ଖୋର୍ଦ୍ଧା

ମାଲ୍‌ ପରିବହନରେ ଖୋର୍ଦ୍ଧାରୋଡ୍‌ ରେଳମଣ୍ଡଳ ଶୀର୍ଷରେ

ଜଟଣୀ, ୬ା୯(ଡି.ଏନ୍‌.ଏ.):ପୂର୍ବତଟ ରେଲ୍‌ଓ୍ବେର ଖୋର୍ଦ୍ଧାରୋଡ୍‌ ରେଳ ମଣ୍ଡଳ ୨୦୨୨ ଅଗଷ୍ଟରେ ଭାରତୀୟ ରେଳ ମଧ୍ୟରେ ମାଲ୍‌ ପରିବହନରେ ଶୀର୍ଷ ସ୍ଥାନ ହାସଲ କରିଛି। ଅଗଷ୍ଟ ୨୦୨୨ରେ ଏହି ମଣ୍ଡଳ ୧୩.୨୭ ମିଲିୟନ୍‌ ଟନ୍‌ ମାଲ ପରିବହନ କରିଛି, ଯାହା ଗତବର୍ଷର...

ଅସଲି ଲୋଗୋରେ ନକଲି ସାମଗ୍ରୀ ବିକ୍ରି, ଜଣେ ଅଟକ

ଫୁଲନଖରା,୫ା୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ପାହାଳ ଥାନା ଅନ୍ତର୍ଗତ ହଂସପାଳ ନିକଟସ୍ଥ ଶିବଶକ୍ତିନଗର ଲେନ୍‌ ୧୫ରେ ନକଲି ସର୍ଫ ଏକ୍ସିଲ ଓ ଟାଟା ସଲ୍ଟ ପ୍ୟାକେଟ ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଊଦ୍ଧର୍‌ବ ହେବ...

କଳାକୃତିରେ ପରିବେଶ ସଚେତନତା ବାର୍ତ୍ତା

ବୋଲଗଡ଼,୩।୯(ଡି.ଏନ୍‌.ଏ): ରାସ୍ତାଘାଟରେ ଆଉ ପଡ଼ିବନି ଅଳିଆ ଆବର୍ଜନା। ଏସବୁ କାମରେ ଲାଗିବ। ଏହା ପ୍ରମାଣିତ କରିଛନ୍ତି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତ ହଳଦିପଦା ଗ୍ରାମର ପ୍ରଦୀପ କୁମାର ସାହୁଙ୍କର ପୁଅ ସ୍ନେହାଶିଷ ସାହୁ। ଅଦରକାରୀ ଦ୍ରବ୍ୟରୁ ଅନେକ...

ଆସିଲା ମା’କାଳିଜାଈଙ୍କ ଆଜ୍ଞାମାଳ

ବାଲୁଗାଁ,୩ା୯(ଡି.ଏନ୍‌.ଏ.): ଭାଦ୍ରବ ଶୁକ୍ଳପକ୍ଷ ସପ୍ତମୀ ତିଥି ଅବସରରେ ଶନିବାର ବାଣପୁରର ଆରାଧ୍ୟ ଦେବୀ ମା’ଭଗବତୀଙ୍କ ଶାରଦୀୟ ପାର୍ବଣର ଶୁଭାରମ୍ଭ ହୋଇଛି। ଏଥିସହ ଏକ ଡଙ୍ଗାରେ ମା’କାଳିଜାଈଙ୍କ ଆଜ୍ଞାମାଳ ଆସିବା ପରେ ଚିଲିକାରେ ମା’ଭଗବତୀ ଓ କାଳିଜାଈଙ୍କ ପାଣିତୋଳା ଉତ୍ସବ ଅନୁଷ୍ଠିତ...

ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୧୨୫ ଡେଙ୍ଗୁ ରୋଗୀ

ଭୁବନେଶ୍ୱର, ୪।୯ (ବ୍ୟୁରୋ): ବର୍ଷା, ବନ୍ୟା ପରେ ଏବେ ଚିନ୍ତା ବଢାଇଛି ଡେଙ୍ଗୁ। ରାଜ୍ୟରୁ ଏବେ ନିୟମିତ ଭାବେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାରୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରିକି ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା...

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା

ବାଲୁଗଁା,୩ା୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗଁା ଥାନା ଅଞ୍ଚଳରେ ଅଧିକ ଯୌତୁକ ଦାବିରେ ଜଣେ ମହିଳାଙ୍କୁ ଶ୍ୱଶୁରଘର ଲୋକେ ସଂଘବଦ୍ଧ ଭାବେ ହତ୍ୟା କରିଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ମୃତା ହେଲେ ଏହି ଥାନା ଅଧୀନ ସିଙ୍ଗେଶ୍ୱର ଅଞ୍ଚଳର ପ୍ରୀତମ...

ଉନ୍ନୟନ କାର୍ଯ୍ୟ ପ୍ରଭାବିତ, ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୩ା୯: ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ୮ଟି ରାଜସ୍ବ ଗ୍ରାମକୁ ନେଇ ୧୯୬୦ ମସିହା ଜୁଲାଇ ୧୨ ରେ ଖୋର୍ଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହୋଇଥିଲା। ଜନସଂଖ୍ୟା ଏବଂ କାର୍ଯ୍ୟକାରିତାର ବୃଦ୍ଧିକୁ ନେଇ ସରକାରଙ୍କ ପୁନଃ ଚିଠି ଅନୁଯାୟୀ...

ପୂର୍ବତନ ସରପଞ୍ଚଙ୍କ କାର୍‌ ଜାଳିଦେଲେ ଦୁର୍ବୃତ୍ତ

ନିରାକାରପୁର,୨ା୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବଡ଼ପୋଖରିଆ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟରେ ଥିବା କାର୍‌କୁ ଦୁର୍ବୃତ୍ତମାନେ ଜାଳିଦେଇଛନ୍ତି। ଖବରରୁ ଜଣାପଡିଛି, ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସୋସାଇଟି ସଭାପତି ସାଗର ବଳିୟାରସିଂହଙ୍କ କାର୍‌ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ବେଳେ...

ବୋଲଗଡ଼ ରୋଡ୍‌ ହେବ ମାଣିକାଗୋଡ଼ା ରେଳ ଷ୍ଟେଶନ

ବୋଲଗଡ଼,୨ା୯(ଡି.ଏନ୍‌.ଏ.):ଖୋର୍ଦ୍ଧା ଜିଲାର ବୋଲଗଡ଼ ରୋଡ୍‌ ରେଳ ଷ୍ଟେଶନର ନାମ ପରିବର୍ତ୍ତନ କରାଯାଇ ମାଣିକାଗୋଡ଼ା ହେବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚିଠି ମାଧ୍ୟମରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଜଣାଇଛନ୍ତି। ଏହି ସୂଚନା ଗୁରୁବାର ଏମ୍‌ପିଙ୍କ ବୋଲଗଡ଼ ପ୍ରତିନିଧି...

ପାଣିରେ ବୁଡ଼ି ଶିଶୁକନ୍ୟାଙ୍କ ଜୀବନ ଗଲା

ନିରାକାରପୁର,୧ା୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଚାନେଗିରି ପଞ୍ଚାୟତ ରମାବିଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ପ୍ରକାଶ ପ୍ରଧାନଙ୍କ ଅଢ଼େଇ ବର୍ଷର ଝିଅ ରାଣୀ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ସୂଚନାରୁ ଜଣାପଡ଼ିଛି,...

ସମସ୍ୟାକୁ ଅଣଦେଖା କରୁଛି ପୌର ପ୍ରଶାସନ

ଖୋର୍ଦ୍ଧା ଅଫିସ,୩୧ା୮: ବୁଧବାର ଖୋର୍ଦ୍ଧା ପୌର ପ୍ରଶାସନ ପାଳିବ ୬୩ତମ ସ୍ବାୟତ୍ତ ଶାସନ ଦିବସ। ଦୀପ ତଳ ଅନ୍ଧାର ଭଳି ରାଜଧାନୀ ଜିଲା ଖୋର୍ଦ୍ଧା ସହରର ବିକାଶ ସ୍ଥାଣୁ ପାଲଟିଛି। ପରିମଳ, ବିପର୍ଯ୍ୟସ୍ତ ଡ୍ରେନେଜ ଓ ରାସ୍ତାକଡ଼ କ୍ୟାବିନ ସହରର...

ବ୍ରିଜ୍‌ରେ ସ୍କୁଟି ରଖି ଚାଲିଯିବାରୁ ଅଡୁଆ

ବାରଙ୍ଗ,୩୧।୮(ଡି.ଏନ.ଏ.): ଗତ କିଛିଦିନ ଧରି କଟକ ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି। ଏଭଳି ସମୟରେ ମଙ୍ଗଳବାର ଭୋରୁ ଉକ୍ତ ବ୍ରିଜ୍‌ ଉପରେ ଏକ ସ୍କୁଟି ଓ ଚପଲ ରହିଥିଲା। ଏହା ଦୀର୍ଘ ସମୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri