ରେଳମନ୍ତ୍ରୀଙ୍କୁ ଧରାଇଲେ ଅଭିଯୋଗର ଲମ୍ବା ତାଲିକା

କୋରାପୁଟ/ଦାମନଯୋଡ଼ି/ସୁନାବେଡ଼ା,୨୦ା୮(ସ୍ବ.ପ୍ର.): ସବ୍‌କା ସାଥ୍‌, ସବ୍‌କା ବିକାଶକୁ ପାଥେୟକରି ଶୁକ୍ରବାର ରେଳ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିନିକିଆ କୋରାପୁଟ ଜିଲା ଗସ୍ତକରି କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଜନଧନ ଯୋଜନା, ଉଜ୍ଜ୍ୱଳା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନାରୁ ସୁଫଳ ଲୋକେ ପାଉଛନ୍ତି କି ନାହଁି ସେନେଇ ସିଧାସଳଖ ଲୋକମାନଙ୍କ ସହ ଆଲୋଚନା କରି ବାସ୍ତବ ସ୍ଥିତି ପରଖିଥିଲେ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇଥିଲେ। ରାୟଗଡ଼ାରୁ ମନ୍ତ୍ରୀ ସଡକପଥରେ ପ୍ରଥମେ ରୂପକଣା, ବୁର୍ଜା, ଲକ୍ଷ୍ମୀପୁର କାର୍ଯ୍ୟକ୍ରମ ସାରି କାକିରିଗୁମ୍ମା, ଦାମନଯୋଡ଼ିରେ ପହଞ୍ଚତ୍ଥିଲେ। ବାଟରେ ପାୟାକୁଟଠାରେ ଆଦିବାସୀଙ୍କ ସହ ଲୋକନୃତ୍ୟ ତାଳରେ ନାଚିଥିଲେ।

ଦାମନଯୋଡ଼ିରେ ମନ୍ତ୍ରୀଙ୍କୁ ଏକ ଶୋଭାଯାତ୍ରାରେ ବରିଷ୍ଠ ନେତା ଜୟରାମ ପାଙ୍ଗୀଙ୍କ ସମେତ ଜିଲାର ଭାଜପା ନେତାମାନେ ପାଛୋଟି ନେଇ ସହର ପରିକ୍ରମା କରିଥିଲେ। ମାଥାଲପୁଟ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ସେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ହନୁମାନ ବାଟିକା ଯାଇ ଅଭୟ ଆଞ୍ଜେନେୟଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ପରେ ଭାରତୀୟ ମଜଦୁର ସଂଘ କର୍ମକର୍ତ୍ତା ଆଲୋକ ଚୌଧୁରୀ, ଆଲୋକ ରଥ, ମହେଶ୍ୱର ନନ୍ଦ ଓ ବି.ଗଜେନ୍ଦ୍ରଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ କର୍ମକର୍ତ୍ତାମାନେ ୬ଦଫା ସମ୍ବଳିତ ଏକ ଦାବିପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

ପରେ ମନ୍ତ୍ରୀ ବୈଷ୍ଣବ ସେମିଳିଗୁଡ଼ା, ସୁନାବେଡ଼ା, ଡୁମୁରିପୁଟ ଗସ୍ତ କରିଥିଲେ। ସେମିଳିଗୁଡ଼ା ଟ୍ରାଫିକ ଛକଠାରେ ବଣିକ ସଂଘ ସଭାପତି ରାଜେନ୍ଦ୍ର ପାତ୍ରଙ୍କ ସମେତ ସଂଘର ସଦସ୍ୟମାନେ ସମ୍ବର୍ଦ୍ଧନା ଜଣାଇଥିଲେ। କୋରାପୁଟ ଓଏମ୍‌ପିଠାରେ ସନ୍ଧ୍ୟା ୬ଟାରେ ପହଞ୍ଚତ୍ଥିଲେ ରେଳମନ୍ତ୍ରୀ । ସେଠାରେ କର୍ମୀମାନେ ତାଙ୍କୁ ବାଇକ୍‌ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ପରେ ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେଠାରେ ବୁଦ୍ଧିଜୀବୀଙ୍କ ସହିତ ମନ୍ତ୍ରୀ ଜିଲାର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ଏହି ସମୟରେ ଜିଲାର ଟେଲି ଯୋଗାଯୋଗ ବ୍ୟବସ୍ଥା ଉପରେ ବୁଦ୍ଧିଜୀବୀମାନେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୋରାପୁଟ ଜିଲାରେ ବିଏସ୍‌ଏନ୍‌ଏଲ୍‌ ଟାଓ୍ବାର ଭିତ୍ତିଭୂମିର ଦୁର୍ବଳ ଅବସ୍ଥା ଯୋଗୁ ବିଭିନ୍ନ କାର୍ଯ୍ୟ କାର୍ଯ୍ୟାଳୟଗୁଡ଼ିକରେ ବାଧାପ୍ରାପ୍ତ ହେଉଛି। ଛାତ୍ରୀଛାତ୍ରମାନେ ପାଠପଢିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ସେମାନେ କହିଥିଲେ। ଟେଲି ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ୫୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଏ କ୍ଷେତ୍ରରେ ଉପୁଜୁଥିବା ଅବ୍ୟବସ୍ଥା ସୁଧାରିବା ଦିଗରେ ସେ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ବୁଦ୍ଧିଜୀବୀମାନେ ଦିନରେ କୋରାପୁଟରୁ ଭୁବନେଶ୍ୱର ଏବଂ କୋରାପୁଟରୁ ବେଙ୍ଗାଲୁରୁକୁ ଗୋଟିଏ ଲେଖାଏ ଟ୍ରେନ ଚଳାଇବାକୁ ପ୍ରସ୍ତାବ ଦେଇଥିଲେ। ଦୀର୍ଘଦିନ ହେଲା କୋରାପୁଟ ବାଇପାସ୍‌ ରାସ୍ତା ନିର୍ମାଣ ନେଇ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏଥିରେ ଅଗ୍ରଗତି ହେଉନାହିଁ। ସ୍ଥାନୀୟ ରେଳ ବିଭାଗର କିଛି ଜମି ବାଇପାସ୍‌ ଲାଗି ଯାଉଥିବାରୁ ରେଳ ବିଭାଗ ଜମି ଛାଡୁନାହିଁ। ଫଳରେ ଏହି କାର୍ଯ୍ୟ ବିଳମ୍ବିତ ହେଉଛି ବୋଲି ଆଲୋଚନା ବେଳେ ବୁଦ୍ଧିଜୀବୀମାନେ ପ୍ରକାଶ କରିଥିଲେ। ସେ ଏ ଦିଗରେ ବିଭାଗ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ବୈଷ୍ଣବ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ-ଋଷିକେଶ ମଧ୍ୟରେ ଚାଲିବ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ହରିଦ୍ୱାରରେ ମହାକୁମ୍ଭ ମେଳା ସମୟରେ ପୁରୀ ଓ ଯୋଗ ନଗରୀ ଋଷିକେଶ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ପୁରୀ-ଯୋଗ ନଗରୀ ଋଷିକେଶ-ପୁରୀ...

