ଟ୍ରେନ୍‌ରୁ ଡେଇଁ ଅନାଥାଶ୍ରମ ମହିଳା ଗୁରୁତର

ନିରାକାରପୁର,୨୮ା୬(ଡି.ଏନ୍‌.ଏ.)-ଅନାଥାଶ୍ରମରେ ରହୁଥିବା ଜଣେ ବୃଦ୍ଧା ଗୁରୁବାର ପୂର୍ବାହ୍ନରେ ନିରାକାରପୁର ଷ୍ଟେଶନ ନିକଟସ୍ଥ ଟ୍ରେନ୍‌ରୁ ଡେଇଁ ଗୁରୁତର ହୋଇଛନ୍ତି ା ବୃଦ୍ଧା ଜଣକ ନିଜ ନାମ କହିପାରୁ ନ ଥିବାରୁ ତାଙ୍କର ପରିଚୟ ମିଳି ପାରି ନ ଥିବାବେଳେ ସେ କୁହୁଡ଼ିସ୍ଥିତ ତାଙ୍କ ବନ୍ଧୁ ଘରକୁ ଯାଉଥିବା ପ୍ରକାଶ କରିଛନ୍ତି। ତାଙ୍କର ବୟସ ୭୦ରୁ ୭୫ ବର୍ଷ ହୋଇପାରେ ବୋଲି ଅନୁମାନ କରାଯାଇଛି। ଘଟଣାରୁ ପ୍ରକାଶ, ନିରାକାରପୁର ରେଳଷ୍ଟେଶନରୁ ସକାଳ ପ୍ରାୟ ସାଢେ ୮ଟା ବେଳେ ପାସେଞ୍ଜର ଟ୍ରେନ୍‌ ଭାବି ରାଉର୍‌କେଲା-ଗୁଣପୁର ରାଜାରାଣୀଏକ୍ସପ୍ରେସ୍‌ ଟ୍ରେନ୍‌ରେ ବୃଦ୍ଧା ଜଣକ ଚଢ଼ିଯାଇଥିଲେ। ତେବେ ଏହା ଏକ ଏକ୍ସପ୍ରେସ ଗାଡ଼ି ଓ କୁହୁଡ଼ିଠାରେ ରହଣି କରିବ ନାହିଁ ବୋଲି ସହଯାତ୍ରୀଙ୍କଠାରୁ ଶୁଣିବା ପରେ ତୁରନ୍ତ ଟ୍ରେନ୍‌ରୁ ଡେଇଁ ପଡ଼ିଲେ। ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ଡାହାଣ ପାଦ କଟି ଗଭୀର କ୍ଷତ ହୋଇଛି ା ଯୋଗାଯୋଗ ପରେ ୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଦମକଳ ବାହିନୀ ସହାୟତାରେ ତାଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଭୁବନେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ବୃଦ୍ଧା ଜଣକ କେବେଠାରୁ ଜରାଶ୍ରମରେ ରହିଥିଲେ ଏବଂ କାହିଁକି ବାହାରକୁ ଆସିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବାସ୍ଥଳେ ରେଳ ସୁରକ୍ଷା ବାହିିନୀ ଉକ୍ତ ଘଟଣା ପ୍ରତି ଗୁରୁତ୍ୱ ଦେଇ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବୃଦ୍ଧା ରାମେଶ୍ୱର ପଞ୍ଚାୟତସ୍ଥ ଜରାଶ୍ରମରେ ରହୁଥିବା ଅନ୍ୟ ଜଣେ ବୃଦ୍ଧା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତୋଷଙ୍କ ଟିକେଟକୁ ନେଇ ଜଟଣୀ ରାଜନୀତି ସରଗରମ

ଖୋର୍ଦ୍ଧା/ଜଟଣୀ,୧୬ା୪(ପ୍ରଭାତ ପାଣିଗ୍ରାହୀ/ରବୀନ୍ଦ୍ର ନାଥ ମହାକୁଡ଼):ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଜଟଣୀ ବିଧାନସଭା ଆସନ ପାଇଁ ବିଜେଡି ବିଭୂତି ବଳବନ୍ତରାୟ ଓ...

କାତ୍ୟାୟନୀ ବେଶରେ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଲେ ମା’ ବନଦୁର୍ଗା

ନିରାକାରପୁର,୧୪।୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ରାମେଶ୍ବର ପଞ୍ଚାୟତରେ ଥିବା ମା’ ବନଦୁର୍ଗାଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମନ୍ତେ ବାସନ୍ତୀକ ଚୈତ୍ର ନବରାତ୍ର ପୂଜା...

ଅଙ୍କ ଛିଣ୍ଡୁନି ନା ବିଦ୍ରୋହର ସ୍ବରକୁ ଡର

ଖୋର୍ଦ୍ଧା,୧୪।୪(ପ୍ରଭାତ ପାଣିଗ୍ରାହୀ)ଭୁବନେଶ୍ୱର ଲୋକ ସଭା ନିର୍ବାଚନ ପାଇଁ ମେ’୨୫ ତାରିଖରେ ମତଦାନ ହେବ। ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି...

ତତଲା ବାଲି, କଣ୍ଟାରେ ଗଡ଼ିଲେ ମାନସିକଧାରୀ

ଖୋର୍ଦ୍ଧା,୧୪ା୪(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲାର ପୁରପଲ୍ଲୀରେ ମେରୁଯାତ୍ରା ପାଳିତ ହୋଇଯାଇଛି। ମାନସିକସାରୀ ୨୧ ଦିନ ଧରି ନିଷ୍ଠାର ସହ ଉପବାସ ରହି ପର୍ବକୁ ପାଳନ କରିଥିଲେ। ମାନସିକଧାରୀ...

ଖୋର୍ଦ୍ଧା ଜିଲାରେ ୧୬ ଅତିରିକ୍ତ ମତଦାନ କେନ୍ଦ୍ର

ଭୁବନେଶ୍ୱର,୧୩ା୪: ଖୋର୍ଦ୍ଧା ଜିଲାରେ ୧୬ଟି ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି ହୋଇଛି। ଭୁବନେଶ୍ୱର ମଧ୍ୟରେ ଗୋଟିଏ, ଭୁବନେଶ୍ୱର ଉତ୍ତରରେ ୫ଟି, ଏକାମ୍ର ଭୁବନେଶ୍ୱରରେ ୯ଟି ଏବଂ...

ଜଙ୍ଗଲ ନିଆଁରେ ଉଜୁଡ଼ିଯାଉଛି ମୂଲ୍ୟବାନ୍‌ ଗଛ

ବେଗୁନିଆ,୧୨।୪(ହରପ୍ରସନ୍ନ ପଣ୍ଡା): ଦିନକୁ ଦିନ ଗ୍ରୀଷ୍ମପ୍ରବାହ ଅସହ୍ୟ ହେଉଥିବାବେଳେ ଜଙ୍ଗଲରେ ନିଆଁ ଲାଗିଯିବାରୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଚଳିତବର୍ଷ ଫଗୁଣ...

ଅପରାଜିତାଙ୍କ ବିଜୟ ରାସ୍ତାରେ କଣ୍ଟା ସୁର ରାଉତରାୟ ଏବଂ ଜଟଣୀ, ଜାଣନ୍ତୁ ୨୦୧୯ ନିର୍ବାଚନ ସମୀକରଣ

ଭୁବନେଶ୍ୱର,୯।୩: ୨୦୧୯ ଲୋକ ସଭା ନିର୍ବାଚନରେ ଅପରାଜିତା ଷଡ଼ଙ୍ଗୀ ୨୩,୮୩୯ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଥିଲେ। ୨୦୧୯ ରେ ଜଟଣୀ ଏକ ପ୍ରମୁଖ ଭୂମିକା...

ହରିରାଜପୁର ଦୋଳ ମେଳଣ

ଓଡ଼ିଶା ଦୋଳମେଳଣ ଇତିହାସରେ ପୁରୀ ଜିଲା ଡେଲାଙ୍ଗ ବ୍ଲକ ଅଧୀନ ହରିରାଜପୁର ପଞ୍ଚଦୋଳ ମେଳଣର ଆକର୍ଷଣୀୟ ଆତସବାଜି ପାଇଁ ସ୍ବତନ୍ତ୍ର ପରିଚୟ ରହିଛି। ମେଳଣର ସ୍ଥାନାଧିପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri