହୋଇଛି। ୨୮ଜଣଙ୍କୁ ଗିରଫ କରାଯାଇ ୧୫୭୮ କେଜି ଗଞ୍ଜେଇ ଜବତ ହୋଇଛି। ୧୦ଟି ଗାଡି ମଧ୍ୟ ଜବତ ହୋଇଛି। ୨୦୧୮ରେ ୧୦୮୦ ଏକର ଜମିରୁ ୧୪ ଲକ୍ଷ ୮୩ ହଜାର ୪୦୦ଟି ଗଞ୍ଜେଇ ଗଛ ଧ୍ୱଂସ କରାଯାଇଛି। ୨୦୧୯ ଏଯାଏ ୧୧୪ ଏକର ଜମିରୁ ୧ ଲକ୍ଷ ୬୯ ହଜାର ୬୦୦ଟି ଗଛ ନଷ୍ଟ କରାଯାଇଛି। ଜଣେ ଚାଷୀ ଗୋଟିଏ ଏକର ଜମିରେ ଗଞ୍ଜେଇ ଚାଷ କଲେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପାଇଥାଏ। ବ୍ୟବସାୟୀ ସେହି ଗଞ୍ଜେଇକୁ ନେଇ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପାଇଥାଏ। ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ଜଣେ ଚାଷୀ ୧୦ରୁ୨୦ଏକର ଜମିରେ ଗଞ୍ଜେଇ ଚାଷ କରିଥାଏ। ଜିଲାରେ ଅବକାରୀ ବିଭାଗରେ ଜଣେ ଅଧୀକ୍ଷକ, ୩ଜଣ ଇନ୍‌ସପେକ୍ଟର, ୨ଜଣ ଏସଆଇ ଏବଂ ୧୧ ଜଣ କନଷ୍ଟେବଳ ଅଛନ୍ତି। ଚଳିତବର୍ଷ ୫ହଜାର ଏକର ଜମିରେ ଗଞ୍ଜେଇ ଚାଷ ହେଇଥିବା ବିଭାଗ ତଥ୍ୟ ସଂଗ୍ରହ କରିଛି। ତେବେ ସ୍ବଳ୍ପସଂଖ୍ୟକ କର୍ମଚାରୀ ଥିବାରୁ ସବୁ ଜମିରୁ ଗଞ୍ଜେଇ ଗଛ ନଷ୍ଟ କରିବା ସମ୍ଭବ ହେଉନାହିଁ। ବର୍ତ୍ତମାନ ସୁଦ୍ଧା ୧୫୨ ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ମାଲକାନଗିରି ଜିଲାରେ ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ହେଲେ ଅଧିକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ସହ ସେମାନଙ୍କ ସୁରକ୍ଷା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର, ଯାନବାହନ ସହ ସ୍ଥାନୀୟ ପୋଲିସ ସହଯୋଗ ଯୋଗାଇ ଦେବା ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri