କାଉଗୁଡାଗ୍ରାମର ୩୦ ଚାଷୀଙ୍କ ସ୍ବପ୍ନ ସାକାର : ଜମିରେ ପାଚିଲା ଷ୍ଟ୍ରବରୀ ଦେଖି ଚାଷୀ ଆନନ୍ଦରେ ବିଭୋର

କୋରାପୁଟ,୪।୩(ଅମିତାଭ ବେହେରା ): ଗତ ୩ମାସ ଧରି ଜମିରେ କଠିନ ପରିଶ୍ରମ କରି ଷ୍ଟ୍ରବେରୀ ଫଳାଇଛନ୍ତି କୋରାପୁଟ ଜିଲାର କାଉଗୁଡା ଗ୍ରାମର ୩୦ ଜଣ ଚାଷୀ। ନିଜ ଜମିରେ ଫଳିଥିବା ଲାଲ ଲାଲ ଷ୍ଟବରୀକୁ ଦେଖି ଚାଷୀ ନିଜ ସ୍ବପ୍ନ ସାକାର ହୋଇଥିବା କହିବା ସହ ଆନନ୍ଦରେ ବିହୋର ହୋଇଛନ୍ତି। ଏବେ ସୁଦ୍ଧା ଗ୍ରାମର ୩୦ ଜଣ ଚାଷୀ ସମୂହ ଭାବେ ପ୍ରାୟ ୨୫ ଏକର ଜମିରୁ ପ୍ରାୟ ୧୦ କୁଇଣ୍ଟାଲ ଷ୍ଟ୍ରବେରୀ ଅମଳ କରି ସି ୱାଇ ଏସ ଡ଼ି ଜରିଆରେ ବିକ୍ରି କରି ଲାଭବାନ ହୋଇଥିବାରୁ ଆସନ୍ତା ବର୍ଷ ଆହୁରି ଅଧିକା ଜମିରେ ଏହି ଚାଷ କରିବୁ ବୋଲି ଗ୍ରାମର ଷ୍ଟ୍ରବେରୀ କମିଟି ର ସଭାନେତ୍ରୀ ଚାଷୀ ମାଳତି ଗଦବା ପ୍ରକାଶ କରିଛନ୍ତି.। ବର୍ତ୍ତମାନ ପ୍ରତି ଦୁଇ ରୁ ୩ ଦିନ ଅନ୍ତରାଳରେ ଜମିରୁ ଦୁଇ କୁଇଣ୍ଟାଲ ଷ୍ଟ୍ରବେରୀ ଅମଳ କରାଯାଉଥିବା କାଉଗୁଡା ଗ୍ରାମର ଷ୍ଟ୍ରବେରୀ ଚାଷୀ ଧନୁର୍ଜୟ ଗଦବା ପ୍ରକାଶ କରିଛନ୍ତି।

ବର୍ତ୍ତମାନ ଏହି ୨୫ ଏକର ଜମିରୁ ବ୍ୟାପକ ପରିମାଣରେ ଷ୍ଟ୍ରବେରୀ ଅମଳ ହେଉଥିବାରୁ ଏହାକୁ ବିକ୍ରୟ କରିବାକୁ ସି ୱାଇ ଏସ ଡ଼ି ଜରିଆରେ କୋରାପୁଟ, ସୁନାବେଡା, ଜୟ ପୁର, ସେମିଲିଗୁଡା ବଜାର ସମେତ ମାଲକାନଗିରି,ବ୍ରହ୍ମପୁର ଓ ଭୁବେନେଶ୍ୱରକୁ ବିକ୍ରି କରାଯାଉଥିବା ସି ୱାଇ ଏସଡ଼ିର ଦଶମନ୍ତପୁର ବ୍ଲକର ପ୍ରକଳ୍ପ ସଂଯୋଜକ ଆନନ୍ଦ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି। ଆସନ୍ତା ସପ୍ତାହକ ମଧ୍ୟରେ ଏହାକୁ ଭେଲୁ ଏଡେଡ ଯଥା ଷ୍ଟ୍ରବେରୀ ଜୁସ, ଚକଲେଟ ଷ୍ଟ୍ରବେରୀ, ଷ୍ଟ୍ରବେରୀ ଶେକ ଆଦି ପ୍ରସ୍ତୂତ କରି ବଜାରରେ ବିକ୍ରି କରାଯିବ ବୋଲି ସି ୱାଇ ଏସଡ଼ି ପକ୍ଷରୁ ପ୍ରସ୍ତୁତି ଚାଲିଥବା ସେ ପ୍ରକାଶ କରିଛନ୍ତି।

ଆଗକୁ ରାୟପୁର ଓ ବିଶାଖାପାଟଣା ବଜାର କୁ କାଉଗୁଡା ଷ୍ଟ୍ରବେରୀ ପଠାଯିବ ବୋଲି ବ୍ୟବସ୍ତା ହେଉଥିବା ସେ ପ୍ରକାଶ କରିଛନ୍ତି। କୋରାପୁଟ ଷ୍ଟ୍ରବେରୀର ବଜାର ଚାହିଦା ସର୍ବାଧିକ ଥିବାରୁ ଚଳିତ ବର୍ଷ ଶେଷ ସୁଦ୍ଧା ଜିଲାରେ ଷ୍ଟ୍ରବେରୀ ଚାଷ ୫ଶହ ଏକର କୁ ବୃଦ୍ଧି କରାଯିବ ବୋଲି ଜିଲାପାଳ ଭି କୀର୍ତି ଭାସନ ପ୍ରକାଶ କରିଛନ୍ତ। ସେହିପରି ଗତ 28 ତାରିଖରେ ରାଜ୍ୟ କୃଷି ସଚିବ ଡ଼ଃ ଅରବିନ୍ଦ ପାଢ଼ୀ କୋରାପୁଟ ଗ୍ରସ୍ତରେ ଆସି ଏହି କାଉଗୁଡା ଷ୍ଟ୍ରବେରୀ ଖାଇବା ସହ ଏହି ଷ୍ଟ୍ରବେରୀ ଚାଷକୁ ପ୍ରୋତ୍ସାହନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା କରାଯିବ ବୋଲି ସେ ପ୍ରକାଶ କରିଥିଲେ।

ସୂଚନା ଥାଉକି ଯେ ଜିଲାପ୍ରଶାସନ ଉଦ୍ୟାନ ବିଭାଗ, ଆଇଟିଡ଼ି ଏ, ସି ୱାଇ ଏସ ଡ଼ିର ମିଳିତ ସହଯୋଗରେ କାଉଗୁଡା ଗ୍ରାମର ୩୦ ଜଣ ଚାଷୀକୁ ନେଇ ୨୫ ଏକର ଜମିରେ ଏହି ଷ୍ଟ୍ରବେରୀ ଚାଷ ଗତ ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା। ସେତେବେଳେ ଏହି ଖବର ବିସ୍ତୃତଭାବେ ଧରିତ୍ରୀରେ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri