କୋଟିଆରେ ଆନ୍ଧ୍ରର ଜବରଦସ୍ତି କାର୍ଯ୍ୟ

ପଟ୍ଟାଙ୍ଗୀ,୨୦ା୮(ଡି.ଏନ୍‌.ଏ.): ସରକାରଙ୍କ ତୀବ୍ର ବିରୋଧ ସତ୍ତ୍ୱେ କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତରେ ଜବରଦସ୍ତ ପଶିଛି ଆନ୍ଧ୍ର। ଗୁରୁବାର କୋଟିଆର ୨ ଗ୍ରାମ ଫାଟୁସିନେରି ଏବଂ ଫଗୁଣସିନେରିରେ ଚାରା ରୋପଣ କରିବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ ଲାଗି ଜାଗା ଚିହ୍ନଟ କରିଛି ପଡ଼ୋଶୀ ରାଜ୍ୟ ପ୍ରଶାସନ, ଯାହା ଦୁଇ ରାଜ୍ୟର ସମ୍ପର୍କକୁ ଆହୁରି ତିକ୍ତ କରିଥିବାବେଳେ ପୁଣି ଆରମ୍ଭ ହୋଇଛି ନୂଆ ବିବାଦ।
ଫାଟୁସିନେରି ଗ୍ରାମରେ ସୋମବାର ଆନ୍ଧ୍ର ପ୍ରଶାସନ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଥିଲା। ସାଲୁର ବିଧାୟକ ପି. ରାଜନା ଦୋରାଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଏଥିରେ ଯୋଗଦେବା ଲାଗି ନିଷ୍ପତ୍ତି ହୋଇଥିଲା। ହେଲେ କୋରାପୁଟ ଜିଲା ପ୍ରଶାସନ, ବିଭିନ୍ନ ରାଜନୈତିକ ଦଳର ଜନପ୍ରତିନିଧି ଏକାଠି ହୋଇ ତୀବ୍ର ବିରୋଧ କରିବା ପରେ ଏହା ଫସର ଫାଟିଥିଲା। ଆନ୍ଧ୍ରର କୌଣସି ରାଜନେତା କିମ୍ବା ପ୍ରଶାସନିକ ଅଧିକାରୀ ଗ୍ରାମରେ ପଶିବାକୁ ସାହସ ଜୁଟାଇ ପାରି ନ ଥିଲେ। ଏହାର ଠିକ୍‌ ଦୁଇଦିନ ପରେ ଗୁରୁବାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଆନ୍ଧ୍ର ପ୍ରଶାସନ। ଫାଟୁସିନେରିରେ ଚାରା ରୋପଣ ସହ ସରକାରୀ କାର୍ଯ୍ୟାଳୟ ଲାଗି ଜାଗା ଚିହ୍ନଟ କରି ନିଜର ଉପସ୍ଥିତି ଜାହିର କରିଛି। ପାର୍ବତୀପୁରମ୍‌ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ (ଆଇଟିଡିଏ ପିଓ) ଆର୍‌. କୋର୍ମନାଥ, ସାଲୁର ବିଡିଓ ଜି. ପାର୍ବତୀ, ଡିଏସ୍‌ପି ସୁବାସ, କୋଟିଆ ସର୍କଲ ଇନ୍ସପେକ୍ଟର ବି. ରୋହିଣୀ ପାଠୀ, ଫଗୁଣସିନେରି ସରପଞ୍ଚ କୁନେଟି କୁସାମଁ, ଫାଟୁସିନେରି ସରପଞ୍ଚ ସେଦା ରାପୋ କାମିଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ। ଚିହ୍ନଟ ହୋଇଥିବା ଜମିରେ ସ୍ବାସ୍ଥ୍ୟସେବା ପାଇଁ ଗୃହ, ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ ଗୃହ, ଅଙ୍ଗନଓ୍ବାଡି ଗୃହ ଏବଂ ଫଗୁଣସିନେରିରେ ଅଙ୍ଗନଓ୍ବାଡି ଗୃହ, ବିଦ୍ୟାଳୟ, କୃଷି ବିଭାଗର ଗୃହ ନିର୍ମାଣ କରାଯିବାକୁ ଯୋଜନା ରହିଛି। ସେହିପରି ସଲପଗୁଡ଼ା ଏବଂ କୋନାଦୋରା ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କରାଯିବ। ଶୁକ୍ରବାରଠାରୁ
ଏହି କାର୍ଯ୍ୟ ଆରମ୍ଭ ହୋଇ ମାସେ ଭିତରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି ଆନ୍ଧ୍ର। ଏସବୁ ପ୍ରକଳ୍ପ କାର୍ଯ୍ୟର ଦାୟିତ୍ୱ ନେଇଛି ସାଲୁର ବ୍ଲକ ପ୍ରଶାସନ। ଓଡ଼ିଶାର କୌଣସି ରାଜନେତା, ପ୍ରଶାସନିକ ଅଧିକାରୀଙ୍କ ଚାପରେ ଆନ୍ଧ୍ର ତାହାର ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ପଛଘୁଞ୍ଚା ଦେବନାହିଁ ବୋଲି ପିଓ ଆଇଟିଡିଏ କୋର୍ମନାଥ କହିଛନ୍ତି। ସୂଚନାଯୋଗ୍ୟ, କୋଟିଆର ୨ ଗ୍ରାମ ଫାଟୁସିନେରି ଏବଂ ଫଗୁଣସିନେରିକୁ ଆନ୍ଧ୍ର ୨ ପଞ୍ଚାୟତର ମାନ୍ୟତା ଦେଇଛି। ଓଡ଼ିଶାର ବିରୋଧ ସତ୍ତ୍ୱେ ଉଭୟ ସ୍ଥାନରେ ପଞ୍ଚାୟତ ନିର୍ବାଚନ କରିଛି।
ଏ ସମ୍ପର୍କରେ ପଟ୍ଟାଙ୍ଗୀ ବିଡିଓ ବେଦ ଭୂଷଣ କୁହନ୍ତି, କୋଟିଆକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଲାଗି ରହିଛି। ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖି ନିଜ ନିଜ ସ୍ଥାନରେ ରହିବାକୁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ତାହା ପାଳନ କରୁଥିବା ବେଳେ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରୁଛି। ଏ ସଂକ୍ରାନ୍ତରେ ଜିଲା ପ୍ରଶାସନକୁ ରିପୋର୍ଟ ଦିଆଯିବ। ଆବଶ୍ୟକ ହେଲେ ସୁପ୍ରିମକୋର୍ଟକୁ ଜିଲା ପ୍ରଶାସନ ଅବଗତ କରାଇପାରିବେ ବୋଲି ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?