ଗୁଣିଗାରେଡ଼ି ସନ୍ଦେହରେ ତୀର ମାରି ଜଣଙ୍କୁ ହତ୍ୟା: ଅଭିଯୁକ୍ତ ଗିରଫ

କୋରୁକୋଣ୍ଡା,୯ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ଥାନା ଅନ୍ତର୍ଗତ ତାରଲାକୋଟା ଗ୍ରାମରେ ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଗ୍ରାମର ସୁବାସ ଭୂୟାଁଙ୍କୁ ସେହି ଗ୍ରାମର ଜଣେ ବ୍ୟକ୍ତି ବାଜା ମାଡକାମୀ ତୀର ସହାୟତାରେ ହତ୍ୟା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ବାଜା ବୁଧବାର ରାତିରେ ପ୍ରଥମେ ସୁବାସ ଘରକୁ ଯାଇ ସୁବାସକୁ ଡାକିଥିଲା। ଘରୁ ସୁବାସଙ୍କ ପତ୍ନୀ ବାହାରି କ’ଣ ହେଲା ବୋଲି ପଚାରିବାରୁ ତାଙ୍କ ଉପରକୁ ବାଜା ଆକ୍ରମଣ କରିଥିଲା। ପରେ ଘରୁ ସୁବାସ ବାହାରିଥିଲା। ବାଜା ୪ଟି ତୀର ନେଇ ଆସିଥିଲା। ପ୍ରଥମେ ସେ ସୁବାସକୁ ଦୁଇଟି ତୀରକୁ ନିଜ ହାତରେ ମାରିବାକୁ ଉଦ୍ୟମ କରିଥିଲା। କିନ୍ତୁ ନିଜର ଉଦ୍ୟମରେ ବାଜା ବିଫଳ ହେବାରୁ ଅଳ୍ପ କିଛି ଦୂରକୁ ଯାଇ ନିଜର ତୃତୀୟ ତୀରକୁ କାଢ଼ି ଧନୁ ସାହାଯ୍ୟରେ ସୁବାସଙ୍କୁ ଆକ୍ରମଣ କରିଥିଲେ। ପରେ ଗାଁ ଲୋକ ସୁବାସଙ୍କୁ ନେଇ କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସୁବାସଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଦେଖି ଡାକ୍ତର ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ବାଜାଙ୍କୁ ଓରକେଲ ପୋଲିସ ଗୁରୁବାର ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ: ଷ୍ଟ୍ରେଚରରେ ମୃତଦେହକୁ ୨ କିମି ବୋହିଲେ ପରିବାରଲୋକେ

ମାଲକାନଗିରି,୨୯।୭(ସ୍ବ.ପ୍ର.): ହଜିଗଲା ମାନବିକତା,ମୃତ୍ୟୁ ପରେ ମଧ୍ୟ ମିଳିଲାନାହିଁ ସମ୍ମାନ। ଶେଷରେ ମେଡିକାଲ ଷ୍ଟ୍ରେଚରରେ ପରିବାରଲୋକେ ମୃତଦେହକୁକୁ ବୋହି ନେଲେ ଘରକୁ। ଏଭଳି ଏକ ଅଭାବନୀୟ ଘଟଣା...

ଜେଲ୍‌ରେ ଥାଇ କଲ୍‌ଗର୍ଲଙ୍କୁ ଡାକିଲେ କଏଦୀ, ଅଶ୍ଳୀଳ ଫଟୋ ସାମ୍ନାକୁ ଆସିବା ପରେ…

ଲଣ୍ଡନ,୨୭ା୬: ଜେଲ୍‌ରେ ସଜା କାଟୁଥିବା ଜଣେ କଏଦୀ କଲ୍‌ଗର୍ଲଙ୍କୁ ଡାକିଥିଲେ। ଏହି ଘଟଣାର ଖୁଲାସା ହେଲା ଯେତେବେଳେ ମୋବାଇଲରେ ଉଠା ଯାଇଥିବା ଅଶ୍ଳୀଳ ଫଟୋ ଭାଇରାଲ...

ଟାର୍ଗେଟ୍‌ କୁକୁଡ଼ାଗାଲି, ଚଢ଼ାଉ ଜୋରଦାର କରୁଛି ପୋଲିସ

ବୋରିଗୁମ୍ମା,୨୫ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା କୁକୁଡ଼ା ଗାଲି ଓ ସେଠାକାର ଜୁଆଖେଳ ଉପରେ ଲଗାତାର ଚଢ଼ାଉ ଜାରି ରଖିଛି ପୋଲିସ। ଗତ ୩/୪...

୧୦୩ କେଜି ଗଞ୍ଜେଇ ଜବତ, ୩ ଗିରଫ

ଫିରିଙ୍ଗିଆ,୧୯।୬- ଫିରିଙ୍ଗିଆ ପୋଲିସ ଡିଣ୍ଡିରାଗାଁ ପଞ୍ଚାୟତ ପାଖରେ ଚଢ଼ାଉ କରି ଏକ ଡାଲା ଅଟୋରୁ ୧୦୩ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୩...

ସ୍ତ୍ରୀକୁ ହତ୍ୟା ପରେ ପୁନର୍ଜୀବିତ ପାଇଁ ଶବକୁ ଗୋବରରେ ପୋତିଲେ ସ୍ବାମୀ

ଭୋପାଳ, ୩୧।୮: ମଧ୍ୟପ୍ରଦେଶର ବୈତୁଲ ଜିଲାରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାଦୁଗର ସହାୟତାରେ ସ୍ତ୍ରୀକୁ ପୁନର୍ଜୀବିତ କରିବା ପାଇଁ ଜଣେ ବ୍ୟକ୍ତି...

ଏମ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟିନେଲେ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଭୁବନେଶ୍ୱର ଏମ୍ସ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟ୍‌ ଅଭିଯୋଗ। ଜୁନିୟର ଆଡମିନ୍‌ଷ୍ଟ୍ରେଟିଭ୍‌ ଅଫିସର ପ୍ରବୀଣ କୁମାର ପାଠକକୁ ଆକ୍ରମଣ କରି ସୁନାଚେନ୍‌ ଲୁଟି ନେଇଛନ୍ତି...

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ଅଭିଯୁକ୍ତ ଅଟକ

ମାଲକାନଗିରି,୧୭।୨(ଡି.ଏନ୍‌.ଏ): ମାଲକାନଗିରି ଜିଲା ଆଦର୍ଶ ଥାନା ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମରେ ଜଣେ ବୃଦ୍ଧଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଉକ୍ତ ଗ୍ରାମର...

ନବଦାସ ହତ୍ୟା ମାମଲା: ରିମାଣ୍ଡ ପରେ ଜେଲ୍‌ ଗଲେ ଗୋପାଳ

ବ୍ରଜରାଜନଗର,୧୩ା୨(ଡି.ଏନ୍‌.ଏ.): ନବଦାସ ହତ୍ୟା ମାମଲାରେ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତ ଗୋପାଳ ଦାସ ପୁଣି ଜେଲ୍‌ ଯାଇଛନ୍ତି।...

Advertisement
Archives

Model This Week