Odisha Elections 2024

କୋରାପୁଟ

ବଙ୍ଗଳାଗୁଡ଼ା ପୋଲ ଭୁଶୁଡ଼ିଲା

କୋରାପୁଟ,୧୭ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ମଙ୍ଗଳବାର ଅପରାହ୍ନରେ କୋରାପୁଟ-ରାୟଗଡ଼ା ୩୨୬ ନଂ. ଜାତୀୟ ରାଜପଥର ବଙ୍ଗଳାଗୁଡ଼ା-ଲେନ୍ଦିରିମାଳିଗୁଡା ମଧ୍ୟରେ ଥିବା ଏକ ପୁରୁଣା ପୋଲ ଭୁଶୁଡିପଡିଛି। ଏଥିଯୋଗୁ କୋରାପୁଟ ଓ ପୋଡାଗଡ଼ ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।...

ଭୁଶୁଡିଲା ବଙ୍ଗଳାଗୁଡ଼ା ବ୍ରିଜ୍‌

କୋରାପୁଟ,୧୬।୮(ସ୍ବ.ପ୍ର.): କୋରାପୁଟ ରାୟଗଡା ୩୨୬ ନଂ ଜାତୀୟ ରାଜପଥର ବଙ୍ଗଳାଗୁଡା ଗ୍ରାମ ନିକଟରେ ଥିବା ଏକ ବଡ ବ୍ରିଜ଼ ମଙ୍ଗଳବାର ଅପରାହ୍ନରେ ହଠାତ ଭୁଶୁଡିପଡ଼ିଛି। ଫଳରେ ଏହି ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଛି। ରାଜପଥର ଉଭୟ ପାର୍ଶ୍ୱରେ...

ବଦଳୁଛି ବିଦ୍ୟାଳୟ ରୂପ, ବଦଳୁନି ଶିକ୍ଷା ବ୍ୟବସ୍ଥା

ସୁନାବେଡ଼ା,୧୪ ।୮(ସ୍ବ.ପ୍ର.): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର ଶିକ୍ଷା ଓ ଶିକ୍ଷାଦାନ ମାନ ବଦଳୁନି। କୋରାପୁଟ ବ୍ଲକ ଅଧୀନରେ ଥିବା ପଦ୍ମପୁର ଗ୍ରାମପଞ୍ଚାୟତର ନିଘାମାନିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏପରି...

ରାସ୍ତା ସମସ୍ୟା ସମାଧାନ ନ ହେଲେ ଧାରଣା ଚେତାବନୀ

ଦଶମନ୍ତପୁର, ୧୩।୮(ଡି.ଏନ୍‌.ଏ.): ସ୍ବାଧୀନତାର ସାତ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଏବେ ବି ଲୋକଙ୍କ ଗମନାଗମନ ନିମନ୍ତେ ସମସ୍ୟା ରହିଛି। ଦୀପ ତଳ ଅନ୍ଧାର ସଦୃଶ ବ୍ଲକ ସଦର ମହକୁମାରୁ ମାତ୍ର ଅଳ୍ପଦୂରରେ ଅବସ୍ଥିତ ଗାଁକୁ ଯିବା ପାଇଁ ନାହିଁ ପକ୍କାରାସ୍ତା...

ମଧ୍ୟାହ୍ନଭୋଜନରେ ଅଣ୍ଡା ମିଳୁନି, କମୁଛନ୍ତିି ପିଲା

ଦଶମନ୍ତପୁର,୧୨ା୮(ଡି.ଏନ.ଏ.):ନିୟମିତ ଭାବେ ବିଦ୍ୟାଳୟ ଆସୁନାହାନ୍ତି ଶିକ୍ଷକ। ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ଦେବା ଲାଗି ପ୍ରଦାନ କରାଯାଉଥିବା ଅଣ୍ଡା ହଡ଼ପ କରାଯାଉଥିବାରୁ ବିଦ୍ୟାଳୟ ଆସିବା ପ୍ରତି ସେମାନଙ୍କ ଆଗ୍ରହ କମିଯାଉଛି। ଫଳରେ ପିଲାଙ୍କ ଭବିଷ୍ୟତ ଅନ୍ଧାରମୁହଁା ହେଉଛି। ଶିକ୍ଷୟିତ୍ରୀଶିକ୍ଷକମାନେ ପିଲାଙ୍କୁ ବିଦ୍ୟାଳୟରେ ଶିକ୍ଷାଦାନ...

କାଦୁଅରେ ୫ ଖଣ୍ଡ ଗାଁ

ଦଶମନ୍ତପୁର, ୧୨ା୮ ( ଡି.ଏନ.ଏ.):କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡା ସଦର ପଞ୍ଚାୟତ ଠାରୁ ଝୋପରାପଦର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କାଦୁଅ ହୋଇ ଏକ ପ୍ରକାର ମରଣଯନ୍ତା ପାଲଟିଛି । ଝୋପରାପଦର ଗ୍ରାମ ଫୁଲବେଡ଼ା...

କୋରାପୁଟରେ ପ୍ରବଳ ବର୍ଷା: ୩ ଦିନରେ ଭାଙ୍ଗିଲାଣି ୧୩୪ ଘର

କୋରାପୁଟ,୧୦ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ବର୍ତ୍ତମାନ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଗତ ୩ ଦିନରେ ଜିଲାରେ ମୋଟ୍‌ ୧୩୪ଟି ଘର ଭାଙ୍ଗି ଯାଇଥିବା ବୁଧବାର ଜିଲା ଜରୁରୀ ଅଧିକାରୀ ଜ୍ଞାନଜ୍ୟୋତି ତ୍ରିପାଠୀ ସୂଚନା ଦେଇଛନ୍ତି। ଏଥିମଧ୍ୟରୁ ସୋମବାର ଜିଲାରେ ୧୮ଟି...

କୋରାପୁଟରେ ୮୭୦.୮ ମିମି ବର୍ଷା

କୋରାପୁଟ,୯।୮(ସ୍ବ.ପ୍ର.):କୋରାପୁଟ ଜିଲାରେ ଗତ ସୋମବାର ୮୭୦.୮ ମିମି ବର୍ଷା ରେକର୍ଡ କରାଯାଇଛି। ସେଥିମଧ୍ୟରୁ ଜିଲାର କୋଟପାଡ ବ୍ଲକରେ ସର୍ବାଧିକ ୧୯୪ ମିମି ବର୍ଷା ହୋଇଥିବାବେଳେ ଲକ୍ଷ୍ମୀପୁର ବ୍ଲକରେ ସର୍ବନିମ୍ନ ୬ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ...

କୋରାପୁଟରେ ରେକର୍ଡ ବର୍ଷା: କୋଲାବରେ ବଢୁଛି ଜଳସ୍ତର

କୋରାପୁଟ,୭।୮(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ କୋରାପୁଟ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାରେ ୪୮୬.୩ ମି.ମି. ବର୍ଷା ରେକର୍ଡ କରାଯାଇଛି। ହେଲେ ଜିଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୭୬ ମି.ମି. ବର୍ଷା ହୋଇଥିବା...

ବୃଦ୍ଧ ବାପାଙ୍କୁ ବିଦ୍ୟୁତ୍‌ଖୁଣ୍ଟରେ ବାନ୍ଧି ପିଟିପିଟି ମାରିଦେଲେ ପୁଅବୋହୂ

କୋରାପୁଟ,୬।୮(ସ୍ବ.ପ୍ର.): ନାନାଦି ଦୁଃଖ, କଷ୍ଟ, ଯନ୍ତ୍ରଣା ସହି ପିଲାମାନଙ୍କୁ ଛୋଟରୁ ବଡ଼ କରିଥାନ୍ତି ମାତାପିତା। ହେଲେ ସେମାନେ ପରିଣତ ବୟସରେ ପିଲାମାନଙ୍କ ପାଇଁ ଅଲୋଡା ହୋଇପଡ଼ନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା କୋରାପୁଟରେ ଦେଖିବାକୁ ମିଳିଛି। ଜିଲାର ଲକ୍ଷ୍ମୀପୁର...

ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା: ୬ ଅଟକ

ଟିକିରି,୪ା୮(ଡି.ଏନ୍‌.ଏ.): ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଛନ୍ତି ଗ୍ରାମବାସୀ। ଏହି ଅଭିଯୋଗରେ ୬ ଜଣଙ୍କୁ ଟିକିରି ଥାନାରେ ଅଟକ ରଖାଯାଇଛି। ଏପରି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡୁଦୁକାବାହାଲ ପଞ୍ଚାୟତ ଟିଟିଗୁଡ଼ାରେ। ସୂଚନାନୁସାରେ ଦଇ ମାଝି...

ଦଶମନ୍ତପୁରରେ ଝାଡ଼ାବାନ୍ତି ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

କୋରାପୁଟ,୨୩ା୭(ସ୍ବ.ପ୍ର.): ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଶନିବାର କୋରାପୁଟ ଜିଲା ଗସ୍ତରେ ଆସି ଦଶମନ୍ତପୁର ଝାଡ଼ାବାନ୍ତି ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ କୋରାପୁଟଠାରେ ଏକ ସମୀକ୍ଷା କରିଥିଲେ। ଉକ୍ତ ବୈଠକରେ ଜନସ୍ବାସ୍ଥ୍ୟ ବିଭାଗର ଯୁଗ୍ମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri