ରାଜ୍ୟ ଓ ଦେଶ ବାହାରୁ ଫେରିଛନ୍ତି ୩ହଜାର ୭ଶହ ଲୋକ: ଜିଲାରେ ଖୋଲିଲା ୧୮ ସଙ୍ଗରୋଧ ଗୃହ, ୨୪୪ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର

ଜୟପୁର,୩୦ା୩(ନି.ପ୍ର.): ଭାଇରସ୍‌କୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର  ତତ୍ପରତା ପ୍ରକାଶ କରିଛନ୍ତି। ସେହିପରି ସଂକ୍ରମଣକୁ ରୋକିବା ପାଇଁ ସବୁ ସ୍ତରରେ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର। ତେବେ ବାହାର ରାଜ୍ୟ ଓ ବିଦେଶରୁ ଅସୁଥିବା ଲୋକଙ୍କୁ ନେଇ ଚିନ୍ତା ବଢ଼ିଛି। ମାର୍ଚ୍ଚ ୨୯ ସୁଦ୍ଧା ରାଜ୍ୟ ବାହାରୁ ଓ ବିଦେଶରୁ ୩ହଜାର ୭ଶହ ଜଣ କୋରାପୁଟ ଜିଲାକୁ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ଚିହ୍ନଟ ସନ୍ଦିିଗ୍ଧ ମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରଖି ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଏମାନେ ଆନ୍ଧ୍ର ପ୍ରଦେଶ, ତୋଲଙ୍ଗାନା, ବାଙ୍ଗାଲୋର୍‌, ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ, ପୁଣେ, ମଧ୍ୟପ୍ରଦେଶ, ଆଣ୍ଡାମାନ୍‌, କର୍ନାଟକ ଏବଂ ନେପାଳରୁ ଫେରିଥିବା ଜଣାପଡ଼ିଛି । ଏଥିପାଇଁ ଜିଲାର କୋରାପୁଟ ସହରରେ ୬ଟି, ଜୟପୁରରେ ୩, କୋଟପାଡରେ ୩, ସୁନାବେଡ଼ାରେ ୬ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି ।ସେହିପରି କୋରାପୁଟ ଜିଲାର ୨୪୦ ପଞ୍ଚାୟତ, ୧ ପୌରାଞ୍ଚଳ ଏବଂ ୩ ଏନ୍‌ଏସିର ବିଭିନ୍ନ ବିଦ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ୨୪୪ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୫,୧୧୫ ବେଡ୍‌ର ବ୍ୟବସ୍ଥା କରାଯାଇଥିବାବେଳେ ବେଡ୍‌ଗୁଡ଼ିକ ମଧ୍ୟରେ ୧ ମିଟର ଦୂରତା ରଖାଯାଇଛି। କରୋନା ସନ୍ଦେହରେ ଡାକ୍ତରଖାନା ଆସୁଥିବା ଜିଲାର ବିଭିନ୍ନ ଅଞ୍ଚଳର ଲୋକଙ୍କୁ ଏଠାରେ ରଖି ଚିକିତ୍ସା କରାଯିବା ପାଇଁ ବ୍ୟବସ୍ଥା ହୋଇଛି। ଏଥିସହ ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସ୍ବାସ୍ଥ୍ୟକେନ୍ଦ୍ର ଓ ସଙ୍ଗରୋଧ କେନ୍ଦ୍ରରେ ଇନଭର୍ଟର, ବିଦ୍ୟୁତ୍‌, ପାନୀୟ ଜଳ ଏବଂ ଔଷଧ ଆଦିର ସୁବିଧା ରହିଛି। ତେବେ ବାହାର ରାଜ୍ୟରୁ ବହୁ ଲୋକ ଆଜି କୋରାପୁଟ ଜିଲାରେ ରହିଥିବାବେଳେ ଏମାନଙ୍କୁ ଖୋଜି ବାହାର କରିବା ପାଇଁ ପ୍ରଶାସନକୁ ନାକେଦମ ହେବାକୁ ପଡ଼ୁଛି । ଅନ୍ୟ ରାଜ୍ୟରୁ ଫେରିବା ପରେ ଏମାନେ ପ୍ରଶାସନକୁ ନ ଜଣାଇ ଚୁପ୍‌ ରହୁଛନ୍ତି। ତେଣୁ ଏମାନଙ୍କୁ ଖୋଜି ବାହାର କରିବା ଜରୁରୀ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri