ଟ୍ରେନ୍‌ରୁ ଡେଇଁ ଅନାଥାଶ୍ରମ ମହିଳା ଗୁରୁତର

ନିରାକାରପୁର,୨୮ା୬(ଡି.ଏନ୍‌.ଏ.)-ଅନାଥାଶ୍ରମରେ ରହୁଥିବା ଜଣେ ବୃଦ୍ଧା ଗୁରୁବାର ପୂର୍ବାହ୍ନରେ ନିରାକାରପୁର ଷ୍ଟେଶନ ନିକଟସ୍ଥ ଟ୍ରେନ୍‌ରୁ ଡେଇଁ ଗୁରୁତର ହୋଇଛନ୍ତି ା ବୃଦ୍ଧା ଜଣକ ନିଜ ନାମ କହିପାରୁ ନ ଥିବାରୁ ତାଙ୍କର ପରିଚୟ ମିଳି ପାରି ନ ଥିବାବେଳେ ସେ କୁହୁଡ଼ିସ୍ଥିତ ତାଙ୍କ ବନ୍ଧୁ ଘରକୁ ଯାଉଥିବା ପ୍ରକାଶ କରିଛନ୍ତି। ତାଙ୍କର ବୟସ ୭୦ରୁ ୭୫ ବର୍ଷ ହୋଇପାରେ ବୋଲି ଅନୁମାନ କରାଯାଇଛି। ଘଟଣାରୁ ପ୍ରକାଶ, ନିରାକାରପୁର ରେଳଷ୍ଟେଶନରୁ ସକାଳ ପ୍ରାୟ ସାଢେ ୮ଟା ବେଳେ ପାସେଞ୍ଜର ଟ୍ରେନ୍‌ ଭାବି ରାଉର୍‌କେଲା-ଗୁଣପୁର ରାଜାରାଣୀଏକ୍ସପ୍ରେସ୍‌ ଟ୍ରେନ୍‌ରେ ବୃଦ୍ଧା ଜଣକ ଚଢ଼ିଯାଇଥିଲେ। ତେବେ ଏହା ଏକ ଏକ୍ସପ୍ରେସ ଗାଡ଼ି ଓ କୁହୁଡ଼ିଠାରେ ରହଣି କରିବ ନାହିଁ ବୋଲି ସହଯାତ୍ରୀଙ୍କଠାରୁ ଶୁଣିବା ପରେ ତୁରନ୍ତ ଟ୍ରେନ୍‌ରୁ ଡେଇଁ ପଡ଼ିଲେ। ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ଡାହାଣ ପାଦ କଟି ଗଭୀର କ୍ଷତ ହୋଇଛି ା ଯୋଗାଯୋଗ ପରେ ୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଦମକଳ ବାହିନୀ ସହାୟତାରେ ତାଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଭୁବନେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବୃଦ୍ଧା ଜଣକ କେବେଠାରୁ ଜରାଶ୍ରମରେ ରହିଥିଲେ ଏବଂ କାହିଁକି ବାହାରକୁ ଆସିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବାସ୍ଥଳେ ରେଳ ସୁରକ୍ଷା ବାହିିନୀ ଉକ୍ତ ଘଟଣା ପ୍ରତି ଗୁରୁତ୍ୱ ଦେଇ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବୃଦ୍ଧା ରାମେଶ୍ୱର ପଞ୍ଚାୟତସ୍ଥ ଜରାଶ୍ରମରେ ରହୁଥିବା ଅନ୍ୟ ଜଣେ ବୃଦ୍ଧା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri