ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ

ଦଶମନ୍ତପୁର/ଜୟପୁର,୨୭ା୬ (ନି.ପ୍ର.)-କୋରାପୁଟ ଜିଲା ଜୟପୁର ଭିଜିଲାନ୍ସ ପକ୍ଷରୁ ଶନିବାର ହିତାଧିକାରୀଙ୍କଠାରୁ ଲାଞ୍ଚ ନେବା ବେଳେ ଜଣେ ମହିଳା ସରପଞ୍ଚ ଧରାପଡ଼ିଛନ୍ତି। ତାଙ୍କଠାରୁ ଟଙ୍କା ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତରେ ଏପରି ଘଟଣା ଘଟିଛି।
ଖବରରୁ ଜଣାପଡିଛି, ବକଡ଼ାଗୁଡା ଗ୍ରାମର ଗଙ୍ଗାଧର ସାଆଣ୍ଟା ମୋ ପୋଖରୀ ଯୋଜନାରେ ଏକ ପୋଖରୀ ଖୋଳିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କର କାର୍ଯ୍ୟାଦେଶ ହୋଇଥିଲା। ଏହି କାର୍ଯ୍ୟାଦେଶ ପତ୍ର ସେ ସରପଞ୍ଚ ରଇଲା ମାଝିଙ୍କ ନିକଟକୁ ଯାଇ ମାଗିଥିଲେ। ଏଥିପାଇଁ ସରପଞ୍ଚ ରଇଲା ତାଙ୍କୁ ୨୦ ହଜାର ଟଙ୍କା ଦେବାକୁ କହିଥିଲେ। ଏ ସମ୍ପର୍କରେ ଗଙ୍ଗାଧର ଜୟପୁର ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ମୁତାବକ ଗଙ୍ଗାଧର ସରପଞ୍ଚ ରଇଲା ରହୁଥିବା ସେମିଳିଗୁଡା ବ୍ଲକ ଭେଜିପୁଟ ଗ୍ରାମରେ ୨୦ ହଜାର ଟଙ୍କା ଦେଇଥିଲେ। ଏହି ଟଙ୍କା ନେଉଥିବା ବେଳେ ପୂର୍ବରୁ ଆସି ଡିଏସ୍‌ପି କେ.କେ. ପାଣିଗ୍ରାହୀଙ୍କ ନେତୃତ୍ୱରେ ଜଗି ରହିଥିବା ଟିମ୍‌ ସରପଞ୍ଚଙ୍କୁ ଧରିଥିଲେ। ତାଙ୍କ ନାମରେ ୧୩/୨୦ରେ ଏକ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ ଯେ, ଶୁକ୍ରବାର ମାଲକାନଗିରି ଜିଲାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣି ଅକ୍ଷୟ କୁମାର ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri