କୋରାପୁଟ

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କୋରାପୁଟ,୧୮ା୨(ସ୍ବ.ପ୍ର.): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳୁ ସୁନାବେଡ଼ା ମ୍ୟୁନିସିପାଲିଟି ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘର ଓ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର, ପାରଳାଖେମୁଣ୍ଡି, ଭୁବେନେଶ୍ୱର କୋରାପୁଟ ଆଦି ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛ।…

ଦୁଇମାସ ତଳେ ବଦଳିି ହୋଇ ଆସିଥିଲେ, ଚାଲିଗଲା ଜୀବନ

ସେମିଳିଗୁଡ଼ା/ସୁନାବେଡ଼ା,୧୭ା୨(ସ୍ବ.ପ୍ର.): ୨୬ ନମ୍ବର ଜାତୀୟ ରାଜପଥ ସେମିଳିଗୁଡ଼ା ଗଙ୍ଗାମା’ ମନ୍ଦିର ନିକଟରେ ଏକ ଟ୍ରକ୍‌ ସ୍କୁଟିକୁ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ସ୍କୁଲ ଯାଉଥିବା ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଅନ୍ନପୂର୍ଣ୍ଣା କୁମାରୀ ପଣ୍ଡା (୪୯)। ମିଳିଥିବା ସୂଚନା…

ତଥ୍ୟ ଗାଏବ କରୁଛନ୍ତି କର୍ମଚାରୀ

ଜୟପୁର,୧୭।୨ (ନି.ପ୍ର. ) ମାଲାକନଗିରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପିଏ ଭାବେ କାର୍ଯ୍ୟ କରୁଥିବା ଦେବ ନାରାୟଣ ପଣ୍ଡା ହତ୍ୟା ଘଟଣାରେ ତତ୍କାଳୀନ ମାଲକାନଗିରି ଜିଲାପାଳଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା। ସେତେବେଳେ ମାଲକାନଗିରି ପୋଲିସକୁ ଅନୁସନ୍ଧାନରୁ ନିବୃତ କରାଯାଇଥିଲା। ଇତି ମଧ୍ୟରେ…

ବଦଳିନି କୁମ୍ବିଖାରି ଗ୍ରାମର ଚିତ୍ର

ବୈପାରିଗୁଡ଼ା,୧୭।୨ (ଡି.ଏନ୍‌.ଏ.) ପ୍ରତି ୫ ବର୍ଷରେ ଥରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉଛି। ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ପଞ୍ଚାୟତର ବିକାଶ ପାଇଁ ବହୁ କଥା କହିଥାନ୍ତି। ମାତ୍ର ନିର୍ବାଚନ ପରେ ସବୁ ଭୁଲିଯାଆନ୍ତି। ଲୋକଙ୍କ ମୌଳିକ ସମାସ୍ୟା…

ମନ୍ତ୍ରୀପୁଟରେ ୫ଘଣ୍ଟା ବିଳମ୍ବରେ ମତଦାନ

ସେମିଳିଗୁଡ଼ା/ସୁନାବେଡ଼ା,୧୭।୨(ସ୍ବ.ପ୍ର.) ଆଜି ଥିଲା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଏହି କ୍ରମରେ ସେମିଳିଗୁଡ଼ା ବ୍ଳକ ଅଧୀନରେ ଥିବା ସମସ୍ତ ୧୭ ଗ୍ରାମପଞ୍ଚାୟତରେ ସରିଛି ମତଦାନ। ଏହି ପଞ୍ଚାୟତଗୁଡ଼ିକରେ ୫୨,୫୧୧ ଭୋଟର ନିର୍ଦ୍ଧାରଣ କରିଛନ୍ତି ୧୮୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ସେମାନଙ୍କ ମଧ୍ୟରେ…

ଯୋଜନାରେ ସୀମିତ ଆଦିବାସୀ ବିକାଶ

ସେମିଳିଗୁଡା,ସୁନାବେଡା,୧୪ା୨ (ସ୍ବ.ପ୍ର.) କୋରାପୁଟ ଜିଲା ସେମିଳିଗୁଡା ବ୍ଲକରେ ଥିବା ୧୭ଟି ପଞ୍ଚାୟତର ବିକାଶ କେବଳ ଯୋଜନାରେ ସୀମିତ ରହିଛି। ଆଦିବାସୀ ଅଧ୍ୟୁଷିତ ଏହି ପଞ୍ଚାୟତଗୁଡିକ ମଧ୍ୟରୁ ଦଳେଇଗୁଡ଼ା, ରାଜପୁଟ ପଞ୍ଚାୟତରେ ରହିଥିବା ସମସ୍ୟା ସମାଧାନରେ ପ୍ରଶାସନ ବିଫଳ ହୋଇଛି। ଦଳେଇଗୁଡ଼ା ପଞ୍ଚାୟତର…

