‘ହାଲ୍‌’ ତଥ୍ୟ ପ୍ରଘଟ ଚର୍ଚ୍ଚା

ଭାରତରୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାକୁ ବାହାର ଦେଶ ଦ୍ୱାରା ନିୟୋଜିତ ସୁନ୍ଦରୀ ତରୁଣୀମାନେ ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ସେମାନେ ବିଭିନ୍ନ ପ୍ରତିରକ୍ଷା ଓ ଆନୁଷଙ୍ଗିକ ସଂସ୍ଥାର କର୍ମଚାରୀମାନଙ୍କୁ ପ୍ରେମ ଜାଲରେ (ହନି ଟ୍ରାପ୍‌) ଫସାଇ ତଥ୍ୟ ସଂଗ୍ରହ କରିନେଉଛନ୍ତି। ଏଭଳିସ୍ଥଳେ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)ର ତଥ୍ୟ ପ୍ରଘଟ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର କୋରାପୁଟ ଜିଲାର ସୁନାବେଡ଼ାସ୍ଥିତ ହାଲ୍‌ର ୨ କର୍ମଚାରୀଙ୍କୁ ଉଠାଇ ନେଇଥିବା କୁହାଯାଉଛି।

କୋରାପୁଟ/ ସୁନାବେଡ଼ା/ସେମିଳିଗୁଡା,୧୨।୨(ସ୍ବ.ପ୍ର.): ଦେଶର ପ୍ରତିରକ୍ଷା ସହିତ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଶତ୍ରୁ ରାଷ୍ଟ୍ର ଏବଂ ବିଦେଶୀ ସଂସ୍ଥା ପକ୍ଷରୁ ଲଗାତର ଟାର୍ଗେଟ୍‌ କରାଯାଇଆସୁଛି। ଓଡ଼ିଶାରେ ଥିବା ସେଭଳି ସଂସ୍ଥାଗୁଡ଼ିକ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ସେକ୍ସ, ଆର୍ଥିକ ପ୍ରଲୋଭନ ଭଳି ବିଭିନ୍ନ ଉପାୟରେ ଉକ୍ତ ସଂସ୍ଥାଗୁଡ଼ିକରୁ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଚାଲିଛି। ପୂର୍ବରୁ ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆର୍‌ଡିଓ)ର ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ର କର୍ମଚାରୀ ହନି ଟ୍ରାପ୍‌ରେ ପଡ଼ି ତଥ୍ୟ ପ୍ରଘଟ କରିବାର ନଜିର ରହିଛି। ଏପରି କି ଉକ୍ତ ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଛି। ଏବେ ସୁନାବେଡ଼ା ହାଲ୍‌ର ୨ କର୍ମଚାରୀ ତଥ୍ୟ ପ୍ରଘଟ କରିଥିବା ଚର୍ଚ୍ଚା ଜୋର ଧରିଛି।
ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ଯେ, ମହାରାଷ୍ଟ୍ରର ନାସିକ ବ୍ରାଞ୍ଚ ସୂଚନା ଆଧାରରେ ସିବିଆଇ ଟିମ୍‌ ଶନିବାର ସୁନାବେଡ଼ାସ୍ଥିତ ହାଲ୍‌ରେ ଚଢ଼ାଉକରି ଦୁଇ କର୍ମଚାରୀଙ୍କୁ ଉଠାଇ ନେଇଛି। ସେମାନଙ୍କ ମଧ୍ୟରୁ ଜଣେ ହାଲ୍‌ର ପଦସ୍ଥ ଅଧିକାରୀ ବୋଲି ଜଣାପଡଛି। ତାଙ୍କଠାରୁ ସିବିଆଇ ଟିମ୍‌ ଏକ ଲାପ୍‌ଟପ୍‌ ସହ ହାର୍ଡଡିସ୍କ ଜବତ କରିଥିବା ସୂଚନା ମିଳିଛି। ଚଢ଼ାଉ ଏବଂ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଉକ୍ତ ୨ କର୍ମଚାରୀ ହନି ଟ୍ରାପ୍‌ରେ ସୁରକ୍ଷା ତଥ୍ୟ ପ୍ରଘଟ କରିଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏନେଇ କୌଣସି ସୂଚନା ସିବିଆଇ, ସ୍ଥାନୀୟ ପୋଲିସ ଓ ହାଲ୍‌ ପକ୍ଷରୁ ଦିଆଯାଇନାହିଁ। ତେବେ ସିବିଆଇ ୨ କର୍ମଚାରୀଙ୍କୁ ଉଠାଇନେବା ଏବଂ ହେଉଥିବା ଚର୍ଚ୍ଚାକୁ ଗୁଜବ ବୋଲି କହିଛନ୍ତି ସୁନାବେଡ଼ା ହାଲ୍‌ର ଡିଜିଏମ୍‌ (ଏଚ୍‌ଆର୍‌) ଭବାନୀ ଶଙ୍କର ଶାହା। ସେଭଳି କିଛି ହୋଇନାହିଁ ବୋଲି ଶାହା କହିଛନ୍ତି। ସୁନାବେଡ଼ା ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ମଧ୍ୟ ସିବିଆଇ ହାଲ୍‌ର ୨ କମର୍ଚାରୀଙ୍କୁ ଉଠାଇ ନେବା ଚର୍ଚ୍ଚାକୁ ଗୁଜବ ବୋଲି କହିଛନ୍ତି। ଏକ ଜମିଜମା ମାମଲାରେ ହାଲ୍‌ର ଜଣେ କର୍ମଚାରୀଙ୍କୁ ଅଣାଯାଇଥିଲା। ପଚରାଉଚରା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଥାନା ଅଧିକାରୀ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri