ଟ୍ରାକ୍ଟରରୁ ୧୧କୁଇଣ୍ଟାଲ ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୩ା୭(ଡି.ଏନ.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଘାଟକୋଣ୍ଡା ଓ ବୁରୁଡ଼ିପୁଟ ଗ୍ରାମରୁ ଆନ୍ଧ୍ରକୁ ଏକ ଟ୍ରାକ୍ଟର ଯୋଗେ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ଧରାପଡିଛି। ଏହାର ପରିମାଣ ୧ ୧କୁଇଣ୍ଟାଲ  ୭୦ କେଜି। ଚିତ୍ରକୋଣ୍ଡା ଥାନା ଅଧିକାରୀ ଯୁଗଳ ଶବରଙ୍କ ନେତୃତ୍ୱରେ ଗୁଣ୍ଠାୱାର୍ଡl ପଞ୍ଚାୟତ କାଙ୍କରାଇପ ଛକଠାରେ ଗୁରୁବାର ରାତିରେ ପାଟ୍ରୋଲିଂ ଚାଲିଥିବାବେଳେ ଏକ ଟ୍ରାକ୍ଟର ସିଲେରୁ ଆଡକୁ ଯାଉଥିଲା। ଟ୍ରାକ୍ଟର ଆଗରେ ଏକ ବାଇକ୍‌ ମଧ୍ୟ ଯାଉଥିବା ଦେଖି ପୋଲିସର ସନ୍ଦେହ ହେବାରୁ ଟ୍ରାକ୍ଟରକୁ ଅଟକାଇ ଯାଞ୍ଚ କରାଯିବାରୁ ଗଞ୍ଜେଇ ବାହାରିଥିଲା। ତେବେ ଯାଞ୍ଚ ବେଳେ ଅଭିଯୁକ୍ତମାନେ ଖସି ପଳାଉଥିବା ବେଳେ ପୋଲିସ ଜଣକୁ ଧରିିଥିଲା। ଟ୍ରାକ୍ଟର, ବାଇକ୍‌ ସହ ଗଞ୍ଜେଇ ଥିବା ୩୯ଟି ବସ୍ତା ଥାନାକୁ ଅଣାଯାଇଛି। ଜବତ ଗଞ୍ଜେଇର ବଜାର ମୂଲ୍ୟ ୧୧ ଲକ୍ଷରୁ ଅଧିକ ହେବ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର

ମାଲକାନଗିରି, ୧୫ା୪(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀଙ୍କ ଭୟରେ ଦୀର୍ଘ ୨୧ ବର୍ଷ ଧରି ବନ୍ଦଥିବା ଶ୍ରୀରାମ ମନ୍ଦିର ପୁନଃ ଖୋଲିବା ସହ ପୂଜା କରିଛନ୍ତି ସିଆରପିଏଫ ଯବାନ।...

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

୬ ମାଓବାଦୀ ଗିରଫ

ମାଲକାନଗିରି,୮ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକ୍‌ମା ପୋଲିସକୁ ମିଳିଛି ବଡ଼ ସଫଳତା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲାରୁ ୬ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୩ ମାଓବାଦୀ

ମାଲକାନଗିରି,୬।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସିମାନ୍ତ ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ...

ଟିକେଟ୍‌ ପାଇଁ ରାଜ୍ୟ ପ୍ରଭାରୀଙ୍କ ଅର୍ଥ ଦାବି: ଶରତଙ୍କ ଅଭିଯୋଗକୁ ଜିଲା କଂଗ୍ରେସ କମିଟିର ଖଣ୍ଡନ

ମାଲକାନଗିରି,୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଟିକେଟ୍‌ ପାଇଁ ଶରତ ବୁରୁଦା ଆଶାୟୀ ଥିଲା ବେଳେ ଭୁବନେଶ୍ୱରଠାରେ ଏକ...

ଯବାନଙ୍କୁ ଟାର୍ଗେଟ କରି ଟିଫିନ ବୋମା ଖଞ୍ଜିଥିଲେ ମାଓବାଦୀ, ବିଗାଡ଼ିଲେ ଯବାନ

ମାଲକାନଗିରି,୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଡିଭିଏଫ୍‌ ଯବାନମାନଙ୍କୁ ମିଳିଛି ଏକ ବଡ଼ ସଫଳତା। ଉକ୍ତ ଅଞ୍ଚଳରୁ ବିପୁଳ...

ପୋଲିସ ଗୁଳିରେ ଟଳିଲେ ୯ରୁ ଊର୍ଦ୍ଧ୍ୱ ମାଓବାଦୀ

ମାଲକାନଗିରି,୨ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡରେ ପୋଲିସ ଗୁଳିରେ ମଙ୍ଗଳବାର ୯ରୁ ଊର୍ଦ୍ଧ୍ୱ ମାଓବାଦୀ ନିହତ ହୋଇଥିବା ବେଳେ ବହୁ ସଂଖ୍ୟାରେ ମାଓବାଦୀ ଆହତ ହୋଇଥିବା ଜଣାପଡିଛି ।...

ଫୁଲଚାଷ ପାଇଁ ଆଗ୍ରହୀ ହେଉନାହାନ୍ତି ଚାଷୀ

ମାଲକାନଗିରି, ୩୧ା୩ (ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ଜିଲାରେ ଫୁଲଚାଷ ପାଇଁ ଭିତ୍ତିଭୂମି, ଉପଯୁକ୍ତ ଜଳବାୟୁ, ଉର୍ବର ମୃତ୍ତିକା ଥିବା ସତ୍ତ୍ୱେ ଏଠାରେ ଫୁଲ ଚାଷ ପାଇଁ ଚାଷୀମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri