ସତ୍ୟ-ମିଥ୍ୟା ବାଟକୁ ବାଛିବା ନିଷ୍ପତ୍ତି ଆମର

ବାରଙ୍ଗ,୨୮।୧୧(ଲିଙ୍ଗରାଜ ରାଉତ):ଓଡ଼ିଆ ଭାଷା, ଓଡ଼ିଆ ଜାତି ଏବଂ କଳିଙ୍ଗର ଇତିହାସ ଯେଉଁମାନେ ପଢ଼ିଛନ୍ତି ସେମାନେ ଜାଣିଛନ୍ତି ଏହି ମାଟି ଭାରତବର୍ଷର ଏକ ଅଙ୍ଗ ନ ଥିଲା। ସେହିଭଳି ଏଇ ମାଟିକୁ ସିଧାସଳଖ କୌଣସି ମୁସଲ୍‌ମାନ କିମ୍ବା ବ୍ରିଟିଶ ଶାସକ ଶାସନ କରିନାହାନ୍ତି। ସେଥିପାଇଁ ଆମର ପ୍ରକୃତରେ ସ୍ବାଧୀନତା ସଂଗ୍ରାମ ହୋଇନାହିଁ। ଆମର ଯାହା ହୋଇଛି ଗାଁ ଗଣ୍ଡାରେ ହୋଇଛି। ସାଧାରଣରେ ଯାହା ତାହା ପ୍ରଜା ଆନ୍ଦୋଳନ। ବ୍ରିଟିଶ ବିରୋଧରେ ଆମେ ଲଢ଼ିନୁ ବୋଲି ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବର ସୋମବାର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ସତ୍ୟଯୁଗ ଆସିବ, କଳିଯୁଗ ଚାଲିଛି ବହୁତ କଥା ଶୁଣିବାକୁ ମିଳୁଛି। କିନ୍ତୁ ତିନିଯୁଗ ଆମ ସହ ଏକ ସଙ୍ଗେ ଚାଲିଛି। ଯଦି ଆମେ ସତ୍ୟ ବାଟରେ ଯିବା ସତ୍ୟଯୁଗରେ ବଞ୍ଚତ୍ବା, ଯଦି ଆମେ ଘୃଣା କିମ୍ବା ମିଥ୍ୟା ବାଟରେ ଯିବା ତେବେ କଳିଯୁଗରେ ବଞ୍ଚତ୍ବା। କେଉଁ ବାଟକୁ ବାଛିବା ଏ ନିଷ୍ପତ୍ତି ଆମର। ମହୋତ୍ସବ ପାଳନ ଏକ ମହାନ ଚିନ୍ତାଧାରା। ଏ ମାଟି, ଦେଶ ଏବଂ ନିଜ ପାଇଁ ମୁଁ ଯଦି ପରିବର୍ତ୍ତନ ହୋଇପାରିଲି, ତେବେ ଅନ୍ୟମାନଙ୍କଠାରେ ଆମେ ପରିବର୍ତ୍ତନ ଦେଖିପାରିବା ବୋଲି ତଥାଗତ କହିଥିଲେ।
କମିଟି ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ବିଶ୍ୱଭାରତୀ ଶାନ୍ତି ନିକେତନର ଅବସରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ ସାମଲ ଯୋଗଦେଇ ଆମର ୪ଟି ମାସ ଧର୍ମ ମାସ। ଅନ୍ୟ କୌଣସି ରାଜ୍ୟରେ ଏଭଳି ପରମ୍ପରା ନାହିଁ । ଏହାକୁ ନିଷ୍ଠାପର ଭାବରେ ପାଳନ କରିବା କେବଳ ଓଡ଼ିଶାରେ ରହିଛି। ବୀର ମାଟି ପାଇକ ମାଟି ସୁଦୂର ଅତୀତକୁ ମନେପକେଇବାବେଳେ ପୁରୁଣା ସ୍ମୃତି ମନେ ପଡ଼େ। ଏହାକୁ ରୋମନ୍ଥନ କଲେ ଶେଷରେ ବିଷ ଓ ଅମୃତ ବାହାରିଥାଏ। ସାମ୍ପ୍ରତିକ ସମୟରେ ବିଷର କାରଣ ବୁଝିବା ଦରକାର। ପ୍ରାଚୀନଦୀର ମହତ୍ତ୍ୱ ନୌବାଣିଜ୍ୟର ପରମ୍ପରା ସହ ଆରମ୍ଭ ହୋଇଥିଲା। ଚୁଡ଼ଙ୍ଗଗଡ଼ ଚୂଡ଼ାଗଙ୍ଗଦେବଙ୍କ ରାଜଧାନୀ ସାରଙ୍ଗଗଡ଼ ଥିଲା। ଯାହାକି ଏବେ ଚୁଡ଼ଙ୍ଗଗଡ଼ର ନାମ ନେଇଛି ବୋଲି ସାମଲ କହିଥିଲେ। ସେହିପରି ସମ୍ମାନିତଅତିଥି ଭାବେ ଭାରତ ପୂର୍ବାଞ୍ଚଳ ଜନଜାଗରଣ ପ୍ରମୁଖ ବିନୟ କୁମାର ଭୂୟାଁ ଯୋଗଦେଇ ସନାତନ ଧର୍ମ ଓ ହିନ୍ଦୁ ଧର୍ମର ଦେଶ ପାଇଁ ଆମେ ଗର୍ବ ଅନୁଭବ କରୁଛେ, ଏବେ ସମୟ ଆସିଛି ଏହାକୁ ରକ୍ଷା କରିବାର। ଇତିହାସକୁ ମନେ ପକାଇଲେ କେବଳ ହେବନାହିଁ, ସମସ୍ତେ କିଛି କିଛି କାମ କରିବା ପାଇଁ ଆଗେଇ ଆସିବା ଜରୁରୀ ବୋଲି ଭୂୟାଁ କହିଥିଲେ। ମହୋତ୍ସବ କମିଟି ସମ୍ପାଦକ ଦୀପକ ସ୍ବାଇଁ ବାର୍ଷିକ ବିବରଣୀ ପାଠ ଓ ପରିଚୟ ପ୍ରଦାନ କରିଥିବାବେଳେ ବସନ୍ତ ମହାପାତ୍ର ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା କୃଷ୍ଣଚନ୍ଦ୍ର ମଲ୍ଲିକ, ଅମରେନ୍ଦ୍ର ମହାପାତ୍ର, ଉପସଭାପତି କୃଷ୍ଣଚନ୍ଦ୍ର ନାୟକ, ସନ୍ତୋଷ ଷଡ଼ଙ୍ଗୀ, ସାଂସ୍କୃତିକ ସମ୍ପାଦକ ସୌମ୍ୟ ରଞ୍ଜନ ନାୟକ, ସଂଗଠକ ସମ୍ପାଦକ ଅଶ୍ୱିନୀ କୁମାର ସାହୁ ଉପସ୍ଥିତ ରହିଥିଲେ। ତିନିଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଦ୍ୱିତୀୟଦିନରେ ପ୍ରବଳ ଜନସମାଗମ ହୋଇଥିଲା। ଆଧୁନିକଗୀତ, ଡ୍ୟାନ୍ସ, ପାଇକଆଖଡ଼ା ଓ ଦେଶାତ୍ମବୋଧକ ଗୀତରେ କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖଣାହାରୀଙ୍କୁ ବେଶ୍‌ ମୋହିତ କରିଥିଲା। ସମାଜସେବାକ୍ଷେତ୍ରରେ କିଛି ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ମୁଖ୍ୟଅତିଥି ସତପଥୀ ସାମ୍ମାନିତ କରିଥିଲେ। ସକାଳେ ମହୋତ୍ସବ କମିଟି ପକ୍ଷରୁ ପୁରୀ ମେନ୍‌କେନାଲରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?