ଖୋର୍ଦ୍ଧା

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ଖୋର୍ଦ୍ଧା ଅଫିସ, ୧୨।୧୦: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ଡକାୟତମାନେ ମାସର ୨ୟ ଶନିବାର ଅର୍ଥାତ୍‌ ଛୁଟି ଦିନକୁ ଦୃଷ୍ଟିରେରଖି ବ୍ୟାଙ୍କର ଝରକା ଭାଙ୍ଗି ଭିତରେ ପଶିଛନ୍ତି।…

ବଜ୍ରପାତରେ ୨ ମୃତ

ଖୋର୍ଦ୍ଧା ଅଫିସ, ୧୨।୧୦: ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା ପୁବୁସାହି ପଞ୍ଚାୟତ ଚାନ୍ଦପୁର ଗଁ।ର ପ୍ରହଲ୍ଲାଦ ବେହେରା(୩୫) ଓ ଜଙ୍କିଆ ଥାନା ଓରବରସିଂର ଲେଖନପୁର ଗଁ।ର ଉତ୍ତମ ଜେନା(୬୦)। ଉଭୟଙ୍କ ମୃତଦେହକୁ ଖୋର୍ଦ୍ଧା…

ଚାହିଦା ମେଣ୍ଟାଇପାରୁନି ଚିଲିକା ମାଛ: ଜୀବିକା ହରାଉଛନ୍ତି ମତ୍ସ୍ୟଜୀବୀ

ଚିଲିକା, ୧୨।୧୦(ଡି.ଏନ.ଏ.): ଚିଲିକା ଉପରେ ପେଟପାଟଣା ପାଇଁ ନିର୍ଭରଶୀଳ ୨ ଲକ୍ଷ ମତ୍ସ୍ୟଜୀବୀ ଏବେ ଚିନ୍ତାରେ ପଡିଛନ୍ତି। ଚିଲିକାକୁ ଭାତହାଣ୍ଡି ମନେକରି କୌଳିକ ବୃତ୍ତି ଭାବେ ମାଛ ଧରି ମତ୍ସ୍ୟଜୀବୀ ପରିବାର ପ୍ରତିପୋଷଣ କରି ଆସୁଥିଲେ। ଏବେ ଚିଲିକା ମାଛ ଚାହିଦା…

ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡରେ ଅବକାରୀ ବିଭାଗର ଚଢ଼ାଉ: ଲକ୍ଷାଧିକ ମୂଲ୍ୟର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ, ୧୧।୧୦: ଶୁକ୍ରବାର ପୂର୍ବାହ୍ନରେ ଅବକାରୀ ବିଭାଗର କର୍ମଚାରୀମାନେ ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡ ଉପରେ ଚଢ଼ାଉ କରି ୧୬ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି। ଏହାର ମୂଲ୍ୟ ୧ ଲକ୍ଷ ୬୦ ହଜ଼ାର ହେବ ବୋଲି ଜଣାପଡ଼ିଛି। ତେବେ ବ୍ରାଉନସୁଗାର…

ରାମେଶ୍ୱର ଅଞ୍ଚଳରେ ହାତୀ ଆତଙ୍କ: ଫାର୍ମହାଉସ୍‌ କର୍ମଚାରୀଙ୍କୁ ଶୁଣ୍ଡରେ ଟେକି କଚାଡ଼ିଲା ଦନ୍ତା

ନିରାକାରପୁର,୯।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥିତ ଏକ ଫାର୍ମହାଉସ୍‌ର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ ବୁଧବାର ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ରାମେଶ୍ୱର ଉପର ସାହିର ପଙ୍କଜ ବିଶ୍ୱାଳ(୫୮)। ଫାର୍ମହାଉସ୍‌ର ସିକ୍ୟୁରିଟି ଗାର୍ଡ ଦେଇଥିବା ସୂଚନାନୁଯାୟୀ, ଉକ୍ତ ଫାର୍ମହାଉସ୍‌ରେ…

