ମରିବୁ ପଛେ ମାଟି ଛାଡ଼ିବୁ ନାହିଁ: ଖଣି ଖନନକୁ ବିରୋଧ

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ନୂଆଗଁା ପଞ୍ଚାୟତ କାର୍ଯ୍ୟାଳୟ ପାଶର୍‌ବରେ ସେରୁବନ୍ଧ ସୁରକ୍ଷା ସମିତିର ଆହ୍ବାନକ୍ରମେ ସେମିଳିଗୁଡ଼ା ଓ ପଟ୍ଟାଙ୍ଗି ବ୍ଲକ୍‌ର ୬ ପଞ୍ଚାୟତର ୮୬ ଗ୍ରାମରୁ କ୍ଷତିଗ୍ରସ୍ତ ଗ୍ରାମବାସୀ ଏକତ୍ର ହୋଇ ନାଲ୍‌କୋ, ବେଦାନ୍ତ ସମେତ ଅନ୍ୟ କମ୍ପାନୀଗୁଡ଼ିକର ଖଣି ଖନନକୁ ମଙ୍ଗଳବାର ବିରୋଧ କରିଛନ୍ତି। ମରିବୁ ପଛେ ଆମ ମାଟି ଛାଡ଼ିବୁ ନାହିଁ ବୋଲି ସ୍ଲୋଗାନ ଦେଇ ଖଣି କମ୍ପାନୀଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି।
ସମିତିର ସଭାପତି ରବି ଖରାଙ୍କ ସଭାପତିତ୍ୱରେ ବିଶାଳ ଜନସମାବେଶ ଆୟୋଜିତ ହୋଇଥିଲା। ରାଜ୍ୟ ସରକାରଙ୍କ ଆଦିବାସୀ ମାରଣନୀତିକୁ କଡ଼ା ବିରୋଧ କରିବାକୁ ଆହ୍ବାନ ଦିଆଯାଇଛି। କାର୍ଯ୍ୟକ୍ରମରେ ଲୋକଶକ୍ତି ଅଭିଯାନ ଆବାହକ ପ୍ରଫୁଲ୍ଲ ସାମନ୍ତରାୟ ପଲ୍ଲିସଭା ଓ ଗ୍ରାମସଭାକୁ ଗୁରୁତ୍ୱ ଦେଉଥିବା ସରକାର ଲୋକଙ୍କ ଜନମତ ନ ନେଇ ଅଞ୍ଚଳରେ ରହିଥିବା ଖଣି ନେବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ। ଏ ନେଇ ବିରୋଧୀ ଦଳଗୁଡ଼ିକ କାହିଁକି ଚୁପ୍‌ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ପଞ୍ଚପଟମାଳି ଆହୁରି ୩୦ ବର୍ଷ ଯାଏ କାର୍ଯ୍ୟକ୍ଷମ ରହିବ। ଉକ୍ତ ଖଣି ସରିବା ନ ଯାଏ ଆମେ ଅନ୍ୟ ଖଣି ପାହାଡ଼କୁ ହାତ ମାରିବାକୁ ଦେବୁ ନାହିଁ। ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇଥିବା ବେଳେ ଆଦିବାସୀଙ୍କ ଦୁଃଖ ନିହାତି ବୁଝିବା ଆବଶ୍ୟକ। ଆଦାନୀକୁ କେଉଁ ସ୍ବାର୍ଥରେ ନାଗେଶ୍ୱରୀ ଖଣି ପ୍ରଦାନ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ। କଂଗ୍ରେସର କେନ୍ଦ୍ର ସ୍ତରର ନେତା ଖଣି ବିରୋଧୀରେ କହୁଛନ୍ତି। ଓଡ଼ିଶାରେ କଂଗ୍ରେସ ନେତା ଓ ବିଧାୟକ କାହିଁକି ଚୁପ୍‌ ରହିଛନ୍ତି ପ୍ରଶ୍ନ ଉଠାଇଥିଲେ। ସେରୁବନ୍ଧ, ଦେଓମାଳି, ନାଗେଶ୍ୱରୀ ଭଳି ବକ୍ସାଇଟ ପାହାଡ଼ରେ ଖଣି ଖନନ ହେଲେ କୋରାପୁଟ ଜିଲା ଶେଷ ହୋଇଯିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ନିୟମଗିରି ସମିତି ଆବାହକ ଲିଙ୍ଗରାଜ ଆଜାଦ ଯୋଗଦେଇଥିଲେ। ଦୀର୍ଘ ବର୍ଷ ଧରି ସେରୁବନ୍ଧ ସମିତି ପକ୍ଷରୁ ହୋଇ ଆସୁଥିବା ଏହି ବିରୋଧକୁ ସମସ୍ତେ ଏକଜୁଟ୍‌ ହୋଇ ଲଢ଼େଇ କରିବା ଆବଶ୍ୟକ ବୋଲି ସେ କହିଥିଲେ। ସେରୁବନ୍ଧ ବକ୍ସାଇଟ ଖଣି ପାହାଡ଼କୁ ସୁରକ୍ଷା ଦେବା ପାଇଁ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ପଦଯାତ୍ରା ଶେଷ ହୋଇଛି। କୋରାପୁଟିଆ ଜନସୁରକ୍ଷା ସମିତି ସଭାପତି ଦାସୀ ନନ୍ଦିବାଲି ମରିବା ପଛେ ପଛକୁ ହଟିବା ନାହିଁ, ଖଣି ଦଲାଲମାନଙ୍କୁ ପ୍ରଶ୍ରୟ ଦେବା ନାହିଁ ବୋଲି ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ମୁନିଗୁଡ଼ାର ବିନତି କାଟ୍ରାକା, ବ୍ଲକ୍‌ର ୨ ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ, ସଭ୍ୟ ଲଇଚନ ଖରା, ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗୀ, ମାଳିପୁଟ ସରପଞ୍ଚ ସୋମନାଥ ଗୁଣ୍ଠା, କୋଟିଆ ସରପଞ୍ଚ ଲିଉ ଗେମେଲ, ପଟ୍ଟାଙ୍ଗି ସରପଞ୍ଚ ଆଲମେ ଫୁଲ, ନୂଆଗାଁ ସରପଞ୍ଚ ସୁବାସ ଖରା ପ୍ରମୁଖ ଯୋଗଦେଇଥିଲେ। କ୍ଷତିଗ୍ରସ୍ତ ପରିବାରଙ୍କ ସହ ସ୍ବର ମିଶାଇ ସମସ୍ତେ ଏକ ହୋଇ ରହିବାକୁ ଆହ୍ବାନ ଦେଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?