ହାଇଦ୍ରାବାଦରେ ଗ୍ରାହକଙ୍କ ମନ ଜିଣୁଛି କୋରାପୁଟ ମାଣ୍ଡିଆ ଚା’

କୋରାପୁଟ,୧୩ା୨(ସ୍ବ.ପ୍ର.):କୋରାପୁଟ ମାଣ୍ଡିଆର ଦିନେ ଏତେ ଆଦର ନ ଥିବାବେଳେ ଏବେ ଏହାର ଚାହିଦା ଯଥେଷ୍ଟ ବଢିଯାଇଛି। ରାଜ୍ୟ ସରହଦ ଡେଇଁ ଏହା ରାଜ୍ୟ ବାହାରେ ଲୋକଙ୍କ ମନ ଜିଣିଛି। ମାଣ୍ଡିଆରୁ ପ୍ରସ୍ତୁତ ସାମାଗ୍ରୀକୁ ଲୋକେ ଏବେ ବେଶ୍‌ ଲୋଡୁଛନ୍ତି। ମାଣ୍ଡିଆ ମିକ୍ସଚର, ମୁଡକି, କେକେ, ଗାଣ୍ଠିଆ , ବିସ୍କୁଟ ଭଳି ବହୁ ରକମର ପିଠା ତିଆରି କରାଯାଇ ଏବେ ବଜାରରେ ବିକ୍ରି ହେଉଛି ା ଓଡ଼ିଶାର ପ୍ରସ୍ତୁତ ଖାଦ୍ୟକୁ ଜାତୀୟ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଏବେ ହାଇଦ୍ରାବାଦରେ ଓଡିଆ ଫୁଡ ଓ କ୍ରାପ୍ଟ ମେଳା ଚାଲିଛି ା କଳିଙ୍ଗ ସ୍ବରାଜ ଓମେନ୍ସ ୱିଙ୍ଗ ପକ୍ଷରୁ ହୋଇଥିବା ଏହି ମେଳାରେ ମାଣ୍ଡିଆରୁ ପ୍ରସ୍ତୁତ ସମସ୍ତ ଖାଦ୍ୟ ସାମଗ୍ରୀ ସହ ସ୍ନାକ ମଧ୍ୟ ପ୍ରଦର୍ଶିତ ହେଉଛି। କୋରାପୁଟ ଜିଲା ଜୟପୁର ଅଞ୍ଚଳର ଜଗନ୍ନାଥ ଚିନାରି ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଏଠାରେ ପ୍ରଦର୍ଶିତ କରୁଛନ୍ତି। ତାହା ଏଠଶରେ ଓଡ଼ିଆ ଓ ଅଣଓଡିଆଙ୍କ ମଧ୍ୟରେ ବେଶ୍‌ ଆଦୃତ ହେଉଥିବା ଦେଖିବାକୁ ମିଳୁଛି। ଜଗନ୍ନାଥଙ୍କ ଷ୍ଟଲରେ ମିକ୍ସଚରଠାରୁ ଆରମ୍ଭ କରି ବିସ୍କୁଟ, ମୁଡକି ଓ ଚା’ ପରି ପ୍ରାୟ ୨୦ରୁ ୨୫ ପ୍ରକାରର ମାଣ୍ଡିଆରୁ ପ୍ରସ୍ତୁତ ସାମାଗ୍ରୀ ମିଳୁଛି ା ତେବେ ପ୍ରଥମ କରି ସେ ପ୍ରସ୍ତୁତ କରି ବିକ୍ରି କରୁଥିବା ମାଣ୍ଡିଆ ଚା’ର ସ୍ବାଦ ବେଶ୍‌ ନିଆରା ବୋଲି ଆଲୋଚନା ହେଉଛି। ଜଗନ୍ନାଥ ଦୀର୍ଘ ୧୦ ବର୍ଷ ହେଲା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସାମାଗ୍ରୀ ବିକ୍ରି କରି ଆସଛନ୍ତି। ଏଥିପାଇଁ ସେ ଜାତୀୟ ସ୍ତରରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ପ୍ରଥମ ମାଣ୍ଡିଆ ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟଜଗନ୍ନାଥଙ୍କୁ ସମ୍ମାନିତ କରାଯାଇଥିଲା ଏନେଇ ଜଗନ୍ନାଥକହନ୍ତି, ମାଣ୍ଡିଆକୁ ନେଇ ସେ ୪୦ରୁ ୫୦ ପ୍ରକାରର ଜିନିଷ ତିଆରି କରୁଛନ୍ତି। ଏଠାରେ ୨୦ରୁ ୨୫ ପ୍ରକାରର ସାମଗ୍ରୀ ପ୍ରଦର୍ଶିତ କରାଯାଇଛି ା ମାଣ୍ଡିଆରୁ ପ୍ରସ୍ତୁତ କୁକିଜ, ମିକ୍ସଚର ଓ ଚା’ ଟେଷ୍ଟକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ପ୍ରଥମେ ମାଣ୍ଡିଆ ଚା’ ପିଇବାକୁ ଲୋକେ ଅନିଛା ପ୍ରକାଶ କରିଥିଲେ ମଧ୍ୟ ପରେ ଏହାକୁ ବେଶ ପସନ୍ଦ କରିଥିଲେ ା ରାଜ୍ୟ ସରକାର ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ମାଣ୍ଡିଆ ଜାତୀୟ ଖାଦ୍ୟ ପ୍ରସ୍ତୁତିରେ ସହଯୋଗ କରୁଛନ୍ତି, ମାତ୍ର ମୋତେ ସେମିତି କିଛି ପ୍ରୋତ୍ସାହନ ଏଯାଏ ମିଳିନି ା ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଆମକୁ ମାଣ୍ଡିଆ ଖାଦ୍ୟ ବିକ୍ରି କରିବାକୁ ସୁଯୋଗ ମିଳୁଛି ହାଇଦ୍ରାବାଦରେ ଆୟୋଜିତ ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତାରେ ମୁଁ ପୁରସ୍କୃତ ହେଇଥିଲି ା ସେଠାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲି ା ପରେ ରାଜ୍ୟ ସରକାର ଜାଣିପାରିଥିଲେ ମାଣ୍ଡିଆରେ ବହୁ ଖାଦ୍ୟ ସାମାଗ୍ରୀ ପ୍ରସ୍ତୁତ ହୋଇପାରୁଛି ା ଏଥିପାଇଁ ପ୍ରଥମ ମାଣ୍ଡିଆ ଦିବସରେ ମୋତେ ସରକାର ସମ୍ମାନିତ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏସ୍‌ଏସଏମ୍‌ଇ ଅଣ୍ଡରରେ ଆମକୁ ଲୋନ ମିଳିଛି। ଆମେ କୋରାପୁଟ ମିଲେଟ ବ୍ୟାଙ୍କ ନାମରେ ଏକ ନାମ ମଧ୍ୟ ପଞ୍ଜୀକୃତ କରିଛୁ ା ଏହା ଦ୍ୱାରା ଆମେ ସମଗ୍ର ଦେଶରେ ମିଲେଟ ପ୍ରସ୍ତୁତ ସାମାଗ୍ରୀ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଜଗନ୍ନାଥ କହିଛନ୍ତି। ସୂଚନାଯୋଗ୍ୟ, ୨୦୨୨ରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ମିଲେଟ ରିସର୍ଚ୍ଚ ଏନ୍‌ୟୁଟିଆର୍‌ଆଇ ଏଚ୍‌ୟୁବି ସହିତ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ହାଇଦ୍ରାବାଦଠାରେ ଆୟୋଜିତ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପ୍ରତିଯୋଗିତାରେ ଓଡ଼ିଶା ମିଲେଟ ମିଶନ ଏବଂ ଜୟପୁରର ଜଗନ୍ନାଥ ପୁରସ୍କୃତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?