ଶୁଣିଲାନି ପ୍ରଶାସନ, ଗାଁ ରାସ୍ତା କାମ କରୁଛନ୍ତି ୧୦ ପରିବାର

ଦଶମନ୍ତପୁର,୩୦ା୩(ଡି.ଏନ୍‌.ଏ.):ଗାଁ ରାସ୍ତା ମରାମତି ଲାଗି ପ୍ରଶାସନ ନିକଟରେ ବହୁ ଅଭିଯୋଗ ପରେ ବି ସୁଫଳ ନ ମିଳିବାରୁ ୧୦ଟି ପରିବାର ଶ୍ରମଦାନ କରି ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି। ଏଭଳି ଦେଖିବାକୁ ମିଳିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲ୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଗୁଡ଼ା ଗ୍ରାମରେ।
କେମିଲିବେଡା ପଦର ସ୍ଥିତ ଠୁଟାଆମ୍ବ ଛକଠାରୁ ପ୍ରାୟ ୬ କି.ମି. ଅତିକ୍ରମ କଲେ ବହୁ କଷ୍ଟରେ ଏହି ଗାଁକୁ ପହଞ୍ଚିବାକୁ ହୁଏ। ଗାଁରେ କେବଳ ୧୦ଘର ଗୌଡ ସଂପ୍ରଦାୟର ଲୋକେ ବସବାସ କରିଥାନ୍ତି। ଉକ୍ତ ପରିବାର ଗୁଡିକର ଜୀବିକା କହିଲେ ଅଳ୍ପ କିଛି ଜମିରେ ଚାଷବାସ କରି ଚଳନ୍ତି। ଏହି ଗାଁ ଦେଇ ପିଣ୍ଡାପଦର ପଞ୍ଚାୟତ ଅଧିନରେ ଥିବା କୋଡକି ପଦର, ହରଡାପୁଟ, ଚିନ୍ଦର ଯୋଡ, ଡଳିମାଳ ଏବଂ ନନ୍ଦିଗା ପଞ୍ଚାୟତର ପ୍ରାୟତଃ ଗ୍ରାମବାସୀ ଦଶମନ୍ତପୁର ବ୍ଲକ କାର୍ଯ୍ୟାଳୟକୁ ଯାତାୟାତ କରିଥାନ୍ତି। ତେବେ ଏହି ଗାଁଠାରୁ କେମିଲିବେଡ଼ା ପଦର ଛକ ମାତ୍ର ୩ କି.ମି. ଦୂର ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। କେମିଲିବେଡ଼ା ପଦର ଛକଠାରୁ ତେନ୍ତୁଳିଗୁଡ଼ା ଗାଁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଏବଂ ଜିଲା ପ୍ରଶାସନକୁ ମଧ୍ୟ ଲିଖିତ ଓ ମୌଖିକ ଜଣାଇ ଆସୁଥିଲେ। ହେଲେ ଏ ଯାଏ କୌଣସି ସୁଫଳ ମିଳଲାନି। ଏପରିକି ଗାଁକୁ ବିଡିଓ ଡମ୍ବରୁଧର ମଲ୍ଲିକ ଆସିଥିବା ବେଳେ ତାଙ୍କୁ ମଧ୍ୟ ସମସ୍ୟା ଜଣାଇଥିଲେ ବି ରାସ୍ତା ହୋଇପାରିଲାନି ବୋଲି ଗ୍ରାମର ଖଗପତି ଗୌଡ, ସଦନ ଗୌଡ, ଚନ୍ଦ୍ରା ଗୌଡ, ଉର୍ମିଳା ଗୌଡ, ବୃନ୍ଦାବତି ଗୌଡ, ଘନ ଗୌଡ, ତ୍ରିନାଥ ଗୌଡ଼, ମିନ ଗୌଡ଼ ଓ ଯୁଧିଷ୍ଟିର ଗୌଡ ପ୍ରମୁଖ ପ୍ରକାଶ କରିଛନ୍ତି। ତେଣୁ ଆଉ ପ୍ରଶାସନ ଉପରେ ନିର୍ଭର ନ କରି ରାସ୍ତା କିଭଳି ହେବ ସେ ନେଇ ଗ୍ରାମବାସୀ ଗାଁରେ ଏକ ବୈଠକ କରିଥିଲେ। ପ୍ରତ୍ୟେକ ଦିନ ପ୍ରତି ଘରୁ ଜଣେ ଲେଖାଏ ଏପରି ମୋଟ ୧୦ ଜଣ ରାସ୍ତା ମରାମତି ପାଇଁ ଶ୍ରମଦାନ କରିବାକୁ ନିଷ୍ପତ୍ତି ନେଇ କାମ ଆରମ୍ଭ କରିଛନ୍ତି। ୧୦ ପରିବାର କୋଡ଼କି, ଶାବଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଧରି ଶ୍ରମଦାନ କରୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ଆଗକୁ ଖାଲଆମ୍ବ ନାଳ, ବୋନାଆମ୍ବ ନାଳ, ପଦା ନାଳ ଏବଂ ରଙ୍ଗମାଟି ନାଳରେ ନୂଆ କଲଭର୍ଟ ସହ ପକ୍କା ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନ ନେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ସାତ ବର୍ଷର ନାବାଳିକାଙ୍କୁ ବଳାତ୍କାର; ଚିତ୍କାର ଶୁଣି ଭାଇ ଆସିବା ପରେ….

ଦେବଗଡ଼,୧।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ…

ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ଗଞ୍ଜାମ ଜିଲା କଳାକାର, ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲା ସାଂସ୍କୃତିକ କଳା

ଛତ୍ରପୁର,୧।୯(ଦିଲ୍ଲୀପ ସାମଲ) : ଜିଲା ଏବଂ ସମଗ୍ର ରାଜ୍ୟର ଗୌରବମୟ ଇତିହାସର ଆଦିବାସୀ ଏବଂ ଲୋକନୃତ୍ୟ ଉପସ୍ଥାପନାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମନ ମୋହିଥିଲେ ଗଞ୍ଜାମ ଜିଲାର…

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri