ମାଲକାନଗିରି

ମାଲକାନଗିରିରେ ୩୬ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଲା

କୋରୁକୋଣ୍ଡା,୧୨ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ମାଲକାନଗିରି ପୌରପରିଷଦ, ଖଇରପୁଟ ବ୍ଲକ ଏବଂ ବାଲିମେଳା ଏନ୍‌ଏସିରେ ମୋଟ୍‌ ୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ମାଲକାନଗିରି ଜିଲାପାଳ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି।…

ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବକୁ ଆରମ୍ଭ ହେଲା ବସ୍‌ ସେବା

ମାଲକାନଗିରି/ଚିତ୍ରକୋଣ୍ଡା,୧୧ା୭(ଡି.ଏନ.ଏ.)-ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲଙ୍କ ଉଦ୍ୟମରେ ଶୁକ୍ରବାରଠାରୁ ସ୍ବାଭିମାନ ଅଞ୍ଚଳର ଯୋଡାମ୍ବକୁ ବସ୍‌ ଚଳାଚଳ ଆରମ୍ଭ ହୋଇଛି। ମାଲକାନଗିରି ସଦର ମହକୁମାରୁ ଚିତ୍ରକୋଣ୍ଡାର ଯୋଡ଼ାମ୍ବକୁ ଏହି ବସ୍‌ ସେବା ଆରମ୍ଭ ହୋଇଛି। ଗୁରୁପ୍ରିୟା ସେତୁ ଉଦ୍‌ଘାଟିତ ହେବାପରଠାରୁ ସ୍ବାଭିମାନ ଅଞ୍ଚଳରେ ବିକାଶ…

୧୩ ଜିଲାବାସୀଙ୍କୁ ମାଲକାନଗିରି ମନା

କୋରୁକୋଣ୍ଡା, ୧୧।୭(ଡି.ଏନ୍‌.ଏ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏ ନେଇ ସବୁ ଜିଲାରେ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ମାଲକାନଗିରି ଜିଲାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା…

ଗୁଣିଗାରେଡ଼ି ସନ୍ଦେହରେ ତୀର ମାରି ଜଣଙ୍କୁ ହତ୍ୟା: ଅଭିଯୁକ୍ତ ଗିରଫ

କୋରୁକୋଣ୍ଡା,୯ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ଥାନା ଅନ୍ତର୍ଗତ ତାରଲାକୋଟା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଗ୍ରାମର ସୁବାସ ଭୂୟାଁଙ୍କୁ ସେହି ଗ୍ରାମର ଜଣେ ବ୍ୟକ୍ତି ବାଜା ମାଡକାମୀ ତୀର ସହାୟତାରେ ହତ୍ୟା…

ମାଲକାନଗିରିରେ ଆଉ ୩ କରୋନା ପଜିଟିଭ୍‌: ସିଲ୍‌ ହେଲା ଡାକ୍ତରଖାନା

ମାଲକାନଗିରି,୮ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ବୁଧବାର ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଜିଲା ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାରୁ ଏହାକୁ ସିଲ୍‌ କରି ଦିଆଯାଇଛି। କିନ୍ତୁ ଜରୁରିକାଳୀନ ଓପିଡି ଖୋଲା ରଖାଯାଇଥିବା ବେଳେ ଓପିଡି…

ସୂର୍ଯ୍ୟଙ୍କ ଚାରିପଟେ ବିରଳ ବଳୟ

ମାଲକାନଗିରି,୮ା୭(ଡି.ଏନ୍‌.ଏ.): ବର୍ଷା ସମ୍ଭାବନାରେ ବିଭିନ୍ନ ସଙ୍କେତ ପୂର୍ବରୁ ଦେଖିବାକୁ ମିଳିଥାଏ। ଯଥା ବେଙ୍ଗ ବୋବାଇବା, ଝିଙ୍କାରି ବୋବାଇବା, ଆକାଶରେ ଖଣ୍ଡ ଖଣ୍ଡ ମେଘ ପ୍ରବାହିତ ହେବା ଏବଂ ବିଶେଷ କରି ସୂର୍ଯ୍ୟଙ୍କ ଚାରିପଟେ ବୃତାକାର ବଳୟ ସୃଷ୍ଟି ହେଲେ ଆଗାମୀ ଦିନରେ…

ଆଖି ବୁଜି ଦେଇଛି ପ୍ରଶାସନ: ଭଡା ଘରେ ଚାଲିଛି କୋଚିଂ ସେଣ୍ଟର

ମାଲକାନଗିରି,୫ା୭(ଡି.ଏନ୍‌.ଏ.)-କରୋନା ମହାମାରୀ ରୋଗ ଯେପରି ନ ବ୍ୟାପିବ, ଛାତ୍ରୀଛାତ୍ରମାନେ ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ଗତ ମାର୍ଚ୍ଚରୁ ବାର୍ଷିକ ପରୀକ୍ଷା ନ କରି ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରି ଛାତ୍ରାବାସଗୁଡିକ ଖାଲି କରାଇ ପିଲାଙ୍କୁ ନିଜ ଘରକୁ ପଠାଇ…

ଟ୍ରାକ୍ଟରରୁ ୧୧କୁଇଣ୍ଟାଲ ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୩ା୭(ଡି.ଏନ.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଘାଟକୋଣ୍ଡା ଓ ବୁରୁଡ଼ିପୁଟ ଗ୍ରାମରୁ ଆନ୍ଧ୍ରକୁ ଏକ ଟ୍ରାକ୍ଟର ଯୋଗେ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ଧରାପଡିଛି। ଏହାର ପରିମାଣ ୧ ୧କୁଇଣ୍ଟାଲ ୭୦ କେଜି। ଚିତ୍ରକୋଣ୍ଡା ଥାନା ଅଧିକାରୀ ଯୁଗଳ ଶବରଙ୍କ…

ଛୁଟିରେ ଘରକୁ ଆସିଥିଲେ: କନେଷ୍ଟବଳଙ୍କୁ ତୀର ମାରି ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨ା୭(ସ୍ବ.ପ୍ର.)-ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ପୁଣି ମାଓବାଦୀ ମାନେ ସକ୍ରିୟ ହୋଇଛନ୍ତି। ଜଣେ ସହକାରୀ କନଷ୍ଟେବଳଙ୍କୁ ହତ୍ୟା କରିଛନ୍ତି। ତାଙ୍କ ନାମ ସୋମାର ପୋୟାମ। ସେ ନିକଟରେ ଛୁଟିରେ ମାଥାବାଡା ଗ୍ରାମସ୍ଥିତ ନିଜ ଘରକୁ ଆସିଥିଲେ। ବୁଧବାର ରାତି…

କୁମ୍ଭୀର ମୁହଁରେ ଗଲା ନାବାଳକଙ୍କ ଜୀବନ

ଚିତ୍ରକୋଣ୍ଡା,୨୮।୬(ଡି.ଏନ୍‌.ଏ.)- କୁମ୍ଭୀର ମୁହଁରେ ଗଲା ନାବାଳକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଚିତ୍ରକୋଣ୍ଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ। ମୃତକ ହେଲେ ଉକ୍ତ ପଞ୍ଚାୟତ ଅନ୍ତର୍ଭୁକ୍ତ ଜଲାସାହିର ଅର୍ଜୁନ ମାଝୀଙ୍କର ପୁଅ…

ପୁଣି ଅଶାନ୍ତ ସ୍ବାଭିମାନ ଅଞ୍ଚଳ: ଗୋରାସେତୁଠାରେ ପ୍ରଜାମେଳି

କୋରୁକୋଣ୍ଡା,୨୮ା୬(ଡି.ଏନ୍‌.ଏ.): ପୁଣି ଅଶାନ୍ତ ହୋଇଉଠିଛି ସ୍ବାଭିମାନ ଅଞ୍ଚଳ। ମାଲକାନଗିରି ଜିଲାର ସ୍ବାଭିମାନ ଅଞ୍ଚଳରେ ଦିନକୁ ଦିନ ଦାନା ବାନ୍ଧୁଛି ସରକାର ତଥା ବିଏସ୍‌ଏଫ୍‌ ବିରୋଧୀ ସ୍ବର। ସ୍ବାଭିମାନ ଅଞ୍ଚଳର ଦରଲାବେଡ଼ାଠାରେ ଗତ ୨୪ ତାରିଖରେ କିଛି ଶ୍ରମିକ କାମ ସାରି ଫେରୁଥିବା…

ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ

ଦଶମନ୍ତପୁର/ଜୟପୁର,୨୭ା୬ (ନି.ପ୍ର.)-କୋରାପୁଟ ଜିଲା ଜୟପୁର ଭିଜିଲାନ୍ସ ପକ୍ଷରୁ ଶନିବାର ହିତାଧିକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଜଣେ ମହିଳା ସରପଞ୍ଚ ଧରାପଡ଼ିଛନ୍ତି। ତାଙ୍କଠାରୁ ଟଙ୍କା ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତରେ ଏପରି ଘଟଣା ଘଟିଛି। ଖବରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?