ଜିଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ ଭାଜପା କର୍ମୀ

କୋରାପୁଟ,୧୫ା୨(ସ୍ବ.ପ୍ର.): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ତୁରନ୍ତ ଏଥିପାଇଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କରି ବୁଧବାର କୋରାପୁଟ ଜିଲା ଭାଜପା ପକ୍ଷରୁ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପାର ଏହି ବିକ୍ଷୋଭ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟକୁ ନ ଯିବା ପାଇଁ ମୁଖ୍ୟଗେଟ୍‌କୁ ବନ୍ଦ କରାଯାଇଥିଲା। ଏହା ସତ୍ତ୍ୱେ ଭାଜପାର ଶତାଧିକ କର୍ମୀ ଏହାକୁ ନ ମାନି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଯାଇଥିଲେ। ଏହି ବିକ୍ଷୋଭରେ ଭାଜପାର କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ସାମନ୍ତରାୟ ଯୋଗଦେଇ ବିଜେଡି ସରକାରଙ୍କ ଏକ ପ୍ରକାର ଗୁଣ୍ଡାରାଜ ଚାଲିଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣିମା ନାୟକ, ଜାତୀୟ ଅନୁସୂଚୀତ ସମ୍ପାଦକ କାଳିରାମ ମାଝି, ଜିଲା ଉପସଭାପତି ଦେବୀ ପ୍ରସାଦ କର, ଜିଲା ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ରଥ ଏବଂ ଦେବେନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ତ୍ରିନାଥ ପଣ୍ଡା, ଜିଲା ଅନୁସୂଚୀତ ମୋର୍ଚ୍ଚା ସଭାପତି ଭାଗିରଥି ପାଟନିଆ, କୋରାପୁଟ ନଗର ସଭାପତି ସିଦ୍ଧାର୍ଥ ଶଙ୍କର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ୧୦ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ

ସମ୍ବଲପୁର,୭ା୬ (ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍‌ସାରରେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ସୋମବାର ମିଳିଥିବା ରିପୋର୍ଟ ମୁତାବକ,...

୨୪ ଘଣ୍ଟାରେ ୧୩ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ: ୩୦ ହଜାର ଜରିମାନା ଆଦାୟ

ଦେବଗଡ, ୬।୧୨(ଡ଼ି.ଏନ୍‌.ଏ.)- କୋଭିଡ଼୍‌-୧୯ ନିୟମକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ପ୍ରତିହତ ପାଇଁ ଦେବଗଡ ଆରକ୍ଷୀ ଅଧିକ୍ଷକ ମନୋଜ ମହାନ୍ତଙ୍କ ନିର୍ଦ୍ଦେଶ କ୍ରମେ ଜାତୀୟ ରାଜପଥ...

ଚାନ୍ଦବାଲିରେ ବୋଇତ ବନ୍ଦାଣ ଉତ୍ସବ

ଚାନ୍ଦବାଲି,୧୨ା୧୧(ଡି.ଏନ୍‌.ଏ.): କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳନ ପାଇଁ ଭଦ୍ରକ ଜିଲାର ଉଭୟ ଚାନ୍ଦବାଲି ଓ ଧାମରା ଅଞ୍ଚଳ...

ହସ୍ପିଟାଲରେ ରୋଗୀଛାଡ଼ି ଫେରୁଥିବା ବେଳେ ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ: ଡ୍ରାଇଭର ମୃତ

ବଲାଙ୍ଗୀର ଅଫିସ, ୧।୬: ବଲାଙ୍ଗୀର ଜିଲା ରତନପୁର ନିକଟରେ ଶନିବାର ଟ୍ରକ୍‌ ଧକ୍କାରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି ଜିଲା...

ମନମୁଖି ଚାଲିଛି ମେଗା ପ୍ରକଳ୍ପ କାମ

ଯାଜପୁର ଅଫିସ/ଜେନାପୁର (ଡି.ଏନ.ଏ.),୧୨।୧: ଆଗକୁ ଆସୁଛି ଗ୍ରୀଷ୍ମଋତୁ । ଏବେଠୁ ନଦୀ ନାଳ ଶୁଖିବାକୁ ଆରମ୍ଭ ହେଲାଣି। ନଦୀନାଳ ଭରା ଯାଜପୁର ଜିଲାରେ ମଧ୍ୟ ବ୍ରାହ୍ମଣୀ...

ଆଏଜ୍‌ ବି ଘନାପେଡା ତେଲର ଚାହିଦା ଅଛେ

ଭବାନୀପାଟଣା, ୨୯ା୬ (ଡି.ଏନ୍‌.ଏ) : ମନୁଷ୍‌ ସମାଜର ବିକାଶ ସଂଗେ ଫିଦିନିଅଁ। ଚଲନିରେ ତେଲର ଉପକାରିତାକେ ସେ ଅନୁଭବ କରିଛେ। ଭିନେ ଭିନେ କିସମର ତୈଳବୀଜ...

ବନ୍ଧୁକ ଲଗାଇ ହତ୍ୟା ଧମକ ଦେଇ ୪ ଗିରଫ

ଝାରସୁଗଡ଼ା ଅଫିସ୍‌,୨୨ା୫: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅଞ୍ଚଳରେ ୨ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ...

ପୁରୀ ପଞ୍ଜାବୀ ମଠକୁ ସିଲ୍‌ କଲା ପୋଲିସ

ପୁରୀ ଅଫିସ୍‌, ୨।୧୨: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଥିବା ପଞ୍ଜାବୀ ମଠକୁ ସୋମବାର ପୋଲିସ ସିଲ୍‌ କରିଦେଇଛି। ରବିବାର ରାତିରେ ମଠରେ ନିଶାକାରବାର ହେଉଥିବା ଖବର...

Advertisement
Archives

Model This Week