୪ ବର୍ଷର ରୁଦ୍ରାଂଶଙ୍କୁ ୨ ରୌପ୍ୟ ପଦକ

ସୁନାବେଡା,୧୪ା୨(ସ୍ବ. ପ୍ର.) ହାଲ୍‌ ସୁନାବେଡା ଟାଉନଶିପର ୪ ବର୍ଷ ବୟସର ରୁଦ୍ରାଂଶ କୁମାର ସାମଲ ଏକାଦଶ ଅଖିଳ ଭାରତ ଓପନ କରାଟେ ଚାମ୍ପିୟନଶିପ-୨୦୨୧ ପ୍ରତିଯୋଗିତାରେ ୨ଟି ରୌପ୍ୟ ପଦକ ଜିତିଛନ୍ତି। ଏହି କୃତିତ୍ୱ ହାସଲ କରିବାରେ ଓଡ଼ିଶାରେ ସେ ହେଉଛନ୍ତି ସର୍ବ…

ଅଭିଯୁକ୍ତଙ୍କୁୁ ଗିରଫ କରିବା ନାଁ ଧରୁନି ପୋଲିସ

ପଟ୍ଟାଙ୍ଗୀ,୧୩।୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ପୁକାଲି ସଦର ପଞ୍ଚାୟତରେ ବସବାସ କରୁଥିବା ୧୦ଟି ପରିବାରଙ୍କୁ ଅତର୍କିତ ଆକ୍ରମଣ ଘଟଣାର ଏଯାଏ ପୋଲିସ ତଦନ୍ତ କରୁନାହିଁ। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା…

ସମଲେଶ୍ୱରୀ ଏକ୍ସପ୍ରେସ୍‌ରେ ସଂଯୋଗ ହେବ ଅଧିକ କୋଚ୍‌

କୋରାପୁଟ,୧୩।୨(ସ୍ବ.ପ୍ର.): ୱାଲ୍‌ଟିୟର ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆର୍‌ଏମ୍‌) ଅନୁପ ଶତପଥୀ ଶନିବାର କୋରାପୁଟ ଗସ୍ତରେ ଆସି କୋରାପୁଟ-ରାୟଗଡ଼ା ରେଳପଥ ପରିଦର୍ଶନ କରିବା ସହ ବିଭିନ୍ନ ଷ୍ଟେଶନରେ କିପରି ଯାତ୍ରୀଙ୍କୁ ସେବା ମିଳୁଛି ସେ ନେଇ ବିଭାଗୀୟ ଅଧିକାରୀ ଓ ଯାତ୍ରୀମାନଙ୍କ ସହିତ…

ଲକ୍ଷ୍ୟଠାରୁ ଦୂରେଇ ଯାଉଛି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

କୁନ୍ଦୁରା,୧୩।୨( ଡି.ଏନ. ଏ.)- କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଗୋଟିଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ୩ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ବ୍ଲକରେ ନିଯୁକ୍ତ ସମସ୍ତ ଡାକ୍ତର ବର୍ତ୍ତମାନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ବେଳେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକ ଖାଲି ପଡିଛି। ଫଳରେ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ଜଙ୍ଗଲୀ କନ୍ଦା

କୋରାପୁଟ,୧୩।୨(ସ୍ବ.ପ୍ର.) କୋରାପୁଟର ଆଦିମ ଜନଜାତି ବ୍ୟବହାର କରୁଥିବା ଜଙ୍ଗଳୀ କନ୍ଦା ଚାଷ ମାଟି ଆଳୁଠାରୁ ଅଧିକପୃଷ୍ଟିକର ଓ ପୋଷକଯୁକ୍ତ। ଜଙ୍ଗଲୀ କନ୍ଦା ଆଦିବାସୀମାନଙ୍କୁ ଖାଦ୍ୟ, ପୃଷ୍ଟିସାର ଯୋଗାଇବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇବ ବୋଲି କହିଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶାର…

କୋଟିଆରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ପଟ୍ଟାଙ୍ଗୀ,୧୨ା୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ଦଳ ମଧ୍ୟରେ ସେତିକି ତତ୍ପରତା ପ୍ରକାଶ ପାଉଛି। ଏକ୍ଷେତ୍ରରେ ମଧ୍ୟ ପ୍ରଶାସନ ପଛରେ ପଡିନାହିଁ। ଶୁକ୍ରବାର ପ୍ରଶାସନ ପକ୍ଷରୁ କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆରେ ନିର୍ବାଚନ ସ୍ଥିତି ପରଖାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?