‘ହାଲ୍‌’ ତଥ୍ୟ ପ୍ରଘଟ ଚର୍ଚ୍ଚା

ଭାରତରୁ ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାକୁ ବାହାର ଦେଶ ଦ୍ୱାରା ନିୟୋଜିତ ସୁନ୍ଦରୀ ତରୁଣୀମାନେ ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ସେମାନେ ବିଭିନ୍ନ ପ୍ରତିରକ୍ଷା ଓ ଆନୁଷଙ୍ଗିକ ସଂସ୍ଥାର କର୍ମଚାରୀମାନଙ୍କୁ ପ୍ରେମ ଜାଲରେ (ହନି ଟ୍ରାପ୍‌) ଫସାଇ ତଥ୍ୟ ସଂଗ୍ରହ କରିନେଉଛନ୍ତି। ଏଭଳିସ୍ଥଳେ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)ର ତଥ୍ୟ ପ୍ରଘଟ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର କୋରାପୁଟ ଜିଲାର ସୁନାବେଡ଼ାସ୍ଥିତ ହାଲ୍‌ର ୨ କର୍ମଚାରୀଙ୍କୁ ଉଠାଇ ନେଇଥିବା କୁହାଯାଉଛି।

କୋରାପୁଟ/ ସୁନାବେଡ଼ା/ସେମିଳିଗୁଡା,୧୨।୨(ସ୍ବ.ପ୍ର.): ଦେଶର ପ୍ରତିରକ୍ଷା ସହିତ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଶତ୍ରୁ ରାଷ୍ଟ୍ର ଏବଂ ବିଦେଶୀ ସଂସ୍ଥା ପକ୍ଷରୁ ଲଗାତର ଟାର୍ଗେଟ୍‌ କରାଯାଇଆସୁଛି। ଓଡ଼ିଶାରେ ଥିବା ସେଭଳି ସଂସ୍ଥାଗୁଡ଼ିକ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ସେକ୍ସ, ଆର୍ଥିକ ପ୍ରଲୋଭନ ଭଳି ବିଭିନ୍ନ ଉପାୟରେ ଉକ୍ତ ସଂସ୍ଥାଗୁଡ଼ିକରୁ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଚାଲିଛି। ପୂର୍ବରୁ ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆର୍‌ଡିଓ)ର ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌)ର କର୍ମଚାରୀ ହନି ଟ୍ରାପ୍‌ରେ ପଡ଼ି ତଥ୍ୟ ପ୍ରଘଟ କରିବାର ନଜିର ରହିଛି। ଏପରି କି ଉକ୍ତ ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଛି। ଏବେ ସୁନାବେଡ଼ା ହାଲ୍‌ର ୨ କର୍ମଚାରୀ ତଥ୍ୟ ପ୍ରଘଟ କରିଥିବା ଚର୍ଚ୍ଚା ଜୋର ଧରିଛି।
ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ଯେ, ମହାରାଷ୍ଟ୍ରର ନାସିକ ବ୍ରାଞ୍ଚ ସୂଚନା ଆଧାରରେ ସିବିଆଇ ଟିମ୍‌ ଶନିବାର ସୁନାବେଡ଼ାସ୍ଥିତ ହାଲ୍‌ରେ ଚଢ଼ାଉକରି ଦୁଇ କର୍ମଚାରୀଙ୍କୁ ଉଠାଇ ନେଇଛି। ସେମାନଙ୍କ ମଧ୍ୟରୁ ଜଣେ ହାଲ୍‌ର ପଦସ୍ଥ ଅଧିକାରୀ ବୋଲି ଜଣାପଡଛି। ତାଙ୍କଠାରୁ ସିବିଆଇ ଟିମ୍‌ ଏକ ଲାପ୍‌ଟପ୍‌ ସହ ହାର୍ଡଡିସ୍କ ଜବତ କରିଥିବା ସୂଚନା ମିଳିଛି। ଚଢ଼ାଉ ଏବଂ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଉକ୍ତ ୨ କର୍ମଚାରୀ ହନି ଟ୍ରାପ୍‌ରେ ସୁରକ୍ଷା ତଥ୍ୟ ପ୍ରଘଟ କରିଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏନେଇ କୌଣସି ସୂଚନା ସିବିଆଇ, ସ୍ଥାନୀୟ ପୋଲିସ ଓ ହାଲ୍‌ ପକ୍ଷରୁ ଦିଆଯାଇନାହିଁ। ତେବେ ସିବିଆଇ ୨ କର୍ମଚାରୀଙ୍କୁ ଉଠାଇନେବା ଏବଂ ହେଉଥିବା ଚର୍ଚ୍ଚାକୁ ଗୁଜବ ବୋଲି କହିଛନ୍ତି ସୁନାବେଡ଼ା ହାଲ୍‌ର ଡିଜିଏମ୍‌ (ଏଚ୍‌ଆର୍‌) ଭବାନୀ ଶଙ୍କର ଶାହା। ସେଭଳି କିଛି ହୋଇନାହିଁ ବୋଲି ଶାହା କହିଛନ୍ତି। ସୁନାବେଡ଼ା ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ମଧ୍ୟ ସିବିଆଇ ହାଲ୍‌ର ୨ କମର୍ଚାରୀଙ୍କୁ ଉଠାଇ ନେବା ଚର୍ଚ୍ଚାକୁ ଗୁଜବ ବୋଲି କହିଛନ୍ତି। ଏକ ଜମିଜମା ମାମଲାରେ ହାଲ୍‌ର ଜଣେ କର୍ମଚାରୀଙ୍କୁ ଅଣାଯାଇଥିଲା। ପଚରାଉଚରା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଥାନା ଅଧିକାରୀ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?