ଲଲାଟଙ୍କୁ ଧର୍ମପଦ ପୁରସ୍କାର

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର-୨୦୨୧’ ଶୁକ୍ରବାର ଘୋଷଣା କରାଯାଇଛି। ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ ଏହି...

ମିଲ ଫଣ୍ଡକୁ ସହାୟତା ପାଇଁ ବିଧାୟିକାଙ୍କୁ ଚେକ ପ୍ରଦାନ

ବେଗୁନିଆପଡା,୨୦ା୪(ଡି.ଏନ.ଏ.)- ଲକ୍‌ଡାଉନ ପାଇଁ ସରକାର ରାଶନକାର୍ଡଧାରୀଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି। ତେବେ ଅନେକ ଅସହାୟ ଓ ଗରିବ ବିଭିନ୍ନ କାରଣରୁ କାର୍ଡ ପାଇପାରିନାହାନ୍ତି। ଏହି...

‘ଶିଳ୍ପ ସଂସ୍ଥାରେ ସୁରକ୍ଷା ବ୍ୟବସ୍ଥାର ନିୟମିତ ଯାଞ୍ଚ ହେଉ’: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୧୯।୧୧-ରାଜ୍ୟର ଶିଳ୍ପସଂସ୍ଥାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇ ଚାଲିଛି। ଏହାର ପ୍ରତିରୋଧ କରିବା ପାଇଁ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ,...

ପଦ୍ମ ପଙ୍କରେ ଲୀନ ହେଲା କଣ୍ଟାସାଗର

ରାୟଗଡ଼(ଗଜପତି),୧୮।୧-ଗଜପତି ଜିଲା ରାୟଗଡ଼ସ୍ଥିତ ଶତାୟୁ ‘କଣ୍ଟାସାଗର’ ପୋଖରୀ ଆଉ ଅଞ୍ଚଳବାସୀଙ୍କ କାମରେ ଲାଗୁନି। ଦିନେ ଅଞ୍ଚଳ ପାଇଁ ଆଶୀର୍ବାଦ ପାଲଟିଥିବା ଏହି ପୋଖରୀ ଏବେ ପଦ୍ମ...

ଜଙ୍ଗଲରୁ ମିଳିଲା ୨୦ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ

ବୌଦ୍ଧ,୫।୩(ସ୍ବ.ପ୍ର.): ବୌଦ୍ଧ ଜିଲା ଗଞ୍ଜେଇ ଚାଷ ଏବଂ କାରବାର ପାଇଁ ପେଣ୍ଠସ୍ଥଳ ପାଲଟିଛି। ଜିଲା ପ୍ରଶାସନ ପକ୍ଷରୁ ପ୍ରତିବର୍ଷ ଗଞ୍ଜେଇ ହେଉଥିବା ସ୍ଥାନ ଚିହ୍ନଟ କରି...

ପାଗଳ ମାଙ୍କଡ଼ କାମୁଡ଼ାରେ ବୃଦ୍ଧା ମୃତ, କେଏନ୍‌ପୁରରେ ଆତଙ୍କ

ପୁରୁଷୋତ୍ତମ ପୁର, ୨୨।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନ୍‌ ପୁର ଗ୍ରାମରେ ଏକ ପାଗଳ ହନୁମାଙ୍କଡ଼ ଆକ୍ରମଣରେ ବୁଧବାର ଜଣେ ବୃଦ୍ଧାଙ୍କ ମୃତ୍ୟୁ...

ବାଲେଶ୍ୱରରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ: ୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବାଲେଶ୍ୱର ଅଫିସ,୧ା୫: ବାଲେଶ୍ୱର ଜିଲାରେ ଶୁକ୍ରବାର ଆଉ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସେ ଜଣେ...

Advertisement
Archives

Model This Week