ଖୋର୍ଦ୍ଧା

ଅସୁର କୁମାରୀ ପୀଠରେ ଚାରାରୋପଣ

ରଣପୁର,୮ା୭(ସ୍ବ.ପ୍ର.): ବନ ମହୋତ୍ସବ ସପ୍ତାହର ଶେଷ ଦିବସରେ ନୟାଗଡ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତସ୍ଥ ମା’ ଅସୁର କୁମାରୀ ପୀଠରେ ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ରବିବାର ଚାରାରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସୂଚନା ଅଧିକାର କର୍ମୀ ଦିଲୀପ କୁମାର…

ଶୋଚନୀୟ ଅବସ୍ଥାରେ ହାଟବସ୍ତ-ପାଟବନ୍ଧ ରାସ୍ତା : ତୁରନ୍ତ କାମ ସାରିବାକୁ ଦାବି

ବୋଲଗଡ଼,୮।୭(ଡି.ଏନ୍‌.ଏ.): ବୋଲଗଡ଼ ବ୍ଲକ ଅନ୍ତର୍ଗତ ହାଟବସ୍ତଠାରୁ ଖଲ୍ଲିକୋଟ ମଧ୍ୟ ଦେଇ ପାଟବନ୍ଧ ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାଟି ବର୍ତ୍ତମାନ ନିର୍ମାଣ ନ ହୋଇ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ୧ ବର୍ଷ ପୂର୍ବରୁ ଟେଣ୍ଡର ମାଧ୍ୟମରେ ଏହି ରାସ୍ତାର ନିର୍ମାଣ ଆରମ୍ଭ…

ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ଆହ୍ବାନ

ରଣପୁର,୭ା୭(ସ୍ବ.ପ୍ର.): ଶନିବାର ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ରଣପୁର ବନାଞ୍ଚଳ ତରଫରୁ ସାନଗଡ ବିଦ୍ୟାଳୟରେ ୭୦ତମ ବନ ମହୋତ୍ସବ ପାଳନ କରାଯାଇଛି। ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟଅତିଥି ଓ ଖୋର୍ଦ୍ଧା ଜିଲା ଡିଏଫଓ ସୁଦୀପ୍ତ ନାୟକ, ବ୍ଲକ ଶିକ୍ଷାଧିକାରୀ ଉପେନ୍ଦ୍ର ନାଥ…

ରାମେଶ୍ୱର ହାଇସ୍କୁଲ ପ୍ରତିଷ୍ଠା ଦିବସ

ନିରାକାରପୁର,୩ା୭(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥିତ ରାମେଶ୍ୱର ହାଇସ୍କୁଲର ୫୫ ତମ ପ୍ରତିଷ୍ଠା ଦିବସ ସ୍କୁଲ ପରିସରରେ ମଙ୍ଗଳବାର ପାଳିତ ହୋଇଯାଇଛି ା ପ୍ରଧାନ ଶିକ୍ଷକ ହିମାଂଶୁ ଭୂଷଣ ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍‌ ନଗେନ୍ଦ୍ର କୁମାର ଦତ୍ତ ଏବଂ ଶିକ୍ଷାବିତ…

ସ୍ବାସ୍ଥ୍ୟକେନ୍ଦ୍ରରେ ସରକାରୀ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ ଅଭିଯୋଗ

ଟାଙ୍ଗୀ(ଖୋର୍ଦ୍ଧା),୧ା୭(ଡି.ଏନ୍‌.ଏ.): ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସରକାରୀ ନୀତିନିୟମ ଓ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି କୁହାଯାଉଥିଲେ ମଧ୍ୟ ଏଭଳି ଗୋଷ୍ଠୀ…

ଟ୍ରେନ୍‌ରୁ ଡେଇଁ ଅନାଥାଶ୍ରମ ମହିଳା ଗୁରୁତର

ନିରାକାରପୁର,୨୮ା୬(ଡି.ଏନ୍‌.ଏ.)-ଅନାଥାଶ୍ରମରେ ରହୁଥିବା ଜଣେ ବୃଦ୍ଧା ଗୁରୁବାର ପୂର୍ବାହ୍ନରେ ନିରାକାରପୁର ଷ୍ଟେଶନ ନିକଟସ୍ଥ ଟ୍ରେନ୍‌ରୁ ଡେଇଁ ଗୁରୁତର ହୋଇଛନ୍ତି ା ବୃଦ୍ଧା ଜଣକ ନିଜ ନାମ କହିପାରୁ ନ ଥିବାରୁ ତାଙ୍କର ପରିଚୟ ମିଳି ପାରି ନ ଥିବାବେଳେ ସେ କୁହୁଡ଼ିସ୍ଥିତ ତାଙ୍କ…

ଖରାରେ ଓଭରବ୍ରିଜ୍‌ ଉପରେ କାମ କରୁଛନ୍ତି ଶ୍ରମିକ: ବିପଜ୍ଜନକ କାର୍ଯ୍ୟ ସତ୍ତ୍ୱେ ନୀରବ ଶ୍ରମ ବିଭାଗ

ନିରାକାରପୁର,୧୯ା୬(ଡି.ଏନ୍‌.ଏ.)-ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ତାତି କମିନାହିଁ। ତେଣୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିପଜ୍ଜନକ ଭାବେ କୌଣସି ଶ୍ରମିକ କାର୍ଯ୍ୟ କରିବା ସରକାରୀ ନିୟମ ବିରୁଦ୍ଧ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ ନିରାକାରପୁର ଷ୍ଟେଶନ ପରିସରରେ…

ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା

ବୋଲଗଡ଼/ଭାପୁର,୧୭ା୬(ଡି.ଏନ୍‌.ଏ.)-ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ବୋଲଗଡ଼ଠାରେ ରବିବାର ସକାଳେ ଏକ କାର୍‌ ଦୁର୍ଘଟଣାରେ ପୂର୍ବତନ ସରପଞ୍ଚ ପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଭାପୁର ବ୍ଲକ ମନ୍ଦାର ବେରେଣୀ ଗ୍ରାମବାସୀ ତଥା ପୂର୍ବତନ ସରପଞ୍ଚ ନାରାୟଣ ତ୍ରିପାଠୀଙ୍କ ପୁଅ ଦେବାଶିଷ(୨୩)।…

ଶ୍ରମିକଙ୍କ ମୃତ୍ୟୁ: ଅଂଶୁଘାତ ଅଭିଯୋଗ

ନିରାକାରପୁର,୧୨ା୬(ଡି.ଏନ୍‌.ଏ.)-ଟ୍ରାକ୍ଟରରୁ ବାଲି ଅନ୍‌ଲୋଡ୍‌ କରୁଥିବା ସମୟରେ ମଙ୍ଗଳବାର ପୂର୍ବାହ୍ନ ୧୦.୩୦ରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନନପଡା ଗ୍ରାମର ଅଭିମନ୍ୟୁ ପ୍ରଧାନ(୪୯) ା ସେ ସ୍ଥାନୀୟ ଆର୍‌ଡି କାର୍ଯ୍ୟାଳୟ ନିକଟରେ ରହୁଥିଲେ…

ରେଲଓ୍ବେ ପକ୍ଷରୁ ନିମ୍ନମାନର ରାସ୍ତା ନିର୍ମାଣ: ସ୍ଥାୟୀତ୍ୱ ନେଇ ଅଭିଯୋଗ କଲେ ଗ୍ରାମବାସୀ

ବାଲିଆ,୭।୬: ଖୋର୍ଦ୍ଧା ରେଳ ଡିଭିଜନ ଅଧୀନ କଟକ-ପାରାଦୀପ ରେଳପଥର ଗୋଠପଦାଠାରେ ୧୪ନଂ. ଫାଟକ ଠାରୁ ୧୫ନଂ. ଫାଟକ ପର୍ଯ୍ୟନ୍ତ ଜନସାଧାରଣଙ୍କ ଯାତାୟାତ ନିମନ୍ତେ ରେଲଓ୍ବେ ପକ୍ଷରୁ ନୂତନ ରାସ୍ତା ନିର୍ମାଣ କରାଯାଉଛି। ତେବେ ଏହି ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ସ୍ଥାନୀୟ…

ଟାଙ୍ଗୀରେ ପାନୀୟ ଜଳ ସମସ୍ୟା : ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ହନ୍ତସନ୍ତ

ଟାଙ୍ଗୀ(ଖୋର୍ଦ୍ଧା),୭ା୬(ଡି.ଏନ.ଏ.) : ସମ୍ପ୍ରତି ଟାଙ୍ଗୀରେ ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଛି। ଏଥିଯୋଗୁ ଘୋର ପାନୀୟ ଜଳ ସମସ୍ୟା ଦେଖାଦେଇଛି। ତେବେ ପ୍ରଶାସନିକ ଅବହେଳା ଏଥିପାଇଁ ଦାୟୀ ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ରତ୍ନମାଳୀ ପାହାଡ଼ ପାଦଦେଶ ଓ…

ପଥିକଙ୍କୁ ଦହି ସରବତ ବଣ୍ଟନ

ବୋଲଗଡ଼,୫ା୬(ଡି.ଏନ.ଏ.)-ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବୋଲଗଡ଼ ବ୍ଲକ ଗେଡିଆପଲ୍ଲୀଠାରେ ସ୍ଥାନୀୟ ଯୁବକମାନେ ମଙ୍ଗଳବାର ପଥିକଙ୍କୁ ଥଣ୍ଡା ଦହି ସରବତ ବଣ୍ଟନ କରିଛନ୍ତିି। ବାଘମାରୀ-କଣ୍ଟିିଲୋ ରାସ୍ତାରେ ଯାତାୟାତ କରୁଥିବା ପଥିକମାନଙ୍କୁ ଗେଡ଼ିଆପଲ୍ଲୀଠାରେ ଘୋଳଦହି ଏବଂ ଥଣ୍ଡା ପାନୀୟ ପିଇବାକୁ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri