୨୧ ଗିରଫ, ୭ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର

ଦାମନଯୋଡି,୨୫।୪(ଡିଏନ ଏ): ନାଲକୋ ବିସ୍ଥାପିତ କଲୋନୀ ଝଡିଗୁଡ଼ା ସାହିରେ ଗୁରୁବାର ଘଟିଥିବା ଡବଲ ମର୍ଡର ଘଟଣାରେ ୨ଦିନ ଧରି ଅଟକ ଥିବା ୨୮ ଜଣଙ୍କ ମଧ୍ୟରୁ ରବିବାର ପୋଲିସ ୨୧ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏଥିରେ ସମ୍ପୃକ୍ତ ଅନ୍ୟ ୭ ଜଣ ନାବାଳକ ଥିବାରୁ ସେମାନଙ୍କୁ ଜୟପୁରସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି। ଗିରଫ ୨୧ ଜଣଙ୍କ ମଧ୍ୟରେ ପ୍ରହଲ୍ଲାଦ ମାଳି, ଧନୁର୍ଜୟ ଗଲରୀ, ନାଥ ଜାନି, ଭଗବାନ ଗଲରି, ମିସ୍ର ପାଞ୍ଜି, ଅର୍ଜୁନ ଗଲରୀ, ରଥ ଜାନି, ଭୀମ ଖରା, କୃତ୍ତିିବାସ ଗଲରି, ଦଇତାରୀ ଗଲରି, ଅନନ୍ତ ଗଲରି, ଲକ୍ଷ୍ମଣ ଗଲରି, ଜୟଦାନ ଜାନି, ପିଲୁକୁ ଗଲରି, ରବି ମାଳି, ଲଚିମ ମାଳି, ନିରନ ମାଳି, ଲକ୍ଷ୍ମଣ ମାଳି, ହରି ମାଳି, ରୁକଧର ଖିନବୁଡ଼ି, ମୁକୁନା ସାଉନ୍ତା ଅଛନ୍ତି। ସିନ୍ଧିପାର ଗ୍ରାମର ସୁରେନ୍ଦ୍ର ଦାମିଙ୍କ ଏତଲାକ୍ରମେ ଦାମନଯୋଡି ଥାନାରେ କେସ ନଂ.୩୭/୨୨ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା। ଘଟଣାର ଗୁରୁତ୍ୱକୁ ନେଇ ସୁନାବେଡ଼ା ଏସଡିପିଓ ମନୋଜ ବେହେରାଙ୍କ ନେତୃତ୍ୱରେ ମଧ୍ୟ ଆଇଆଇସି ସମ୍ବିତ ବେହେରା, ସେମିଳିଗୁଡା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର, ଦାମନଯୋଡି ଆଇଆଇସି ଗୌରହରି ସାହୁ ଓ ଏସଆଇ ଦୀପକ ପଣ୍ଡାଙ୍କୁ ନେଇ ଏକ ଟିମ ଗଠନ ହୋଇଥିଲା ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ୨ଟି ତେଣ୍ଟା, ୬ଟି ଟାଙ୍ଗିଆ, ୩ଟି ଛୁରି ସହ ଏକ ବୋଲେରୋ ଜବତ କରିଛି। ସୂଚନାଯୋଗ୍ୟ, ଗୁରୁବାର ଚଇତି ପର୍ବ ପାଳନ ବେଳେ ଝଡିଗୁଡ଼ା ସାହିରେ ସାମାନ୍ୟ କଥାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏଥିରେ ସିନ୍ଧିପାର ଗ୍ରାମର ଦେବେନ୍ଦ୍ର ଦାମି ଓ ପୂର୍ଣ୍ଣଚନ୍ଦ୍ର ନାୟକ ନାମକ ୨ ଯୁବକଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର-ଓଡ଼ିଶା ପ୍ରଶାସନଙ୍କ ଆଲୋଚନା ଭିଡିଓ ଭାଇରାଲ

ପଟ୍ଟାଙ୍ଗି,୨୮ା୩(ଶରତ ଧଳ)ଆନ୍ଧ୍ର ସୀମାକୁ ଲାଗିଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ର- ଓଡ଼ିଶା ମଧ୍ୟରେ କିପରି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ...

ଓଡ଼ିଶାରୁ ଆନ୍ଧ୍ରକୁ କରୁଥିଲେ ଲୁହା ଚୋରା ଚାଲାଣ: ୭ ଗିରଫ

ପଟାଙ୍ଗି,୨୭ା୩(ଶରତ ଧଳ): ଓଡ଼ିଶା ତଥା ପଡ଼େଶୀ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଲୁହା ସାମଗ୍ରୀ ଚୋରି କରି ପଡ଼ୋଶୀ ଆନ୍ଧ୍ର...

ବାଜିଲାଣି ନିର୍ବାଚନୀ ବିଗୁଲ, କୋରାପୁଟରେ ପୋଲିସ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ

କୋରାପୁଟ,୨୭।୩(ଅମିତାଭ ବେହେରା): ଆଗକୁ ସାଧାରଣ ନିର୍ବାଚନ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କୋରାପୁଟ ପୋଲିସ ପକ୍ଷରୁ ସଦର ମହକୁମା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଇନଶୃଙ୍ଖଳା ବଜାୟ...

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଯାତ୍ରୀବାହୀ ବସ୍‌

କୋରାପୁଟ,୨୭।୩(ଅମିତାଭ ବେହେରା): ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଖାମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ୍‌। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ...

ଆଗକୁ ନିର୍ବାଚନ: ପୋଲିସର ଫ୍ଲାଗମାର୍ଚ୍ଚ

ଦାମନଯୋଡ଼ି,୨୬।୩(ମାନସ ରଞ୍ଜନ କର): ଆଗକୁ ସାଧାରଣ ନିର୍ବାଚନ। ଆଇନ୍‌ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦାମନଯୋଡ଼ି ପୋଲିସ ପକ୍ଷରୁ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା,...

ହୋଲିରେ ଦୁର୍ଘଟଣା: ଜଣେ ମୃତ, ୩ ଗୁରୁତର

ଦଶମନ୍ତପୁର,୨୬।୩(ଅରବିନ୍ଦ ନାୟକ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବର ମାହୋଲ ଥିବା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି। ଦୁଇ ବାଇକ୍‌ ମୁହାଁମୁହିଁ...

ଦୋଳପୂର୍ଣ୍ଣିମା ଯାତ୍ରା ଦେଖି ଫେରୁଥିଲେ ଓଲଟିଲା ଅଟୋ:  ଜଣେ ମୃତ, ୬ ଗୁରୁତର  

ଦଶମନ୍ତପୁର,୨୬।୩ (ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଏଥିରେ  ଜଣଙ୍କର ମୃତ୍ୟୁ...

ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଲଟ୍‌କା ଜାରି କଲା ପୋଲିସ

ଦାମନଯୋଡି,୨୫।୩(ମାନସ ରଞ୍ଜନ କର): ଏସ୍‌ଡିଜେଏମ୍‌ କୋର୍ଟ କୋରାପୁଟଙ୍କ ନିର୍ଦ୍ଦେଶ କ୍ରମେ ଦାମନଯୋଡ଼ି ଥାନା ପୋଲିସ ଅଁଳାବାଡି କଲୋନୀର ବିଜୟ ମୁଦୁଲିଙ୍କ ଘରେ ସ୍ଥାବର ଅସ୍ଥାବର ସମ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri