ଜଳବନ୍ଦୀ ଜୀବନ ବିତାଉଛନ୍ତି ୬ ଗ୍ରାମର ବାସିନ୍ଦା

ଦଶମନ୍ତପୁର,୨୨ା୭ (ଅରବିନ୍ଦ ନାୟକ ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତର ବାଲିଗୁଡ଼ା, ବଡ଼କଙ୍କଡ଼ାପୁଟ, ସାନକଙ୍କଡ଼ାପୁଟ, ବାଲିଗୁଡ଼ା, ଡଙ୍ଗାୟତ ଫୁଟ, ଡୁମ୍ବାଗୁଡ଼ା ଆଦି ୬ଟି ଗ୍ରାମର ଲୋକେ ମୁରାନ ନଦୀ ଯୋଗୁ ଜଳବନ୍ଦୀ ଜୀବନ ବିତାଉଛନ୍ତି। ବାଲିଗୁଡା ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ପୋଡୁଚାଷ ସେମାନଙ୍କ ମୁଖ୍ୟ ଜୀବିକା। ମାତ୍ର ଗ୍ରାମ ଦେଇ ପ୍ରବାହିତ ମୁରାନ ନଦୀ ସେମାନଙ୍କ ଉନ୍ନତିରେ ପ୍ରତିବନ୍ଧକ ସାଜିଛି ବୋଲି କହନ୍ତି ଗ୍ରାମର ନିରା ଗୋଲରି, ଚନ୍ଦ୍ର ଭୋଇ, ମୋହନ ଜାନି, ଅନ୍ତି ଜାନି ଓ ଗୁଲା ମୁଦୁଲି। ପଞ୍ଚାୟତଠାରୁ ୪ କି.ମି. ଦୂରରେ ଥିବା ଏହି ଗ୍ରାମର ଲୋକମାନେ ନଦୀ ଯୋଗୁ ଶିକ୍ଷା, ସ୍ବାସ୍ଥ୍ୟସେବାଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ଯୋଜନାରୁ ସୁଫଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ରାଶନ ଚାଉଳ ଆଣିବାକୁ ପଞ୍ଚାୟତକୁ ହେଉ ଅବା ଯେକୌଣସି କାର୍ଯ୍ୟରେ ବ୍ଲକ କାର୍ଯ୍ୟାଳୟକୁ ଯିବାକୁ ହେଲେ ସେମାନେ ନିଜ ଜୀବନ ବାଜି ଲଗାଇ ନଦୀପାର ହୋଇ ଯାଇଥାନ୍ତି ବୋଲି କହିଛନ୍ତି। ଗ୍ରାମରେ କେହି ରୋଗରେ ପୀଡ଼ିତ ହେଲେ ତାଙ୍କୁ ନଦୀ ପାରକରି ଡାକ୍ତରଖାନା ନେବା କଷ୍ଟକର ହୋଇଥାଏ। ନଦୀ ଉପରେ ଯଦି ପୋଲଟିଏ ନିର୍ମାଣ ହୁଅନ୍ତା ତେବେ ଉପରୋକ୍ତ ୬ଟି ଗ୍ରାମର ଲୋକେ ଉପକୃତ ହୁଅନ୍ତେ। ସେମାନଙ୍କୁ ଜଳବନ୍ଦୀ ଜୀବନରୁ ମୁକ୍ତି ମିଳନ୍ତା ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ। ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ଆକ୍ରମଣ: ୨ ମୃତ

ଲଣ୍ଡନ, ୧୮।୮: ୟୁକ୍ରେନ୍‌ସ୍ଥିତ ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ…

ପୁରୁଣା ଗାଡ଼ି ପାଇଁ ଫେରିପାରେ E10 ପେଟ୍ରୋଲ! ଚିନ୍ତା ଦୂର କରିବାକୁ ମୁଖ୍ୟ ଆର୍ଥିକ ପରାମର୍ଶଦାତାଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ,୧୮।୮: ବର୍ତ୍ତମାନ ଫ୍ଲେକ୍ସ ଫ୍ୟୁଏଲ ବା ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ବିଭିନ୍ନ ସ୍ତରରେ ବିବାଦ ମୁଣ୍ଡ ଟେକିଛି। ଏହି କିସମର ଇନ୍ଧନ ବ୍ୟବହାର ଦ୍ୱାରା ମାଇଲେଜ୍‌…

ବିଶ୍ୱର ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇ ବିଶ୍ୱରେକର୍ଡ

ନୂଆଦିଲ୍ଲୀ, ୧୮।୮: ଭାରତୀୟ ବଂଶୋଦ୍ଭବ ଦୁବାଇର ୧୬ ବର୍ଷୀୟ ଲକ୍ଷ୍ମଣନ୍‌ ମେୟାପ୍ପନ ବିଶ୍ୱର ସବୁଠାରୁ କନିଷ୍ଠ ପୁରୁଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ)ହେବାର ଗୌରବ ଅର୍ଜନ କରିଛନ୍ତି। ମାତ୍ର…

ମୁରଥଲ ଢାବାରେ ରୋବଟ୍ ୱେଟର! ଗ୍ରାହକଙ୍କୁ ପରଷୁଛି ମନପସନ୍ଦର ଖାଦ୍ୟ

ମୁରଥଲ,୧୮।୮: ସ୍ବାଦିଷ୍ଟ ଗରମ ପରଠା ଏବଂ ପାରମ୍ପରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ହରିୟାଣାର ମୁରଥଲ ଏବେ ଚର୍ଚ୍ଚାରେ । ଏଠାରେ ଥିବା ‘ରେଶମ ଢାବା’ରେ ଗ୍ରାହକମାନଙ୍କୁ ଏକ…

ତାମିଲନାଡୁ ମନ୍ତ୍ରୀଙ୍କ ଏମିତି କଥାରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୮।୮: ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ତାମିଲନାଡୁ ବିଧାନସଭାରେ ତାଙ୍କର ଜଣେ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗିବାକୁ ପଡିଲା। ତାମିଲନାଡୁ ମନ୍ତ୍ରୀ ରଞ୍ଜିତ କୁମାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri