ଗଞ୍ଜେଇ ଚାଲାଣ କରୁଥିଲେ ପୋଲିସ ହୋମ୍‌ଗାର୍ଡ

ଜୟପୁର,୨୬ା୮(ନି.ପ୍ର.): ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କାରବାରର ପର୍ଦ୍ଦାଫାଶ ହୋଇଛି। ଜୟପୁର ସଦର ପୋଲିସ ଚୋରା ଚାଲାଣରେ ସମ୍ପୃକ୍ତ ଜଣେ ପୋଲିସ ହୋମ୍‌ଗାର୍ଡଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି। ଥାନା ଅଧିକାରୀ ଆଦିତ୍ୟ ମହାକୁଡ ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇ ଗୁରୁବାର ଜୟପୁର ଘାଟିଠାରେ ଚଢ଼ାଉ କରିଥିଲେ। ଟ୍ରକ୍‌ (ଆର୍‌ଜେ-୨୫ ଜିଏ-୧୧୨)ରେ ଗଞ୍ଜେଇ ବୋଝେଇ କରାଯାଇ ହରିୟାଣା ଚଲାଣ କରାଯାଉଥିଲା। ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି ୧ ଟନ୍‌ ୩ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନର ରଜନ ମୀନା (୨୫) ଓ ସୁରେଶ ମୀନା (୨୧) ।

ସେହିପରି ଆମ୍ବାଗୁଡ଼ାର କୋଲ୍‌ଷ୍ଟୋରଠାରେ ଏକ କୋଇଲା ବୋଝେଇ ଟ୍ରକ୍‌ (ସିଜି -୦୪-ଏଲ୍‌ଡି-୭୧୯୯) ଯାଞ୍ଚ ବେଳେ ଗଞ୍ଜେଇ ଚୋରା ଚାଲାଣ ଧରିଥିଲା ପୋଲିସ। କୋଇଲା ଭିତରେ ଗଞ୍ଜେଇ ବୋଝେଇ ହୋଇ ବିଶାଖାଟପାଣାରୁ ରାୟପୁର ଯାଉଥିଲା। ଘଟଣାରେ ସମ୍ପୃକ୍ତ ହୋମ୍‌ଗାର୍ଡ ବିଦେଶୀ କୁମାର ସାହୁ (୩୮), କୋରାପୁଟର ଡ୍ରାଇଭର ଅଭିରାମ ହରିଜନ (୩୭), ଗଜପତି ଜିଲାର ଡ୍ରାଇଭର ଭବାନୀ ପ୍ରସାଦ ସିଂ (୨୮) ଓ ବିକ୍ରମ ବୈରାଗୀ(୪୦ )ଙ୍କୁ ପୋଲିସ ଗିରଫ କରିଛି। ଟ୍ରକ୍‌ରୁ ୬୦ଟି ପ୍ୟାକେଟରୁ ୫୭୯ କେଜି ଗଞ୍ଜେଇ ଜବତ ହୋଇଛି। ଉଭୟ ଟ୍ରକ୍‌ରୁ ଜବତ ଗଞ୍ଜେଇର ବଜାର ମୂଲ୍ୟ ୧ କୋଟି ୬୦ ଲକ୍ଷ ଟଙ୍କା ହେବ। ଅଭିଯୁକ୍ତଙ୍କଠାରୁ ୩ଟି ମୋବାଇଲ, ଏଟିଏମ୍‌ କାର୍ଡ, ବାଇକ, କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ବାରିଣୀପୁଟର ରମେଶ ଦୋରା, ମୋହନ ଖରା, କେଶବ ମାଝି ଓ ଢେପଗୁଡ଼ାର ନବରାଜ ଶର୍ମାଙ୍କ ଏହି ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡ

ଜୟପୁର,୧୧ା୧୧(ନି.ପ୍ର.): ନାବାଳିକା ବଳାତ୍କାର ମାମଲାର ବିଚାର କରି ବିଚାରପତି ପ୍ରଦୀପ କୁମାର ସାସମଲ ଗୁରୁବାର ଅଭିଯୁକ୍ତ ବଦଳିଗୁଡ଼ାର ବିପିନ ସୁନା(୨୩)ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ...

୪୦ ଅଧ୍ୟାପକ ପଦବୀ ଖାଲି

ଢେଙ୍କାନାଳ ଅଫିସ, ୩୧।୧୨ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି ଦେଖାଦେଇଛି। କଲେଜରେ ୬୦ ଅଧ୍ୟାପକ ପଦବୀ ମଧ୍ୟରୁ ୪୦ ଖାଲି ପଡ଼ିଛି। ୨୦ ଅଧ୍ୟାପିକା...

ଖବରଦାତାଙ୍କ ବିରୋଧରେ ଏତଲା

କେନ୍ଦୁଝର, ୨୫।୪(ସ୍ବ.ପ୍ର.) ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀ ଓ କଂଗ୍ରେସ ଦଳ ବିରୋଧରେ ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ରଞ୍ଜନ ଗୋସ୍ବାମୀ ଦେଇଥିବା ଆପତ୍ତି ଜନକ...

ପରୀକୁ ନ୍ୟାୟ ଦେବାରେ ବିଫଳତାର ପ୍ରତିବାଦ: ଭାଜପାର ପଦଯାତ୍ରାକୁ କଂଗ୍ରେସର ଗଡ଼ିବ ପରୀ ନ୍ୟାୟ ରଥ

ନୟାଗଡ ଅଫିସ,୯ ।୧୨: ପରୀକୁ ନ୍ୟାୟ ଦେବାରେ ରାଜ୍ୟ ସରକାରଙ୍କର ବିଫଳତାର ପ୍ରତିବାଦରେ ଭାଜପା ଓ କଂଗ୍ରେସ ଆନ୍ଦୋଳନକୁ ତ୍ୱରାନ୍ବିତ କରିଛନ୍ତି। ଭାଜପା ପଦଯାତ୍ରା କରିବାକୁ...

ଆଜି ଦାୟିତ୍ୱ ନେବେ ସୁରେଶ ମହାପାତ୍ର

ଭୁବନେଶ୍ୱର,୧ା୧(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗୁରୁବାର ଅବସର ନେଇଛନ୍ତି। ଜାନୁୟାରୀ ୧ ତାରିଖ ଅର୍ଥାତ୍‌ ଶୁକ୍ରବାର ନୂଆ ମୁଖ୍ୟ ଶାସନ ସଚିବ...

ହାଇଓ୍ବା ଚକା ତଳେ ଚାଲିଗଲା ଯୁବକଙ୍କ ଜୀବନ

ଚୌଦ୍ୱାର,୨ା୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ପଞ୍ଚାୟତ କଜଳକଣାରେ ଚାଲିଥିବା ମୋରମ ଖାଦାନରେ ହାଇଓ୍ବା ଚକା ତଳେ ଚାପିହୋଇ ଜଣଙ୍କର ମୃତ୍ୟୁ ଘଟିଥିବା...

ପୋତି ହୋଇପଡ଼ୁଛି ଡେଳିଙ୍ଗିବନ୍ଧ

ବାରିପଦା ଅଫିସ,୮ା୨- ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଶିଳଘାଟୀ ପଞ୍ଚାୟତରେ ଥିବା ଡେଳିଙ୍ଗି ବନ୍ଧ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ସ୍ବାଧୀନତା ପୂର୍ବରୁ ରାଜାରାଜୁଡ଼ା ଅମଳରେ...

ଦୋକାନ ଖୋଲିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୪(ବ୍ୟୁରୋ): କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ମାସେରୁ ଊର୍ଦ୍ଧ୍ୱକାଳ ଧରି ଲକ୍‌ଡାଉନ ରହିଛି। ଦୋକାନ ବଜାର, ବେପାର ବାଣିଜ୍ୟ, କାମଧନ୍ଦା ସବୁକିଛି ବନ୍ଦ ହୋଇଯାଇଛି।...

Advertisement
Archives

Model This Week