କୋରାପୁଟ

ସୀମାନ୍ତ ଗ୍ରାମରୁ ଡୁବିଲାଣି ଓଡ଼ିଆ ଭାଷା

ପଟ୍ଟାଙ୍ଗି,୪।୧(ଡି.ଏନ.ଏ.): ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ପାଳନ କରିବାକୁ କଡାକଡି ନିୟମ ରହିଛି। ସରକାର ମଧ୍ୟ ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି କରୁଛନ୍ତି। ମାତ୍ର ଜିଲା ଓ ବ୍ଲକ ପ୍ରଶାସନର ଇଚ୍ଛାଶକ୍ତି ଅଭାବରୁ ସୀମାନ୍ତ ଗ୍ରାମ…

ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ଠେଲିଦେଲେ

କୋରାପୁଟ,୩୧।୩(ସ୍ବ.ପ୍ର.): କିରଣ୍ଡଳରୁ ବିଶାଖାପାଟଣା ଯାଉଥିବା ପାସେଞ୍ଜର ଟ୍ରେନ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। କେତେକ ଯାତ୍ରୀ ଚଳନ୍ତା ଟ୍ରେନ୍‌ରୁ ଜଣେ ଯାତ୍ରୀଙ୍କୁ ତଳକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି। ଫଳରେ ଟ୍ରେନ୍‌ ଚକ ତଳେ ପଡ଼ି ଯୁବକଙ୍କ ଗୋଡ଼ କଟିଯାଇଛି। ସେ…

ଦେଶୀ ବନ୍ଧୁକରୁ ଗୁଳି ଫୁଟି ମହିଳା ମୃତ

ପଟ୍ଟାଙ୍ଗି, ୨୯।୩(ଡି.ଏନ୍‌.ଏ.): ଘରେ ରଖିଥିବା ଦେଶୀ ବନ୍ଧୁକ କାଢ଼ିବାବେଳେ ଅସାବଧାନତା ହେତୁ ଗୁଳି ଫୁଟି ପାଖରେ ଥିବା ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ସେ ହେଲେ କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନ ନୂଆଁଗା ପଞ୍ଚାୟତ ସଦର ଗ୍ରାମର ଜାନି ମାଙ୍ଗୁଡୁଙ୍କ…

ବାହାରିଲା ରାମନବମୀ ଶୋଭାଯାତ୍ରା: ୨୦ ହଜାର ଭକ୍ତ ସାମିଲ

କୋରାପୁଟ,୩୦।୩(ସ୍ବ.ପ୍ର.): କୋରାପୁଟ ସହରରେ ଗୁରୁବାର ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଏକାଠି ହୋଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରୁଛନ୍ତି। ପୂର୍ବାହ୍ନ ୧୧ଟାରୁ କୋରାପୁଟ ସହରର…

ଶୁଣିଲାନି ପ୍ରଶାସନ, ଗାଁ ରାସ୍ତା କାମ କରୁଛନ୍ତି ୧୦ ପରିବାର

ଦଶମନ୍ତପୁର,୩୦ା୩(ଡି.ଏନ୍‌.ଏ.):ଗାଁ ରାସ୍ତା ମରାମତି ଲାଗି ପ୍ରଶାସନ ନିକଟରେ ବହୁ ଅଭିଯୋଗ ପରେ ବି ସୁଫଳ ନ ମିଳିବାରୁ ୧୦ଟି ପରିବାର ଶ୍ରମଦାନ କରି ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି। ଏଭଳି ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ…

କୋଲାବ ଜଳଭଣ୍ଡାରକୁ ଡେଇଁ ପୋଷ୍ଟମାଷ୍ଟରଙ୍କ ଆତ୍ମହତ୍ୟା

କୋରାପୁଟ,୨୯ା୩(ସ୍ବ.ପ୍ର.): କୋରାପୁଟସ୍ଥିତ କୋଲାବ ଜଳଭଣ୍ଡାରର ଟିକରପଡ଼ା ଘାଟରେ ବୁଧବାର ଅପରାହ୍ନରେ ଟିକରପଡ଼ା ପୋଷ୍ଟମାଷ୍ଟର ପ୍ରିୟଙ୍କା ପ୍ରହରାଜ ପାଣିକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାଯାଇଛି। ହେଲେ ଆତ୍ମହତ୍ୟାର ପ୍ରକୃତ କାରଣ ଏବେବି ଜଣାପଡ଼ି ନ ଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ…

ଜରିମାନା ଗଣିବେ ପିଇଓ, ଜିଆର୍‌ଏସ୍‌ଙ୍କ ସହ ଯନ୍ତ୍ରୀ

ନନ୍ଦପୁର, ନନ୍ଦପୁର, ୨୮ା୩ (ଡି.ଏନ.ଏ.): ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ୨୩ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏମଜିଏନଆରଇଜିଏସ୍‌ରେ ୨୦୧୬ରୁ ୨୦୨୧ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟର ସମୀକ୍ଷା ହୋଇଥିଲା। ଏଥିରେ ଅନିୟମତତା ହୋଇଥିବା ଧରାପଡିବା ପରେ ପିଇଓ, ଜିଆରଏସ ଓ…

