କୋରାପୁଟ

ସୁପ୍ରିମକୋର୍ଟଙ୍କ ରାୟକୁ ଗୁରୁତ୍ୱ ଦେଉନି ଆନ୍ଧ୍ର

ପଟ୍ଟାଙ୍ଗୀ,୮ା୯(ଡି.ଏନ୍‌.ଏ.):ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ କୋଟିଆ ପଞ୍ଚାୟତକୁ ନେଇ ଲାଗି ରହିଥିବା ବିବାଦ ରାଜନୈତିକ ସ୍ତରରେ ଆଲୋଚନାକରି ୬ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାରଙ୍କୁ ନିକଟରେ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କୋର୍ଟ ମାମଲାର ଶୁଣାଣି…

ବସ୍‌ ଓଲଟି ୪ ଗୁରୁତର

କୋରାପୁଟ,୩୦।୮(ସ୍ବ.ପ୍ର.): କୋରାପୁଟ ଜିଲା ପଞ୍ଚଡ଼ା ଗ୍ରାମ ନିକଟରେ ଏକ ଘରୋଇ ବସ (ଆର ବି କୋଚ୍‌) ସୋମବାର ଭୋରରୁ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସ୍‌ରେ ଥିବା ପ୍ରାୟ ୩୦ ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କୋରାପୁଟ ମେଡିକାଲରେ…

ଗଞ୍ଜେଇ ଚାଲାଣ କରୁଥିଲେ ପୋଲିସ ହୋମ୍‌ଗାର୍ଡ

ଜୟପୁର,୨୬ା୮(ନି.ପ୍ର.): ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କାରବାରର ପର୍ଦ୍ଦାଫାଶ ହୋଇଛି। ଜୟପୁର ସଦର ପୋଲିସ ଚୋରା ଚାଲାଣରେ ସମ୍ପୃକ୍ତ ଜଣେ ପୋଲିସ ହୋମ୍‌ଗାର୍ଡଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି। ଥାନା ଅଧିକାରୀ ଆଦିତ୍ୟ ମହାକୁଡ ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ ସୂଚନା…

ରେଳମନ୍ତ୍ରୀଙ୍କୁ ଧରାଇଲେ ଅଭିଯୋଗର ଲମ୍ବା ତାଲିକା

କୋରାପୁଟ/ଦାମନଯୋଡ଼ି/ସୁନାବେଡ଼ା,୨୦ା୮(ସ୍ବ.ପ୍ର.): ସବ୍‌କା ସାଥ୍‌, ସବ୍‌କା ବିକାଶକୁ ପାଥେୟକରି ଶୁକ୍ରବାର ରେଳ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିନିକିଆ କୋରାପୁଟ ଜିଲା ଗସ୍ତକରି କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଜନଧନ ଯୋଜନା,…

କୋଟିଆରେ ଆନ୍ଧ୍ରର ଜବରଦସ୍ତି କାର୍ଯ୍ୟ

ପଟ୍ଟାଙ୍ଗୀ,୨୦ା୮(ଡି.ଏନ୍‌.ଏ.): ସରକାରଙ୍କ ତୀବ୍ର ବିରୋଧ ସତ୍ତ୍ୱେ କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତରେ ଜବରଦସ୍ତ ପଶିଛି ଆନ୍ଧ୍ର। ଗୁରୁବାର କୋଟିଆର ୨ ଗ୍ରାମ ଫାଟୁସିନେରି ଏବଂ ଫଗୁଣସିନେରିରେ ଚାରା ରୋପଣ କରିବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ ଲାଗି…

ସ୍ବାଧୀନତା ଦିବସରେ କୋଭିଡ୍‌ ଯୋଦ୍ଧା ସମ୍ମାନିତ

ଜୟପୁର,୧୫।୮(ନି.ପ୍ର.): କରୋନା କଟକଣାରେ ଜୟପୁରରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବସ୍‌ଷ୍ଟାଣ୍ଡ ନିକଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉପଜିଲାପାଳ ହେମାକାନ୍ତ ସୟ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କରୋନା ଯୋଦ୍ଧା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଶବବାହକ…

ଆଲମାରିରୁ ମିଳିଲା ୯୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ,୮ା୮(ସ୍ବ.ପ୍ର.): ଗଞ୍ଜେଇ ଚୋରାଚାଲାଣ କରିବା ଲାଗି ଚାଲାଣକାରୀମାନେ ଭିନ୍ନଭିନ୍ନ ତରିକା ଆପଣାଉଛନ୍ତି। କେତେବେଳେ ମୁଢିବସ୍ତା ଭିତରେ ତ କେବେ ଅଦା, ପଣସ ଅଖା ଭିତରେ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି। ବର୍ତ୍ତମାନ ଚାଲାଣକାରୀମାନେ ଗଞ୍ଜେଇ ଚାଲାଣ ପାଇଁ ଏକ ନୂଆ…

କୋରାପୁଟରେ ଉତ୍ପାଦିତ କଫି ଗଲା କର୍ନାଟକ

କୋରାପୁଟ,୮ା୮(ସ୍ବ.ପ୍ର.): କୋରାପୁଟର ଉତ୍ପାଦିତ ୩୧୮ କୁଇଣ୍ଟାଲ କଫି ଶନିବାର ୨ଟି ଟ୍ରକରେ କର୍ନାଟକ ପଠାଯାଇଛି। ଏହାକୁ ଜିଲାପାଳ ଅବଦାଲ ମହମ୍ମଦ ଅଖତାର ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସମୟରେ କୋରାପୁଟ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର…

କେଉଁଠୁ ଆସିଲା ଧଳା ରଙ୍ଗର ବଜ୍ରକାପ୍ତା: ବଜାର ମୂଲ୍ୟ ୫ ଲକ୍ଷ

କୋଟପାଡ଼,୧ା୮(ଡି.ଏନ.ଏ.): କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରେ ବଜ୍ରକାପ୍ତା ଚୋରାଚାଲାଣ ବେଳେ ବନ ବିଭାଗ ଚଢ଼ାଉ କରି ଶନିବାର ଧରିଛି। ତେବେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ବିଶାଳ କୁମାର ଫେରାର ହୋଇଯାଇଛନ୍ତି। କୋଟପାଡ଼ ନିକଟସ୍ଥ ବଣିଆ ଗ୍ରାମର ଇନ୍ଦ୍ରାବତୀ ପୋଲଠାରେ ବଜ୍ରକାପ୍ତା ବିକ୍ରି…

ଜୟପୁରରୁ ଉଡ଼ିବ ବିମାନ

ଜୟପୁର,୨୮ା୭(ନି.ପ୍ର.): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ. ପାଣ୍ଡିଆନ ବୁଧବାର ଏକ ସ୍ବତନ୍ତ୍ର ବିମାନ ଯୋଗେ କୋରାପୁଟ ଜିଲା ଜୟପୁର ଗସ୍ତ କରିଥିଲେ। ଏୟାର ଷ୍ଟ୍ରିପ୍‌ଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଜୟପୁର…

ଅଦା ବୋଝେଇ ଟ୍ରକରେ ଗଞ୍ଜେଇ

ଜୟପୁର, ୧୫ା୭: ଏକ ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗୁରୁବାର ସଦରଥାନା ପୋଲିସ ହାତରେ ଧରାପଡିଛି। ଟ୍ରକ (ପିବି୬୫ ଭି-୪୪୫୬) ଯୋଗେ ଅଦା ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ଜୟପୁର ଘାଟିରେ ଟ୍ରକକୁ…

ଜମି ବିବାଦରୁ ସଂଘର୍ଷ: ୨ମୃତ, ୮ ଗୁରୁତର

ଦଶମନ୍ତପୁର, ୧୦ା୭: ଜମିଜମା ବିବାଦକୁ କେନ୍ଦ୍ରକରି ହାତୀମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ୮ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଗ୍ରାମର ଧନପତି ଜାନି (୪୩), ସହଦେବ ଜାନି (୪୫) । ଗୁରୁତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri