କୋରାପୁଟ

ଅନୁପ୍ରବେଶ ବନ୍ଦ ପାଇଁ ବାହାରୁନାହିଁ ସ୍ଥାୟୀ ସମାଧାନ ରାସ୍ତା, ଆନ୍ଧ୍ର ଅଧିକାରୀଙ୍କୁ ଘଉଡାଇ ମୁଣ୍ଡରୁ ଦାୟିତ୍ୱ ହଟାଉଛି ଓଡ଼ିଶା

ପଟ୍ଟାଙ୍ଗି,୧୫।୧୧(ଶରତ କୁମାର ଧଳ): ପଡୋଶୀ ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଗ୍ରାମ ଗୁଡିକରେ ବାରମ୍ବାର ଅନୁପ୍ରବେଶ କରି ନିଜର ସ୍ଥିତି ଜାହିର କରିବାକୁ ପଛାଉ ନ ଥିବାବେଳେ ଓଡିଶା କିନ୍ତୁ ଆନ୍ଧ୍ର ଅନୁପ୍ରବେଶକାରୀଙ୍କୁ ଘଉଡାଇ ଭୁଣ୍ଡରୁ ଦାୟତ୍ୱ ହଟାଇ ଦେଉଛି। ଖବର ପାଇ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୨ଜୀବନ

ଜୟପୁର,୧୪ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ରେଲୱେ ଛକରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ହରଡାପୁଟ ଗ୍ରାମର ଅଜୟ ମୁଦୁଲି ଓ…

କୋରାପୁଟ ରାୟଗଡା ରାସ୍ତାରେ ଓଲଟିଲା ଘରୋଇ ପର୍ଯ୍ୟଟକ ବସ: ୧୦ରୁ ଊର୍ଦ୍ଧ୍ୱ…

କୋରାପୁଟ,୧୦।୧୧(ଅମିତାଭ ବେହେରା): ରାୟଗଡାରୁ କୋରାପୁଟ ଆସୁଥିବା ଏକ ପର୍ଯ୍ୟଟକଙ୍କ ବସ୍‌ ସ୍ଥାନୀୟ ରୂଢିଆମ୍ବ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଓଲଟି ପଡିଛି। ଏଥିରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେଥିରୁ ୩ ଗୁରୁତରଙ୍କୁ କୋରାପୁଟସ୍ଥିତ ସହୀଦ…

ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଏଭଳି ଅଭିଯୋଗ ଆଣିଲେ ଛାତ୍ରୀଛାତ୍ର: ଜିଲାପାଳଙ୍କୁ ଜଣାଇବା ପାଇଁ ଚାଲିଲେ ୬ କିଲୋମିଟର

କୋରାପୁଟ,୧୦।୧୧(ଅମିତାଭ ବେହେରା) ପିଏମଶ୍ରୀ ନବୋଦୟ ଜବାହାର ବିଦ୍ୟାଳୟର ଛାତ୍ରୀଛାତ୍ର ଇତିହାସ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ ପରେ ସମାଧାନ ନହେବାରୁ ସୋମବାର ଜାତୀୟ ରାଜପଥ ଉପରେ ୬ କିଲୋମିଟର ଚାଲି ପହଞ୍ଚିଥିଲେ ଜିଲାପାଳଙ୍କ କାର୍ଯ୍ୟାଳୟ। ପାଠପଢ଼ାକୁ…

ରେଳଲାଇନରୁ ମିଳିଲା ମାଇନ୍ସ ବ୍ୟବସାୟୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା, ଖୋଜୁଛି ପୋଲିସ

କୋରାପୁଟ,୭।୧୧(ଅମିତାଭ ବେହେରା ): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଡୁମୁରିପୁଟ ରେଳ ରାସ୍ତା କଡରେ ଏକ ମୃତଦେହକୁ କୋରାପୁଟ ରେଲୱେ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ମେଡିକାଲ କଲେଜକୁ ପଠାଇଛି। ଏନେଇ ରେଲୱେ ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା…

ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବିରୋଧ କରି ଜିଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ,୬ା୧୧(ଅମିତାଭ ବେହେରା): ଚାରାଙ୍ଗୁଲ ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗର ପ୍ରଶାସନକୁ ନେବା ପ୍ରସ୍ତାବ ବିରୋଧରେ ଦୃଢ଼ ପ୍ରତ୍ୟାଖ୍ୟାନ କରି କୋରାପୁଟ ଜିଲା ସେମିଲିଗୁଡ଼ା ବ୍ଲକ ଚାରାଙ୍ଗୁଲ ପଞ୍ଚାୟତ ବାସିନ୍ଦା ଗୁରୁବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସରପଞ୍ଚ ଫୁଲମତି ପୂଜାରୀଙ୍କ କହିବା…

ସାଲୁର୍‌ ଘାଟରେ OSRTC ବସରେ ଲାଗିଗଲା ନିଆଁ , ଘାଟି ଉଠୁଥିବାବେଳେ ହଠାତ୍‌…

ପଟ୍ଟାଙ୍ଗି,୬।୧୧(ଶରତ କୁମାର ଧଳ): କୋରାପୁଟ ଜିଲାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ରାଜ୍ୟର ସାଲୁର୍‌ ଘାଟରେ ଭୋର୍‌ ସକାଳୁ ଏକ OSRTC ବସରେ ନିଆଁ ଲାଗି ଯାଇଛି। ଏହି ଘଟଣାରେ ବସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ସହ ଘଟଣା ସ୍ଥଳ…

ହୀରାଖଣ୍ଡ ଏକ୍ସପ୍ରେସ୍‌ରୁ ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

କୋରାପୁଟ,୩ା୧୧(ଅମିତାଭ ବେହେରା): ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରୁ କୋରାପୁଟ ଆରପିଏଫ୍‌ ଓ ଜିଆରପି ପୋଲିସ ୯ କିଲୋ ଗଞ୍ଜେଇ ଜବତ କରି ଜଣେ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିଛି। ଅଭିଯୁକ୍ତ ହେଲେ ଯାଜପୁର ଅଞ୍ଚଳର ବିନୋଦ କୁମାର ସାମଲ। ସୂଚନା ଅନୁଯାୟୀ,…

୨୦ ତମ ରାଜ୍ୟସ୍ତରୀୟ ସ୍କ୍ବାଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା: କୋରାପୁଟକୁ ୭ ପଦକ

କୋରାପୁଟ,୩୧/୧୦(ଅମିତାଭ ବେହେରା): ଝାରସୁଗୁଡାଠାରେ ଆୟୋଜିତ ୨୦ତମ ରାଜ୍ୟସ୍ତରୀୟ ସ୍କ୍ବାଏ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ କୋରାପୁଟକୁ ୭ ଟି ପଦକ ପାଇ ଜିଲାପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବର ୨୪ରୁ ୨୬ ତାରିଖ ଯାଏ ଝାରସୁଗୁଡ଼ାରେ ୨୦ତମ ରାଜ୍ୟ ସ୍ତରୀୟ ସ୍କ୍ବାଏ ମାର୍ଶାଲ…

ଅନାଥ ଗୁରୁବାରୀଙ୍କୁ ସହାୟତାର ହାତ ବଢ଼ାଇଲେ ବିଡିଓ

କୁନ୍ଦୁରା,୩୦।୧୦( ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଉପାନ୍ତ ତଥା ଛତିଶଗଡ ସୀମାନ୍ତ କେରିମିଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ଅନାଥ ଗୁରୁବାରୀ ଦୁରୁଆ। ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ଦେହ ଖରାପ ହେଲା। ଏହାକୁ ନେଇ ସେ…

ଆକାଶରେ ପଡ଼ିଲା ଇନ୍ଦ୍ରଧନୁ: ଅଟକିଗଲେ ବାଟୋଇ

କୋରାପୁଟ,୩୦।୧୦(ଅମିତାଭ ବେହେରା): ଗୁରୁବାର ଅପରାହ୍ନରେ କୋରାପୁଟ ଆକାଶରେ ଇନ୍ଦ୍ରଧନୁ ଦେଖାଯାଇଛି। ଗୁରୁବାର ଅପରାହ୍ନ ୫ଟା ସମୟରେ କୋରାପୁଟ ଭବାନୀନଗରସ୍ଥିତ ପୂର୍ବ ଆକାଶରେ ଏହା ଦେଖିବାକୁ ମିଳିଛି। ଅପରାହ୍ନରେ ହଠାତ ଝିପିଝିପି ବର୍ଷା ପରେ ଏହା ଦେଖିବାକୁ ମିଳିଛି। ଇନ୍ଦ୍ରଧନୁର ସାତରଙ୍ଗ ଦେଖିବାକୁ…

କଲେକ୍ସନ କରି ଫେରୁଥିଲେ, କୋଲାବ ବ୍ରିଜ୍‌ ନିକଟରୁ ବ୍ୟବସାୟୀଙ୍କଠାରୁ ଲୁଟିନେଲେ ୫ ଲକ୍ଷ ଟଙ୍କା

କୁନ୍ଦୁରା, ୨୯।୧୦(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଖଟଲାପଦର କୋଲାବ ବ୍ରିଜ ନିକଟରୁ ବ୍ୟବସାୟୀଙ୍କଠାରୁ ବୁଧବାର ଅପରାହ୍ନରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ବ୍ୟବସାୟୀମାନଙ୍କଠାରୁ ୫ଲକ୍ଷ ଟଙ୍କା ଓ ଫୋନ୍‌ ଆଦି ଚୋରି କରି ନେଇଥିବା କୁନ୍ଦୁରା ଥାନାରେ ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?