ମାଟି ଅତଡ଼ା ଧସି ୨ ମୃତ, ୨ ଗୁରୁତର

କୋରାପୁଟ/ନନ୍ଦପୁର,୨୯ା୩ (ସ୍ବ.ପ୍ର): ଘର ଲିପାପୋଛା ପାଇଁ ଆବଶ୍ୟକ ମାଟି ସଂଗ୍ରହ କରୁଥିବା ୪ ମହିଳାଙ୍କ ଉପରେ ଅତଡ଼ା ଧସିଯାଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। କୋରାପୁଟ ଜିଲା ନନ୍ଦପୁର ଥାନା ହିକମପୁଟ ନିକଟ ଲେଞ୍ଜିପୁଟ ନାଳ ନିକଟରେ…

ଖସିଲା ମାଟି ଅତଡ଼ା: ୨ ମୃତ, ୨ ଗୁରୁତର

କୋରାପୁଟ,୨୮।୩(ସ୍ବ.ପ୍ର.): କୋରାପୁଟ ଜିଲା ନନ୍ଦପୁର ଥାନା ଅନ୍ତର୍ଗତ ହିକିମପୁଟ ଗ୍ରାମନିକଟସ୍ଥ ଲେଞ୍ଜିପୁଟ ନାଳରେ ମଙ୍ଗଳବାର ମାଟି ଅତଡ଼ା ଖସିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଘାଗଡ଼ାପଣ୍ଡି ଗ୍ରାମର ଶଶି ହନ୍ତାଳ…

ବଦଳି ହୋଇ ନ ଥିବା ଅଧିକାରୀଙ୍କ ସ୍ଥାନକୁ ପଟ୍ଟାଙ୍ଗି ବିଡିଓଙ୍କ ବଦଳି

ପଟ୍ଟାଙ୍ଗି,୨୭ା୩(ଡି.ଏନ.ଏ.):ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମାର୍ଚ୍ଚ ୨ରେ ପ୍ରକାଶ ପାଇଥିବା ବଦଳି ତାଲିକାରେ କୋରାପୁଟ ଜିଲା ପଟ୍ଟାଙ୍ଗି ବିଡିଓଙ୍କ ନାମ ରହିଥିଲା। ତେବେ ତାଙ୍କ ସ୍ଥାନକୁ ବଦଳି ହୋଇଥିବା ବିଡିଓ ସେ କାର୍ଯ୍ୟ କରୁଥିବା ସ୍ଥାନରୁ ଆସୁ ନ ଥିବାରୁ ପଟ୍ଟାଙ୍ଗିରେ…

ପାଣିକୁ ଆୟୁଧ କରି ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ

ନନ୍ଦପୁର,୨୭ା୩ (ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ପରେ ନନ୍ଦପୁର ବ୍ଲକ ଉପରେ ଏବେ ଆନ୍ଧ୍ରପ୍ରଦେଶ ନଜର ପକାଇଛି। ଏଠାରେ ପାଣିକୁ ଆୟୁଧ କରି ଆନ୍ଧ୍ର ଉକ୍ତ ବ୍ଲକରେ ଅନୁପ୍ରବେଶ ଉଦ୍ୟମ ଚଳାଇଛି। କିଛିଦିନ ତଳେ ବ୍ଲକର ସୀମାନ୍ତ…

ଶିକ୍ଷକ ନ ଆସିବାରୁ ୩୦ ଛାତ୍ରୀଛାତ୍ର ପରୀକ୍ଷାରୁ ବଞ୍ଚିତ

କୋରାପୁଟ/ ନାରାୟଣପାଟଣା, ୨୬।୩(ସ୍ବ.ପ୍ର./ ଡି.ଏନ.ଏ.) ଛାତ୍ରୀଛାତ୍ରଙ୍କୁ ସରକାରୀ ସ୍କୁଲମୁହାଁ କରିବାକୁ ୫-ଟି ରୂପାନ୍ତରିତ କାର୍ଯ୍ୟକ୍ରମରେ ବିଦ୍ୟାଳୟଗୁଡିକୁ ବହୁ ଅର୍ଥ ଯୋଗାଇ ଦିଆଯାଉଛି। ଛାତ୍ରୀଛାତ୍ରଙ୍କୁ ମାଗଣା ପୋଷାକ, ଖାଇବା ଏବଂ ବହିପତ୍ର ସରକାର ଯୋଗାଇ ଦେଉଛନ୍ତି। ବିଶେଷକରି ଆଦିବାସୀ ବହୁଳ ଅଞ୍ଚଳରେ ଡ୍ରପଆଉଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri