କୋଟିଆକୁ ନେଇ ତୁଟୁନି ବିବାଦ: ଓଡ଼ିଶାକୁ ଚ୍ୟାଲେଞ୍ଜ୍‌ ଦେଉଛି ଆନ୍ଧ୍ର

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ସୀମା ବିବାଦ ଲାଗି ରହିଛି। ଏହି ପଞ୍ଚାୟତର ୧୨ ଗ୍ରାମକୁ ଆନ୍ଧ୍ରର ବୋଲି ଦାବି କରିଛି ସେହି ରାଜ୍ୟର ଜନସେନା ଦଳ। ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ନେତୃତ୍ୱାଧୀନ ଏହି ଦଳ ପକ୍ଷରୁ ମଙ୍ଗଳବାର କୋଟିଆ ପଞ୍ଚାୟତର ଉପରସେମ୍ବିରେ ୧୨ ଗ୍ରାମର ଲୋକଙ୍କୁ ନେଇ ବୈଠକ କରାଯାଇଛି। ଗତ ୨୫ ତାରିଖରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କୋଟିଆ ଗସ୍ତକରି ବିଦ୍ୟୁତ୍‌ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାର ଦିନକ ପରେ ଆନ୍ଧ୍ରର ଏକ ରାଜନୈତିକ ଦଳ ଏଭଳି ଉପାୟରେ ଓଡ଼ିଶା ସରକାରଙ୍କୁ ଏକପ୍ରକାର ଚ୍ୟାଲେଞ୍ଜ କରିଛି। ଆନ୍ଧ୍ର ସରକାରଙ୍କ ପକ୍ଷରୁ ନିୟମିତ ଭାବେ କୋଟିଆ ଗ୍ରାମପୁଞ୍ଜକୁ ଦଖଲ ପାଇଁ ଅଭିଯାନ ଜାରି ରହିଥିବାବେଳେ ସେମାନେ ବିଭିନ୍ନ ଯୋଜନା ଓ ପ୍ରଲୋଭନ ମାଧ୍ୟମରେ ସେଠାକାର ବାସିନ୍ଦାଙ୍କ ମନ ଜିଣିନେଉଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ନିକଟରେ କୋଟିଆ ପାଇଁ ୨୯୦ କୋଟିର ବିକାଶ ନକ୍ସା ଘୋଷଣା କରାଯାଇଥିବାବେଳେ ଦୁଇ ମାସ ମଧ୍ୟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଉପମୁଖ୍ୟମନ୍ତ୍ରୀ ସିଂଦେଓ ସେଠାକୁ ଗସ୍ତ କରିଛନ୍ତି। କିନ୍ତୁ ଆନ୍ଧ୍ର ଅଧିକାରୀ, ଏଜେଣ୍ଟ ଓ ବିଭିନ୍ନ ସଂସ୍ଥା ଷଡ଼ଯନ୍ତ୍ର କରି ସେହି ଅଞ୍ଚଳକୁ ନିଜ ଭୂଖଣ୍ଡର ଦର୍ଶାଇବାକୁ ଲାଗିପଡ଼ିଛନ୍ତି।

କୋଟିଆ ପଞ୍ଚାୟତର ଉପରସେମ୍ବି ଗ୍ରାମରେ ୧୨ ଗ୍ରାମର ଲୋକଙ୍କୁ ଏକତ୍ର କରାଯାଇ ଜନସେନା ଦଳ ପକ୍ଷରୁ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଦଳ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରର ଗ୍ରାମଗୁଡ଼ିକ ଦୀର୍ଘ ବର୍ଷ ହେବ ରହିଯାଇଛି। ଏହା ଆନ୍ଧ୍ରର ବୋଲି ସେମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ଦୃଷ୍ଟି ଆକର୍ଷଣକରି ସମାଧାନ ପାଇଁ ଦାବି କରିବ ବୋଲି ସୀମାନ୍ତବାସୀଙ୍କୁ ପ୍ରତିଶ୍ରୁତି ଦେଇଛି ଜନସେନା ଦଳ। ଗତ ଡିସେମ୍ବର ୧୯ରେ ଓଡ଼ିଶାର ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ କୋଟିଆ ଗସ୍ତ ସମୟରେ ସ୍ଥାନୀୟ ବ୍ଲକ୍‌ ପ୍ରଶାସନକୁ ପଞ୍ଚାୟତରେ ଅନୁପ୍ରବେଶକାରୀଙ୍କୁ ରୋକିବାରେ ଭଲ ପଦକ୍ଷେପ ନେଉଥିବାରୁ ଧନ୍ୟବାଦ ଦେବା ଆବଶ୍ୟକ ବୋଲି କହିଥିଲେ। କିନ୍ତୁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ସୀମା ଜଗିବା ଓ ଅନୁପ୍ରବେଶ ରୋକିବାରେ କ’ଣ ପଦକ୍ଷେପ ନିଆଯାଉଛି ଏହା ନେଇ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ଜନସେନା ପ୍ରତିନିଧିମାନେ ଉପରସେମ୍ବି ଗ୍ରାମରେ ଅନୁପ୍ରବେଶକରି କୋଟିଆ ପଞ୍ଚାୟତର ୧୨ ଗ୍ରାମର ମୁଖିଆ ଓ ଉକ୍ତ ଗ୍ରାମବାସୀଙ୍କୁ ଏକତ୍ର କରିଥିଲେ। ସୀମା ବିବାଦ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଥିଲେ ମଧ୍ୟ ଓଡ଼ିଶାର ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧିମାନେ କାହିଁକି ଅନୁପ୍ରବେଶକରି