ପାଣିକୁ ଆୟୁଧ କରି ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ

ନନ୍ଦପୁର,୨୭ା୩ (ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ପରେ ନନ୍ଦପୁର ବ୍ଲକ ଉପରେ ଏବେ ଆନ୍ଧ୍ରପ୍ରଦେଶ ନଜର ପକାଇଛି। ଏଠାରେ ପାଣିକୁ ଆୟୁଧ କରି ଆନ୍ଧ୍ର ଉକ୍ତ ବ୍ଲକରେ ଅନୁପ୍ରବେଶ ଉଦ୍ୟମ ଚଳାଇଛି। କିଛିଦିନ ତଳେ ବ୍ଲକର ସୀମାନ୍ତ ପଞ୍ଚାୟତଗୁଡ଼ିକରେ ଆଧାର, ରାଶନ, ଭୋଟର ପରିଚୟ ପତ୍ର, ଭତ୍ତା ଓ ବ୍ୟାଙ୍କ ଜମାଖାତା ଖୋଲି ଆନ୍ଧ୍ର ଲୋକଙ୍କୁ ବିଭିନ୍ନ ସହାୟତା ଦେଇ ନିଜ ସପକ୍ଷକୁ ନେବା ଲାଗି ଉଦ୍ୟମ ଚଳାଇଥିଲା। ଏନେଇ ଜିଲା ପ୍ରଶାସନ ସତର୍କ ରହିବାରୁ ଆନ୍ଧ୍ର ନୀରବ ରହିଥିଲା।
ଖବରରୁ ଜଣାପଡିଛି, ଏବେ ଖରା ଦିନ ଯୋଗୁ କୋରାପୁଟ ଜିଲାର ସୀମାନ୍ତ ଗ୍ରାମଗୁଡିକରେ ଜଳକଷ୍ଟ ଦେଖିବାକୁ ମିଳିଛି। ଏହାକୁ ଦୂର କରିବା ଆଳରେ ଆନ୍ଧ୍ର ନନ୍ଦପୁର ବ୍ଲକରେ ଅନୁପ୍ରବେଶ କରୁଛି। ଏହି ବ୍ଲକ ଅନ୍ତର୍ଗତ ଗୋଲୁର ପଞ୍ଚାୟତର ରାଇପାଡ଼ ଓ ପାନ୍ଥଲୁଙ୍ଗ ପଞ୍ଚାୟତର ଜୟନ୍ତୀଗିରି, ଶୁଡୁବ, ଅଣ୍ଡରଗୁଡା ଓ ତୋଟାଗୁଡା ସୀମାନ୍ତ ଅଞ୍ଚଳରେ ଆନ୍ଧ୍ର ବିଭିନ୍ନ ସଂସ୍ଥା ଜରିଆରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରି ଘରେ ଘରେ ପାଣି ପହଞ୍ଚାଇବା ବ୍ୟବସ୍ଥା କରୁଛି। ଅନ୍ୟପକ୍ଷରେ ଲୋକ ପ୍ରତିନିଧିମାନଙ୍କ ବାରମ୍ବାର ଦାବି ପରେ ସୀମାନ୍ତ ଅଞ୍ଚଳର ଉନ୍ନୟନ ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଉନାହିଁ। ବ୍ଳକର ସୀମା ନିର୍ଦ୍ଧାରଣ ପାଇଁ ପଞ୍ଚାୟତ ସମିତି ବୈଠକରେ ପାରିତ ପ୍ରସ୍ତାବ ବ୍ଲକ ଓ ଜିଲା ପ୍ରଶାସନ କାର୍ଯ୍ୟକାରୀ କରୁନାହିଁ। ଏପରିସ୍ଥଳେ ଏହା ଅନୁପ୍ରବେଶ ଲାଗି ଆନ୍ଧ୍ରକୁ ବେଶ୍‌ ସୁବିଧା ହେଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବ୍ଲକ ପକ୍ଷରୁ ହୋଇଥିବା ପାନୀୟ ଜଳ ବ୍ୟବସ୍ଥା ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ଆନ୍ଧ୍ର ଏହାର ସୁଯୋଗ ନେଇ ଲୋକଙ୍କୁ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା କରି ସେମାନଙ୍କ ମନ ଜିଣିବାକୁ ଉଦ୍ୟମ କରୁଛି ବୋଲି ଅଞ୍ଚଳବାସୀ କହିଛନ୍ତି। ଏସମ୍ପର୍କରେ ନନ୍ଦପୁର ବିଡିଓ ସୁଜିତ ମିଶ୍ରଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ ଜିଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀଙ୍କୁ ରବିବାର ପାନ୍ଥଲୁଙ୍ଗ ଓ ଗୋଲୁର୍‌ ପଞ୍ଚାୟତ ପରିଦର୍ଶନ କରି ରିପୋର୍ଟ ଦେବାକୁ କୁହାଯାଇଛି। ଆସନ୍ତା ୨୯ରେ ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ, ରାଜସ୍ବ ବିଭାଗ, ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ନେଇ ସେ ଆନ୍ଧ୍ର କରୁଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବେ। ପରେ ଆନ୍ଧ୍ରର ଏହି ପ୍ରକଳ୍ପଗୁଡ଼ିକୁ ଭାଙ୍ଗି ସେହିଦିନ ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ପାନୀୟ ଜଳଯୋଗାଣ ନେଇ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ବିଡିଓ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ‘ସୁରଭି’

ଦାରିଙ୍ଗବାଡ଼ି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଲୁକ୍କାୟିତ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?