କୋଟିଆରେ ଆନ୍ଧ୍ରର ଜବରଦସ୍ତି କାର୍ଯ୍ୟ

ପଟ୍ଟାଙ୍ଗୀ,୨୦ା୮(ଡି.ଏନ୍‌.ଏ.): ସରକାରଙ୍କ ତୀବ୍ର ବିରୋଧ ସତ୍ତ୍ୱେ କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତରେ ଜବରଦସ୍ତ ପଶିଛି ଆନ୍ଧ୍ର। ଗୁରୁବାର କୋଟିଆର ୨ ଗ୍ରାମ ଫାଟୁସିନେରି ଏବଂ ଫଗୁଣସିନେରିରେ ଚାରା ରୋପଣ କରିବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ ଲାଗି ଜାଗା ଚିହ୍ନଟ କରିଛି ପଡ଼ୋଶୀ ରାଜ୍ୟ ପ୍ରଶାସନ, ଯାହା ଦୁଇ ରାଜ୍ୟର ସମ୍ପର୍କକୁ ଆହୁରି ତିକ୍ତ କରିଥିବାବେଳେ ପୁଣି ଆରମ୍ଭ ହୋଇଛି ନୂଆ ବିବାଦ।
ଫାଟୁସିନେରି ଗ୍ରାମରେ ସୋମବାର ଆନ୍ଧ୍ର ପ୍ରଶାସନ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଥିଲା। ସାଲୁର ବିଧାୟକ ପି. ରାଜନା ଦୋରାଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଏଥିରେ ଯୋଗଦେବା ଲାଗି ନିଷ୍ପତ୍ତି ହୋଇଥିଲା। ହେଲେ କୋରାପୁଟ ଜିଲା ପ୍ରଶାସନ, ବିଭିନ୍ନ ରାଜନୈତିକ ଦଳର ଜନପ୍ରତିନିଧି ଏକାଠି ହୋଇ ତୀବ୍ର ବିରୋଧ କରିବା ପରେ ଏହା ଫସର ଫାଟିଥିଲା। ଆନ୍ଧ୍ରର କୌଣସି ରାଜନେତା କିମ୍ବା ପ୍ରଶାସନିକ ଅଧିକାରୀ ଗ୍ରାମରେ ପଶିବାକୁ ସାହସ ଜୁଟାଇ ପାରି ନ ଥିଲେ। ଏହାର ଠିକ୍‌ ଦୁଇଦିନ ପରେ ଗୁରୁବାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଆନ୍ଧ୍ର ପ୍ରଶାସନ। ଫାଟୁସିନେରିରେ ଚାରା ରୋପଣ ସହ ସରକାରୀ କାର୍ଯ୍ୟାଳୟ ଲାଗି ଜାଗା ଚିହ୍ନଟ କରି ନିଜର ଉପସ୍ଥିତି ଜାହିର କରିଛି। ପାର୍ବତୀପୁରମ୍‌ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ (ଆଇଟିଡିଏ ପିଓ) ଆର୍‌. କୋର୍ମନାଥ, ସାଲୁର ବିଡିଓ ଜି. ପାର୍ବତୀ, ଡିଏସ୍‌ପି ସୁବାସ, କୋଟିଆ ସର୍କଲ ଇନ୍ସପେକ୍ଟର ବି. ରୋହିଣୀ ପାଠୀ, ଫଗୁଣସିନେରି ସରପଞ୍ଚ କୁନେଟି କୁସାମଁ, ଫାଟୁସିନେରି ସରପଞ୍ଚ ସେଦା ରାପୋ କାମିଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ। ଚିହ୍ନଟ ହୋଇଥିବା ଜମିରେ ସ୍ବାସ୍ଥ୍ୟସେବା ପାଇଁ ଗୃହ, ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ଗୃହ, ଅଙ୍ଗନଓ୍ବାଡି ଗୃହ ଏବଂ ଫଗୁଣସିନେରିରେ ଅଙ୍ଗନଓ୍ବାଡି ଗୃହ, ବିଦ୍ୟାଳୟ, କୃଷି ବିଭାଗର ଗୃହ ନିର୍ମାଣ କରାଯିବାକୁ ଯୋଜନା ରହିଛି। ସେହିପରି ସଲପଗୁଡ଼ା ଏବଂ କୋନାଦୋରା ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କରାଯିବ। ଶୁକ୍ରବାରଠାରୁ
ଏହି କାର୍ଯ୍ୟ ଆରମ୍ଭ ହୋଇ ମାସେ ଭିତରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି ଆନ୍ଧ୍ର। ଏସବୁ ପ୍ରକଳ୍ପ କାର୍ଯ୍ୟର ଦାୟିତ୍ୱ ନେଇଛି ସାଲୁର ବ୍ଲକ ପ୍ରଶାସନ। ଓଡ଼ିଶାର କୌଣସି ରାଜନେତା, ପ୍ରଶାସନିକ ଅଧିକାରୀଙ୍କ ଚାପରେ ଆନ୍ଧ୍ର ତାହାର ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ପଛଘୁଞ୍ଚା ଦେବନାହିଁ ବୋଲି ପିଓ ଆଇଟିଡିଏ କୋର୍ମନାଥ କହିଛନ୍ତି। ସୂଚନାଯୋଗ୍ୟ, କୋଟିଆର ୨ ଗ୍ରାମ ଫାଟୁସିନେରି ଏବଂ ଫଗୁଣସିନେରିକୁ ଆନ୍ଧ୍ର ୨ ପଞ୍ଚାୟତର ମାନ୍ୟତା ଦେଇଛି। ଓଡ଼ିଶାର ବିରୋଧ ସତ୍ତ୍ୱେ ଉଭୟ ସ୍ଥାନରେ ପଞ୍ଚାୟତ ନିର୍ବାଚନ କରିଛି।
ଏ ସମ୍ପର୍କରେ ପଟ୍ଟାଙ୍ଗୀ ବିଡିଓ ବେଦ ଭୂଷଣ କୁହନ୍ତି, କୋଟିଆକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଲାଗି ରହିଛି। ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖି ନିଜ ନିଜ ସ୍ଥାନରେ ରହିବାକୁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ତାହା ପାଳନ କରୁଥିବା ବେଳେ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରୁଛି। ଏ ସଂକ୍ରାନ୍ତରେ ଜିଲା ପ୍ରଶାସନକୁ ରିପୋର୍ଟ ଦିଆଯିବ। ଆବଶ୍ୟକ ହେଲେ ସୁପ୍ରିମକୋର୍ଟକୁ ଜିଲା ପ୍ରଶାସନ ଅବଗତ କରାଇପାରିବେ ବୋଲି ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri