କୋରାପୁଟ

ବିନା ପରମିଟ୍‌ରେ ଯାତ୍ରା କରିବା ପଡିଲା ମହଙ୍ଗା: ୧୦ ହଜାର ଜରିମାନା

କୋରାପୁଟ,୧୬।୨(ସ୍ବ.ପ୍ର): କୋରାପୁଟ ଜିଲା ଦେଇ କେତେକ ଘରୋଇ ବସ୍‌ ବିନା ପରମିଟ୍‌ରେ ଯାଉଥିବା ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗକୁ ଭିତ୍ତି କରି ଗୁରୁବାର କୋରାପୁଟ ପରିବହନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଥିସହ ଏକ ଘରୋଇ ବସ୍‌ରୁ ୧୦ ହଜାର ଟଙ୍କା…

ବାଇକ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

କୋରାପୁଟ,୧୬।୨(ସ୍ବ.ପ୍ର.): କୋରାପୁଟ-ଜୟପୁର ୨୬ ନମ୍ବର ଜାତୀୟ ରାଜପଥର କଫି ବୋର୍ଡ ନିକଟରେ ବାଇକ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବାବେଳେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଜଣଙ୍କୁ…

ଜିଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ ଭାଜପା କର୍ମୀ

କୋରାପୁଟ,୧୫ା୨(ସ୍ବ.ପ୍ର.): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ତୁରନ୍ତ ଏଥିପାଇଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କରି ବୁଧବାର କୋରାପୁଟ ଜିଲା ଭାଜପା ପକ୍ଷରୁ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପାର ଏହି ବିକ୍ଷୋଭ ନେଇ ପୋଲିସ…

ଆଦିବାସୀ ମାନ୍ୟତା ଦାବିନେଇ ଦୋରା ସମ୍ପ୍ରଦାୟର ଶୋଭାଯାତ୍ରା

ପଟ୍ଟାଙ୍ଗି,୧୫।୨(ଡି.ଏନ.ଏ): କୋରାପୁଟ ଜିଲାର ଦୋରା ସମ୍ପ୍ରଦାୟ ଆଦିବାସୀ ମାନ୍ୟତା ଦାବି ଉଠାଇ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏନେଇ ମଙ୍ଗଳବର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଜିଲାର ବିଭିନ୍ନ ବ୍ଲକରେ ବସବାସ କରୁଥିବା ଦୋରା ସମ୍ପ୍ରଦାୟ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ…

ଷ୍ଟ୍ରେଚରରେ ୧ କି.ମି. ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୪।୨:ଥମୁନି ଜନନୀ ଯନ୍ତ୍ରଣା। ପୁଣି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ। ଏଭଳି ଘଟଣା ସୋମବାର କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖିନବର ପଞ୍ଚାୟତର ତୋଟାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନ ଥିବାରୁ ପ୍ରାୟ ୧କି.ମି. ଦୂରରେ ଆମ୍ବୁଲାନ୍ସ ଅଟକିଥିଲା।…

ଲୋକଙ୍କୁ ମିଳୁନି, ଘାଟ୍‌ କଟିଂ କାମ କରୁଛି ମେଶିନ୍‌

ପଟ୍ଟାଙ୍ଗି, ୧୪।୨(ଡି.ଏନ୍‌.ଏ):ଗ୍ରାମାଞ୍ଚଳର ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନ କାମ କରୁଛନ୍ତି। ଉକ୍ତ କାମରେ ଗ୍ରାମାଞ୍ଚଳ ଲୋକଙ୍କୁ ନିୟୋଜିତ କରିବାକୁ ମଧ୍ୟ କେତେକ ଜାଗାରେ ନିୟମ ରହିଛି। କିନ୍ତୁ ଗ୍ରାମାଞ୍ଚଳରେ ଏହାର ବାସ୍ତବ ଚିତ୍ର ଅଲଗା।…

ରବି ନନ୍ଦ ଅସୁସ୍ଥ

ଜୟପୁର, ୧୪।୨(ନି.ପ୍ର.):ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବି ନାରାୟଣ ନନ୍ଦ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର…

୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ,୧୩।୨(ସ୍ବ.ପ୍ର): କୋରାପୁଟ ଜିଲାର ମାଛକୁଣ୍ଡ ପୋଲିସ ଦ୍ୱାରା ପାଟ୍ରୋଲିଂ ଚାଲିଥିବାବେଳେ ବଡ ଡୁରାଲ ଗ୍ରାମ ନିକଟରୁ ୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ପୂର୍ବ ସୂଚନାପାଇ ସୋମବାର ମାଛକୁଣ୍ଡ ଥାନା ପୋଲିସ ସ୍ଥାନୀୟ ବଡ ଡୁରାଲ ଗ୍ରାମ ନିକଟରେ…

ହାଇଦ୍ରାବାଦରେ ଗ୍ରାହକଙ୍କ ମନ ଜିଣୁଛି କୋରାପୁଟ ମାଣ୍ଡିଆ ଚା’

କୋରାପୁଟ,୧୩ା୨(ସ୍ବ.ପ୍ର.):କୋରାପୁଟ ମାଣ୍ଡିଆର ଦିନେ ଏତେ ଆଦର ନ ଥିବାବେଳେ ଏବେ ଏହାର ଚାହିଦା ଯଥେଷ୍ଟ ବଢିଯାଇଛି। ରାଜ୍ୟ ସରହଦ ଡେଇଁ ଏହା ରାଜ୍ୟ ବାହାରେ ଲୋକଙ୍କ ମନ ଜିଣିଛି। ମାଣ୍ଡିଆରୁ ପ୍ରସ୍ତୁତ ସାମାଗ୍ରୀକୁ ଲୋକେ ଏବେ ବେଶ୍‌ ଲୋଡୁଛନ୍ତି। ମାଣ୍ଡିଆ ମିକ୍ସଚର,…

ମଣ୍ଡିରୁ ଧାନ ଆଣୁଥିବା ବେଳେ ଓଲିଟିଲା ଟ୍ରକ୍‌

କୋରାପୁଟ,୧୨।୨(ସ୍ବ.ପ୍ର): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଡୋଲିଆମ୍ବ ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ଧାନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ ଟ୍ରକ୍‌ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, କୋରାପୁଟ ଜିଲା…

ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ରୁ ଲୁଟିନେଲେ ୩୨ଲକ୍ଷ

ନନ୍ଦପୁର/ କୋରାପୁଟ (ସ୍ବ.ପ୍ର.), ୧୨।୨: କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଶନିବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। କେତେଜଣ ଦୁର୍ବୃତ୍ତ ବ୍ଲକର ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ଥିବା ଷ୍ଟେଟ୍‌ବ୍ୟାଙ୍କର ଏଟିଏମ୍‌ରୁ ଶନିବାର ଭୋର ସମୟରେ…

‘ହାଲ୍‌’ ତଥ୍ୟ ପ୍ରଘଟ ଚର୍ଚ୍ଚା

ଭାରତରୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାକୁ ବାହାର ଦେଶ ଦ୍ୱାରା ନିୟୋଜିତ ସୁନ୍ଦରୀ ତରୁଣୀମାନେ ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ସେମାନେ ବିଭିନ୍ନ ପ୍ରତିରକ୍ଷା ଓ ଆନୁଷଙ୍ଗିକ ସଂସ୍ଥାର କର୍ମଚାରୀମାନଙ୍କୁ ପ୍ରେମ ଜାଲରେ (ହନି ଟ୍ରାପ୍‌) ଫସାଇ ତଥ୍ୟ ସଂଗ୍ରହ କରିନେଉଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri