ହାଇଦ୍ରାବାଦରେ ଗ୍ରାହକଙ୍କ ମନ ଜିଣୁଛି କୋରାପୁଟ ମାଣ୍ଡିଆ ଚା’

କୋରାପୁଟ,୧୩ା୨(ସ୍ବ.ପ୍ର.):କୋରାପୁଟ ମାଣ୍ଡିଆର ଦିନେ ଏତେ ଆଦର ନ ଥିବାବେଳେ ଏବେ ଏହାର ଚାହିଦା ଯଥେଷ୍ଟ ବଢିଯାଇଛି। ରାଜ୍ୟ ସରହଦ ଡେଇଁ ଏହା ରାଜ୍ୟ ବାହାରେ ଲୋକଙ୍କ ମନ ଜିଣିଛି। ମାଣ୍ଡିଆରୁ ପ୍ରସ୍ତୁତ ସାମାଗ୍ରୀକୁ ଲୋକେ ଏବେ ବେଶ୍‌ ଲୋଡୁଛନ୍ତି। ମାଣ୍ଡିଆ ମିକ୍ସଚର, ମୁଡକି, କେକେ, ଗାଣ୍ଠିଆ , ବିସ୍କୁଟ ଭଳି ବହୁ ରକମର ପିଠା ତିଆରି କରାଯାଇ ଏବେ ବଜାରରେ ବିକ୍ରି ହେଉଛି ା ଓଡ଼ିଶାର ପ୍ରସ୍ତୁତ ଖାଦ୍ୟକୁ ଜାତୀୟ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଏବେ ହାଇଦ୍ରାବାଦରେ ଓଡିଆ ଫୁଡ ଓ କ୍ରାପ୍ଟ ମେଳା ଚାଲିଛି ା କଳିଙ୍ଗ ସ୍ବରାଜ ଓମେନ୍ସ ୱିଙ୍ଗ ପକ୍ଷରୁ ହୋଇଥିବା ଏହି ମେଳାରେ ମାଣ୍ଡିଆରୁ ପ୍ରସ୍ତୁତ ସମସ୍ତ ଖାଦ୍ୟ ସାମଗ୍ରୀ ସହ ସ୍ନାକ ମଧ୍ୟ ପ୍ରଦର୍ଶିତ ହେଉଛି। କୋରାପୁଟ ଜିଲା ଜୟପୁର ଅଞ୍ଚଳର ଜଗନ୍ନାଥ ଚିନାରି ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଏଠାରେ ପ୍ରଦର୍ଶିତ କରୁଛନ୍ତି। ତାହା ଏଠଶରେ ଓଡ଼ିଆ ଓ ଅଣଓଡିଆଙ୍କ ମଧ୍ୟରେ ବେଶ୍‌ ଆଦୃତ ହେଉଥିବା ଦେଖିବାକୁ ମିଳୁଛି। ଜଗନ୍ନାଥଙ୍କ ଷ୍ଟଲରେ ମିକ୍ସଚରଠାରୁ ଆରମ୍ଭ କରି ବିସ୍କୁଟ, ମୁଡକି ଓ ଚା’ ପରି ପ୍ରାୟ ୨୦ରୁ ୨୫ ପ୍ରକାରର ମାଣ୍ଡିଆରୁ ପ୍ରସ୍ତୁତ ସାମାଗ୍ରୀ ମିଳୁଛି ା ତେବେ ପ୍ରଥମ କରି ସେ ପ୍ରସ୍ତୁତ କରି ବିକ୍ରି କରୁଥିବା ମାଣ୍ଡିଆ ଚା’ର ସ୍ବାଦ ବେଶ୍‌ ନିଆରା ବୋଲି ଆଲୋଚନା ହେଉଛି। ଜଗନ୍ନାଥ ଦୀର୍ଘ ୧୦ ବର୍ଷ ହେଲା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସାମାଗ୍ରୀ ବିକ୍ରି କରି ଆସଛନ୍ତି। ଏଥିପାଇଁ ସେ ଜାତୀୟ ସ୍ତରରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ପ୍ରଥମ ମାଣ୍ଡିଆ ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟଜଗନ୍ନାଥଙ୍କୁ ସମ୍ମାନିତ କରାଯାଇଥିଲା ଏନେଇ ଜଗନ୍ନାଥକହନ୍ତି, ମାଣ୍ଡିଆକୁ ନେଇ ସେ ୪୦ରୁ ୫୦ ପ୍ରକାରର ଜିନିଷ ତିଆରି କରୁଛନ୍ତି। ଏଠାରେ ୨୦ରୁ ୨୫ ପ୍ରକାରର ସାମଗ୍ରୀ ପ୍ରଦର୍ଶିତ କରାଯାଇଛି ା ମାଣ୍ଡିଆରୁ ପ୍ରସ୍ତୁତ କୁକିଜ, ମିକ୍ସଚର ଓ ଚା’ ଟେଷ୍ଟକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ପ୍ରଥମେ ମାଣ୍ଡିଆ ଚା’ ପିଇବାକୁ ଲୋକେ ଅନିଛା ପ୍ରକାଶ କରିଥିଲେ ମଧ୍ୟ ପରେ ଏହାକୁ ବେଶ ପସନ୍ଦ କରିଥିଲେ ା ରାଜ୍ୟ ସରକାର ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ମାଣ୍ଡିଆ ଜାତୀୟ ଖାଦ୍ୟ ପ୍ରସ୍ତୁତିରେ ସହଯୋଗ କରୁଛନ୍ତି, ମାତ୍ର ମୋତେ ସେମିତି କିଛି ପ୍ରୋତ୍ସାହନ ଏଯାଏ ମିଳିନି ା ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଆମକୁ ମାଣ୍ଡିଆ ଖାଦ୍ୟ ବିକ୍ରି କରିବାକୁ ସୁଯୋଗ ମିଳୁଛି ହାଇଦ୍ରାବାଦରେ ଆୟୋଜିତ ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତାରେ ମୁଁ ପୁରସ୍କୃତ ହେଇଥିଲି ା ସେଠାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲି ା ପରେ ରାଜ୍ୟ ସରକାର ଜାଣିପାରିଥିଲେ ମାଣ୍ଡିଆରେ ବହୁ ଖାଦ୍ୟ ସାମାଗ୍ରୀ ପ୍ରସ୍ତୁତ ହୋଇପାରୁଛି ା ଏଥିପାଇଁ ପ୍ରଥମ ମାଣ୍ଡିଆ ଦିବସରେ ମୋତେ ସରକାର ସମ୍ମାନିତ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏସ୍‌ଏସଏମ୍‌ଇ ଅଣ୍ଡରରେ ଆମକୁ ଲୋନ ମିଳିଛି। ଆମେ କୋରାପୁଟ ମିଲେଟ ବ୍ୟାଙ୍କ ନାମରେ ଏକ ନାମ ମଧ୍ୟ ପଞ୍ଜୀକୃତ କରିଛୁ ା ଏହା ଦ୍ୱାରା ଆମେ ସମଗ୍ର ଦେଶରେ ମିଲେଟ ପ୍ରସ୍ତୁତ ସାମାଗ୍ରୀ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଜଗନ୍ନାଥ କହିଛନ୍ତି। ସୂଚନାଯୋଗ୍ୟ, ୨୦୨୨ରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ମିଲେଟ ରିସର୍ଚ୍ଚ ଏନ୍‌ୟୁଟିଆର୍‌ଆଇ ଏଚ୍‌ୟୁବି ସହିତ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ହାଇଦ୍ରାବାଦଠାରେ ଆୟୋଜିତ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପ୍ରତିଯୋଗିତାରେ ଓଡ଼ିଶା ମିଲେଟ ମିଶନ ଏବଂ ଜୟପୁରର ଜଗନ୍ନାଥ ପୁରସ୍କୃତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱାଦଶ କୁଆଖିଆ ମହୋତ୍ସବ ପାଇଁ ପ୍ରସ୍ତୁତି

ରସୁଲପୁର,୫ା୧୨(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଞ୍ଚଳର ବ୍ୟବସାୟିକ ପ୍ରାଣକେନ୍ଦ୍ର ବୋଲି କୁହାଯାଉଥିବା କୁଆଖିଆ ବଜାରର ସାରଙ୍ଗପୁର ମେଲଣ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଦ୍ୱାଦଶ କୁଆଖିଆ ମହୋତ୍ସବ...

ଟ୍ରେନ ଆଗକୁ ଆସି ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ,୧୮ା୧୧: ବ୍ରହ୍ମପୁର ଜିଆର୍‌ପି ଶୁକ୍ରବାର ହଳଦିଆପଦର ମାଟିଆ ଗାଁ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ଯୁବକଙ୍କ ପକେଟରୁ ମୋବାଇଲ ଫୋନ...

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ଗ୍ରାହକଙ୍କଠାରୁ ଲୁଟ୍‌: ୨ ଅଭିଯୁକ୍ତ ଅଟକ

ବସ୍ତା,୬।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ବସ୍ତା ଶାଖାରେ ଜଣେ ଗ୍ରାହକଙ୍କ ନିକଟରୁ ୫୦ ହଜାର ଲୁଟ୍‌ ଅଭିଯୋଗରେ ଦୁଇ ଦୁର୍ବୃତ୍ତଙ୍କୁ ଧରି...

ମମିତା ହତ୍ୟା ମାମଲା: ପୋଲିସ ହାତରେ ଲାଗିଲା ଆଉ କିଛି ନୂଆ ତଥ୍ୟ

ଭବାନିପାଟଣା,୫।୧୧(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସକୁ...

ବେଲପାହାଡ଼ ଦଖଲ କଲା କଂଗ୍ରେସ

ଝାରସୁଗୁଡ଼ା ଅଫିସ,୨୬।୩: ଝାରସୁଗୁଡ଼ା ଜିଲାର ବେଲପାହାଡ଼ ପୌର ପରିଷଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ପୌରାଧ୍ୟକ୍ଷ ଭାବେ କଂଗ୍ରେସ ପ୍ରାର୍ଥୀ ନିମାଇଁ ଚରଣ ପଣ୍ଡା...

ଇଚ୍ଛାମୃତ୍ୟୁ ଆବେଦନ କଲେ ମହିଳା

ଯାଜପୁର ଟାଉନ, ୧୭ା୧(ଡି.ଏନ.ଏ.):ଯାଜପୁର ସହର କୁସୁମା ରୋଡ୍‌ ଶୀତଳେଶ୍ୱର ଗ୍ରାମର କୋରେଶା ବିବି ନାମକ ଜଣେ ସଂଖ୍ୟାଲଘୁ ମହିଳା ସୋମବାର ଯାଜପୁର ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ...

୫ ବର୍ଷ ପରେ ବି ଷ୍ଟାଣ୍ଡକୁ ଗଲାନି ବସ୍‌

ବ୍ରହ୍ମପୁର ଅଫିସ,୮ା୧୧-ଗୋପାଳପୁର ଏନ୍‌ଏସିର ଉନ୍ନତୀ ପାଇଁ ଯୋଜନା ପରେ ଯୋଜନା ହେଉଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ଆଲୋକ ସଜା,...

ଶୈବାଳ ଚାଷ : ଜଟାଧାର ମୁହାଣରେ ସଫଳ

ପାରାଦୀପ,୧୨।୪(ସ୍ବ.ପ୍ର.): ଉପକୂଳ ଓଡିଶାର ଗଞ୍ଜାମ, ପୁରୀ, ବାଲେଶ୍ବର ଓ ଜଗତସିଂହପୁର ଜିଲାର ୮ଟି ସ୍ଥାନରେ ପ୍ରଥମ ଥର ପାଇଁ ପେବୃୟାରୀ ଶେଷ ସପ୍ତାହରେ ଶୈବାଳ ଚାଷ...

Advertisement
Archives

Model This Week