ଜରିମାନା ଗଣିବେ ପିଇଓ, ଜିଆର୍‌ଏସ୍‌ଙ୍କ ସହ ଯନ୍ତ୍ରୀ

ନନ୍ଦପୁର, ନନ୍ଦପୁର, ୨୮ା୩ (ଡି.ଏନ.ଏ.): ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ୨୩ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏମଜିଏନଆରଇଜିଏସ୍‌ରେ ୨୦୧୬ରୁ ୨୦୨୧ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟର ସମୀକ୍ଷା ହୋଇଥିଲା। ଏଥିରେ ଅନିୟମତତା ହୋଇଥିବା ଧରାପଡିବା ପରେ ପିଇଓ, ଜିଆରଏସ ଓ ଯନ୍ତ୍ରୀଙ୍କଠାରୁ ଜରିମାନା ଆଦାୟ ଲାଗି ନିଷ୍ପତ୍ତି ହୋଇଛି।
ସମୀକ୍ଷାରୁ ଜଣାପଡିଛି, ଆବାସ ଯୋଜନାରେ ୩୧୧ଟି ଗୃହ ଅଦ୍ୟାବଧି ସମ୍ପୂର୍ଣ ହୋଇ ନ ଥିବା ସହ ୧୦୯ଟି ଅନିୟମିତତା କରାଯାଇଥିବା ସାମାଜିକ ସମୀକ୍ଷାରେ ଜଣାପଡ଼ିଛି। ସେଥିମଧ୍ୟରୁ ଥୁବା ପଞ୍ଚାୟତରେ ୪ଟି ଓ ନନ୍ଦକା ପଞ୍ଚାୟତରେ ୧ ଗୃହ ନିର୍ମାଣ ନ ହୋଇ ଅନ୍ୟ ଲୋକଙ୍କ ବ୍ୟାଙ୍କ୍‌ ଖାତାକୁ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଥିଲା। ଏମଜିଏନଆରଇଜିଏସ୍‌ରେ ୧୧ଟି କାର୍ଯ୍ୟରେ ଅନିୟମିତତା କରାଯାଇ ୩ ଲକ୍ଷ ୧ହଜାର ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡିଥିଲା। ଅଟକଳ ଠାରୁ ଅଧିକ ପ୍ରାପ୍ୟ ପ୍ରଦାନ କରାଯାଇଥିବାରୁ ଖିନବର ପଞ୍ଚାୟତର ଜିଆରଏସ୍‌ଙ୍କଠାରୁ ୮ହଜାର ୯୮୯ ଟଙ୍କା ଆଦାୟ କରାଯାଇଥିଲା। ଏହି ସାମାଜିକ ସମୀକ୍ଷା ବୈଠକରେ ଏଡିଏମ ରାଜେନ୍ଦ୍ର ମାଝୀ, ଆମ୍ବୁଡସମ୍ୟାନ, ଜିଲା ପରିଷଦ ସଭ୍ୟ ନଳିନୀ ଟାକ୍ରି, ଜିଲା ସାମାଜିକ ସମୀକ୍ଷକ ଅନିଲ ମହାରଣା, ବିଡିଓ ସୁଜିତ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଜସକେତନ ବେହେରା, ଜିପିଇଓ ବେଦାନ୍ତ ମାଝୀ ଉପସ୍ଥିତ ଥିଲେ। ଏଡିଏମ, ଓ ଜିଲା ସାମାଜିକ ସମୀକ୍ଷକ କାର୍ଯ୍ୟରେ ଅବହେଳା କରିଥିବା ପିଇଓ, ଜିଆରଏସ ଓ ଯନ୍ତ୍ରୀଙ୍କଠାରୁ ଅନିୟମିତତା ବାବଦ ଅର୍ଥ ଆସନ୍ତା ୧୫ ଦିନ ମଧ୍ୟରେ ଆଦାୟ କରିବାକୁ ବିଡିଓ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏମ୍‌ପି ପ୍ରତିନିଧି ଗୋପାଳ ମାଟାମ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ କାର୍ତ୍ତୁଲ୍‌, ୨୩ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ପିଇଓ, ଜିଆରଏସ, ଯନ୍ତ୍ରୀ, ଏପିଓ ଚିନ୍ତାମଣି ତାଣ୍ଡି, ଆବାସ ସଂଯୋଜକ ଜନାର୍ଦ୍ଧନ ଚୌଧୁରୀ ଉପସ୍ଥିତ ଥିଲେ। ବ୍ଲକ ସାମାଜିକ ସମୀକ୍ଷକ ନବୀନ ଖରା ପରିଚାଳନା କରିଥିଲେ।
(ଡି.ଏନ.ଏ.)

ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ୨୩ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏମଜିଏନଆରଇଜିଏସ୍‌ରେ ୨୦୧୬ରୁ ୨୦୨୧ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟର ସମୀକ୍ଷା ହୋଇଥିଲା। ଏଥିରେ ଅନିୟମତତା ହୋଇଥିବା ଧରାପଡିବା ପରେ ପିଇଓ, ଜିଆରଏସ ଓ ଯନ୍ତ୍ରୀଙ୍କଠାରୁ ଜରିମାନା ଆଦାୟ ଲାଗି ନିଷ୍ପତ୍ତି ହୋଇଛି।
ସମୀକ୍ଷାରୁ ଜଣାପଡିଛି, ଆବାସ ଯୋଜନାରେ ୩୧୧ଟି ଗୃହ ଅଦ୍ୟାବଧି ସମ୍ପୂର୍ଣ ହୋଇ ନ ଥିବା ସହ ୧୦୯ଟି ଅନିୟମିତତା କରାଯାଇଥିବା ସାମାଜିକ ସମୀକ୍ଷାରେ ଜଣାପଡ଼ିଛି। ସେଥିମଧ୍ୟରୁ ଥୁବା ପଞ୍ଚାୟତରେ ୪ଟି ଓ ନନ୍ଦକା ପଞ୍ଚାୟତରେ ୧ ଗୃହ ନିର୍ମାଣ ନ ହୋଇ ଅନ୍ୟ ଲୋକଙ୍କ ବ୍ୟାଙ୍କ୍‌ ଖାତାକୁ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଥିଲା। ଏମଜିଏନଆରଇଜିଏସ୍‌ରେ ୧୧ଟି କାର୍ଯ୍ୟରେ ଅନିୟମିତତା କରାଯାଇ ୩ ଲକ୍ଷ ୧ହଜାର ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡିଥିଲା। ଅଟକଳ ଠାରୁ ଅଧିକ ପ୍ରାପ୍ୟ ପ୍ରଦାନ କରାଯାଇଥିବାରୁ ଖିନବର ପଞ୍ଚାୟତର ଜିଆରଏସ୍‌ଙ୍କଠାରୁ ୮ହଜାର ୯୮୯ ଟଙ୍କା ଆଦାୟ କରାଯାଇଥିଲା। ଏହି ସାମାଜିକ ସମୀକ୍ଷା ବୈଠକରେ ଏଡିଏମ ରାଜେନ୍ଦ୍ର ମାଝୀ, ଆମ୍ବୁଡସମ୍ୟାନ, ଜିଲା ପରିଷଦ ସଭ୍ୟ ନଳିନୀ ଟାକ୍ରି, ଜିଲା ସାମାଜିକ ସମୀକ୍ଷକ ଅନିଲ ମହାରଣା, ବିଡିଓ ସୁଜିତ ମିଶ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଜସକେତନ ବେହେରା, ଜିପିଇଓ ବେଦାନ୍ତ ମାଝୀ ଉପସ୍ଥିତ ଥିଲେ। ଏଡିଏମ, ଓ ଜିଲା ସାମାଜିକ ସମୀକ୍ଷକ କାର୍ଯ୍ୟରେ ଅବହେଳା କରିଥିବା ପିଇଓ, ଜିଆରଏସ ଓ ଯନ୍ତ୍ରୀଙ୍କଠାରୁ ଅନିୟମିତତା ବାବଦ ଅର୍ଥ ଆସନ୍ତା ୧୫ ଦିନ ମଧ୍ୟରେ ଆଦାୟ କରିବାକୁ ବିଡିଓ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏମ୍‌ପି ପ୍ରତିନିଧି ଗୋପାଳ ମାଟାମ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ କାର୍ତ୍ତୁଲ୍‌, ୨୩ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ପିଇଓ, ଜିଆରଏସ, ଯନ୍ତ୍ରୀ, ଏପିଓ ଚିନ୍ତାମଣି ତାଣ୍ଡି, ଆବାସ ସଂଯୋଜକ ଜନାର୍ଦ୍ଧନ ଚୌଧୁରୀ ଉପସ୍ଥିତ ଥିଲେ। ବ୍ଲକ ସାମାଜିକ ସମୀକ୍ଷକ ନବୀନ ଖରା ପରିଚାଳନା କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?