ଆଲମାରିରୁ ମିଳିଲା ୯୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ,୮ା୮(ସ୍ବ.ପ୍ର.): ଗଞ୍ଜେଇ ଚୋରାଚାଲାଣ କରିବା ଲାଗି ଚାଲାଣକାରୀମାନେ ଭିନ୍ନଭିନ୍ନ ତରିକା ଆପଣାଉଛନ୍ତି। କେତେବେଳେ ମୁଢିବସ୍ତା ଭିତରେ ତ କେବେ ଅଦା, ପଣସ ଅଖା ଭିତରେ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି। ବର୍ତ୍ତମାନ ଚାଲାଣକାରୀମାନେ ଗଞ୍ଜେଇ ଚାଲାଣ ପାଇଁ ଏକ ନୂଆ କୌଶଳ ବାହାର କରିଛନ୍ତି। ଆଲମାରି କିଣି ତା’ ଭିତରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ରବିବାର ପୋଲିସ ହାତରେ ଧରାପଡିଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲାରେ। ଜିଲାର ଲମତାପୁଟ ପୋଲିସ ଏକ ଟ୍ରକରୁ ୯ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୨ ଜଣକୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଉତ୍ତର ପ୍ରଦେଶ ଆଲିଗଡ ଅଞ୍ଚଳର ଯଶୱନ୍ତ ସିଂ ଓ ଆଗ୍ରା ଅଞ୍ଚଳର ହରେନ୍ଦ୍ର ସିଂ । ଜବତ ଗଞ୍ଜେଇର ବଜାର ମୂଲ୍ୟ ୯୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି।


ମିଳିଥିବା ସୂଚନା ମୁତାବକ, ରବିବାର ଏକ ଆଲମାରି ବୋଝେଇ ଟ୍ରକ(ୟୁପି୮୦ସିପି-୬୦୭୪)ରେ ଗଞ୍ଜେଇ ଚୋରାଚାଲାଣ ହେଉଥିବ ସୂଚନା ପାଇ ଏସ୍‌ପି ବରୁଣ ଗୁଣ୍ଟୁପାଲି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ସ୍ଥାନୀୟ ଚାଙ୍ଗୁଡିପଡା ଛକ ନିକଟରେ ଲମତାପୁଟ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପାଡୁଆ ଅଞ୍ଚଳରୁ ଏକ ଟ୍ରକ ଦ୍ରୁତଗତିରେ ଆସୁଥିବା ଦେଖି କର୍ମଚାରୀମାନେ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ। ଫଳରେ ୮ଟି ଆଲମାରି ଭିତରୁ ଛୋଟ ଛୋଟ ପ୍ୟାକେଟରେ ରଖାଯାଇଥିବା ଉପରୋକ୍ତ ପରିମାଣର ଗଞ୍ଜେଇ ମିଳିଥିଲା। ଅଭିଯୁକ୍ତଙ୍କୁ ପଚରାଉଚୁରା ବେଳେ ସେମାନେ ଗଞ୍ଜେଇ ଚାଲାଣ ଲାଗି ଆନ୍ଧ୍ରର ବିଜୟନଗରମ ଅଞ୍ଚଳରୁ ୮ଟି ଆଲମାରି କିଣିଥିବା ପୋଲିସ ନିକଟରେ ପ୍ରକାଶ କରିଛନ୍ତି। ପୋଲିସ ଏକ ମାମଲା( ନଂ.୬୧/୨୧) ରୁଜୁ କରି


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ଡଙ୍ଗାରେ ପୁଣି ଯାତ୍ରୀ ପରିବହନ

ମହାକାଳପଡ଼ା, ୨୨ା୮ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ ବାହାକୁଦ ଘାଟରୁ ପାରାଦୀପ ମୂଷାଡିଆ ଫେରି ଘାଟରେ ଗତ ୧୬ ତାରିଖରୁ ରାମନଗର ପଞ୍ଚାୟତ...

ଶିକୁଳିରେ ବନ୍ଧା ଜୀବନ

ସୁକିନ୍ଦା,୬ା୨(ଡି.ଏନ.ଏ.): ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିବିଧ ଯୋଜନା କରାଯାଉଛି। ହେଲେ ଏହି ସୁବିଧା ଆଜିବି ଅନେକ ଲୋକଙ୍କ...

ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ପୁଣି ଅଘଟଣ: କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର ଅଫିସ,୨।୧୨: କୋର୍ଟ ପରିସର ଏବେ ଅସୁରକ୍ଷିତ ହୋଇପଡିଛି। ସପ୍ତାହ ମଧ୍ୟରେ କୋର୍ଟରେ ଦୁଇ ଦୁଇଟି ଅଘଟଣ ଘଟିଛି। ଶୁକ୍ରବାର ଜଣେ ମହିଳା କୋର୍ଟ ଭିତରକୁ...

ତାମ୍ପରା ହ୍ରଦ ଆର୍ଦ୍ରଭୂମିରେ ମାଛ ରଙ୍କା ବିରାଡ଼ି ଠାବ

ଗୋପାଳପୁର,୧୪ ।୮: (ଡି.ଏନ.ଏ.): ଗଞ୍ଜାମ ଜିଲା ତାମ୍ପରା ହ୍ରଦ ନିକଟରେ ଥିବା ଆର୍ଦ୍ରଭୂମିରେ ପ୍ରଥମ ଥର ପାଇଁ ମାଛରଙ୍କା ବିରାଡ଼ିଙ୍କ ଅବସ୍ଥିତି ସମ୍ପର୍କରେ ଭାରତୀୟ ପ୍ରାଣୀ...

ଅନ୍ଧବିଶ୍ୱାସ: ବଜ୍ରପାତରେ ମୃତ ବୃଦ୍ଧଙ୍କୁ ଗୋବରରେ ପୋତି ଦେଲେ ପରିବାର ଲୋକେ

ପାଟଣା,୯।୧୦(ସ୍ବ.ପ୍ର.) :କେନ୍ଦୁଝର ଜିଲା ପାଟଣା ଥାନା ମାଛଗଡ ପଞ୍ଚାୟତ ଅନ୍ତର୍ଗତ ଦୁଧିନାଳି ଗ୍ରାମରେ ବଜ୍ରପାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଜଙ୍ଗରାଇ...

ମହାନଦୀ ଜଳ ବିବାଦର ଚାହାନ୍ତି ସମାଧାନ : ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇବାକୁ କଟକରୁ ସାଇକେଲ ଯାତ୍ରା

ଅନୁଗୋଳ ଅଫିସ,୪ା୭ – ମହାନଦୀ ଜଳ ବିବାଦର ସମାଧାନ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବା ଲକ୍ଷ୍ୟରେ ଦୁଇ ଛାତ୍ର କଟକ ମାହାଙ୍ଗା ଅଞ୍ଚଳର କ୍ରିଷ୍ଣାକାନ୍ତ...

ରାସ୍ତାକଡ଼ରେ ଛିଡା ହୋଇଥିବା ଗାଡିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ

ଛେଣ୍ଡିପଦା,୨୮।୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ଥାନା କୋଶଳା ଦେଇ ଯାଇଥିବା ୬୩ନଂ ରାଜ୍ୟ ରାଜପଥର କୋଶଳା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୨ ପିକଅପ୍‌ ଭ୍ୟାନକୁ ଧକ୍କା...

ଆଜି ହୀରାକୁଦ ଡ୍ୟାମ୍‌ରୁ ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ

ସମ୍ବଲପୁର,୨୫ା୬(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଗୁରୁବାର ଛଡ଼ାଯିବ। ପୂର୍ବାହ୍ନ ୧୦ଟା ପରେ ଯେକୌଣସି ସମୟରେ ଫାଟକ ଖୋଲାଯାଇ ପାରେ ବୋଲି ହୀରାକୁଦ ଡ୍ୟାମ୍‌...

Advertisement
Archives

Model This Week