ସୀମାନ୍ତବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। କୋଟିଆ ପଞ୍ଚାୟତର ୧୨ ଗ୍ରାମ ଦୀର୍ଘ ୬୦ବର୍ଷ ହେବ ଓଡ଼ିଶା ସୀମା ଭିତରେ ରହିଯାଇଛି। ଏହି ଗ୍ରାମର ଲୋକେ ଓଡ଼ିଶାରେ ରହିବାକୁ ଇଚ୍ଛା ପ୍ରକାଶ କରୁ ନ ଥିବା କହିଛନ୍ତି। ଏହାକୁ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଦାବି କରିବା ସହ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ସେମାନେ ତେଲୁଗୁ ଭାଷାରେ ବୁଝାଇଥିଲେ। ଏହାପରେ ପ୍ରତିନିଧି ଦଳ ଉପରସେମ୍ବି ଗ୍ରାମରେ ଶନିବାର ପଟ୍ଟାଙ୍ଗି ବ୍ଲକ ପ୍ରଶାସନର ସହଯୋଗରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ପ୍ରାଥମିକ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ପାଇଁ ଭିତ୍ତିପ୍ରସ୍ତର ନିମନ୍ତେ ଆୟୋଜନ ହୋଇଥିବା ଘଟଣାସ୍ଥଳରେ ଭଙ୍ଗାରୁଜା ସହ ଉକ୍ତ ସ୍ଥାନ ପରିଦର୍ଶନକରି ସ୍ଥିତି ଅନୁଧ୍ୟାନକରି ଫେରିଯାଇଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଗସ୍ତ ପୂର୍ବରୁ ଅର୍ଥାତ୍‌ ୨୪ ତାରିଖ ଦିନ ବିଦ୍ୟୁତ୍‌ ପ୍ରକଳ୍ପ ଭିତ୍ତିପ୍ରସ୍ତର ସମ୍ପର୍କିତ ନାମଫଳକକୁ ଭଙ୍ଗାଯାଇଥିଲା। ଏଥିରୁ ନିଜ ମୁଣ୍ଡରୁ ଦୋଷ ହଟାଇବାକୁ ଯାଇ ବ୍ଲକ ପ୍ରଶାସନ ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟୁତ୍‌ ବିଭାଗର ବୋଲି କହିଥିଲା।
କୋଟିଆ ପଞ୍ଚାୟତର ସରପଞ୍ଚ ଲିଉ ଗେମେଲ କହିଛନ୍ତି, ଆନ୍ଧ୍ରର ସରକାରୀ ଅଧିକାରୀ, କର୍ମଚାରୀ ଓ ରାଜନୈତିକ ଦଳଗୁଡିକର ଅନୁପ୍ରବେଶ ରୋକିବାରେ ସ୍ଥାନୀୟ ପ୍ରଶାସନ ଆନ୍ତରିକତା ଦେଖାଉ ନାହିଁ। ପଞ୍ଚାୟତରେ ଦୀର୍ଘଦିନ ହେବ ଉନ୍ନୟନମୂଳକ କାର୍ଯ୍ୟ କାହିଁକି ବନ୍ଦ ହୋଇ ରହିଥିଲା ବୋଲି ବୈଠକରେ ପ୍ରଶ୍ନ ଉଠାଇଥିଲୁ। କିନ୍ତୁ ବ୍ଲକ୍‌ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ। ପଞ୍ଚାୟତ ପକ୍ଷରୁ କାମ କରାଯାଉଛି, କିନ୍ତୁ ସରକାର ବର୍ତ୍ତମାନ ପ୍ୟାକେଜ ଘୋଷଣା କରିଛନ୍ତି, ଏହାର ଲାଭ ଅଫିସର ଓ ଠିକାଦାର ଉଠାଇବେ। ପଞ୍ଚାୟତବାସୀଙ୍କ କିଛି ଲାଭ ହେବା ଭଳି ଲାଗୁନାହିଁ ବୋଲି ସେ ପ୍ରକାଶ କରିଛନ୍ତି।
ଉପରସେମ୍ବି ଗ୍ରାମର ପିଲୁକୁ ତାଡ଼ିଙ୍ଗି, ରାଜେଶ ତାଡ଼ିଙ୍ଗି ଓ ସାନାମା ତାଡିଙ୍ଗି କହିଛନ୍ତି, ଓଡ଼ିଶାର ବ୍ଲକ୍‌ ପ୍ରଶାସନ ସୀମାନ୍ତବାସୀ ରୋଜଗାରକ୍ଷମହେବା ନେଇ କୌଣସି ତତ୍ପରତା ଦେଖାଉନାହାନ୍ତି। ଆନ୍ଧ୍ର ସରକାର ପ୍ରତି କ୍ଷେତ୍ରରେ ଆମମାନଙ୍କୁ ବିଭିନ୍ନ ସହାୟତା ଯୋଗାଇବା ସହ ପିଲାମାନେ ଉଚ୍ଚଶିକ୍ଷା ଲାଭକରିବା ନେଇ ଭଲ ପଦକ୍ଷେପ ନେଉଛନ୍ତି। ଗଞ୍ଜେଇପଦର ଗ୍ରାମରେ ଓଡ଼ିଶା ପକ୍ଷରୁ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଛି। କିନ୍ତୁ ଗ୍ରାମବାସୀ ବିଦ୍ୟୁତ୍‌ ସଂଯୋଗ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। କାରଣ ଆନ୍ଧ୍ର ସରକାର ଏହି ସେବା ମାଗଣାରେ ଯୋଗାଇ ଦେଇଛନ୍ତି। ଏ ସମ୍ପର୍କରେ ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆଙ୍କୁ ଆନ୍ଧ୍ରର ଜନସେବା ଦଳ ବୈଠକ କରିଥିବା ନେଇ ପଚାରିବାରୁ ତାଙ୍କ ପାଖରେ ଖବର ରହିଛି ବୋଲି କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?