ବିଦ୍ୟୁତ୍‌ଲତାଙ୍କ ଜୀବନ ନେଲା ବିଦ୍ୟୁତ୍‌, ବଞ୍ଚାଇବାକୁ ଆସି ପ୍ରାଣ ହରାଇଲେ ମମତା

ବାଣପୁର/ବାଲୁଗାଁ,୮ା୧୦(ଡି.ଏନ୍‌.ଏ.): ମଙ୍ଗଳବାର ଦଶହରା ପାଇଁ ସବୁଠି ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିବାବେଳେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ ବିଷ୍ଣୁପୁର ପଞ୍ଚାୟତର ତେନ୍ତୁଳିଡିହ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସକାଳ ପ୍ରାୟ ୧୦ଟାରେ ଗ୍ରାମର ୨ଜଣ ମହିଳାଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ମହଙ୍ଗା ପଡିଲା ପ୍ରେମ ସମ୍ପର୍କ : ପ୍ରେମିକାଙ୍କ ମାଡ଼ରେ ପ୍ରେମିକ ଗୁରୁତର, ଯୁବକଙ୍କୁ ମୃତ ଭାବି ଫୋପାଡ଼ି ଦେଲେ

ରଣପୁର,୭ା୧୦ (ସ୍ବ.ପ୍ର.): ପ୍ରେମ ସମ୍ପର୍କ ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡିଛି । ପ୍ରେମିକାଙ୍କ ଘରକୁ ଲୁଚିଛପି ଆସୁଥିଲା ବେଳେ କୌଣସି କାରଣକୁ ନେଇ ଯୁବକଙ୍କ ସହ ତାଙ୍କର ମତାନ୍ତର ହୋଇଥିଲା। ଏହାକୁ ନେଇ ପ୍ରେମିକାଙ୍କ ସମେତ ତାଙ୍କ ମାଆ ଓ…

ଜଙ୍ଗଲୀ ହାତୀ ଉପଦ୍ରବ : ୧୦ ଏକରରୁ ଊର୍ଦ୍ଧ୍ୱ ଧାନଫସଲ ନଷ୍ଟ

ନିରାକାରପୁର,୭ା୧୦(ଡି.ଏନ.ଏ.): ଚଳିତବର୍ଷ ଆରମ୍ଭରୁ କମ୍‌ ବର୍ଷା ଯୋଗୁ ଚାଷୀମାନେ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। ସେଥିରେ ପୁଣି ସରକାରଙ୍କ ପକ୍ଷରୁ ମିଳିଥିବା ବିହନ ଠିକ୍‌ ଭାବେ ଗଜା ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ଫନୀ ବାତ୍ୟା। ଏସବୁ ବାଧା ଅତିକ୍ରମ…

ମହାଗୌରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା

ନିରାକାରପୁର,୬।୧୦(ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ମୂଳିଝର ନିକଟସ୍ଥ ହାତୀଆଶୁଣି ପାହାଡ଼ ପାଦଦେଶରେ ବିଜେ ମା’ ଉଗ୍ରତାରାଙ୍କ ଶାକ୍ତପୀଠରେ ଶନିବାର ଅଷ୍ଟମୀ ଜନ୍ମତିଥି ଅବସରରେ ମା’ ଉଗ୍ରତାରା ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ା ପ୍ରତ୍ୟୁଷରୁ ମା’ଙ୍କୁ ରୀତିନୀତି…

ପାରିବାରିକ କଳହ: ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ଜୀବନ ହାରିଲେ ସ୍ବାମୀ

ଖୋର୍ଦ୍ଧା ଅଫିସ, ୪।୧୦: ଖୋର୍ଦ୍ଧା ଜିଲା ବାଣପୁର ଥାନା ନଇରି ପଞ୍ଚାୟତ ସାନ-ନଇରି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ସ୍ବାମୀ ବେକରେ ରଶି ଲଗାଇ ଜୀବନ ହାରିଛନ୍ତି। ମୃତକଦ୍ୱୟ ହେଲେ ସନା ସାହୁ ଓ…

୩୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ, ୩।୧୦: ଖୋର୍ଦ୍ଧା ଅବକାରୀ ବିଭାଗର କର୍ମଚାରୀମାନେ ବଡ଼ବେରଣା ଗଁାରୁ ଗୁରୁବାର ପୂର୍ବାହ୍ନରେ ଚଢ଼ାଉକରି ୩୨ ଗା୍ରମ ବ୍ରାଉନସୁଗାର ଜବତ କରିଛନ୍ତି। ଏହି ଘଟଣାରେ ଗ୍ରାମର ଧରଣୀଧର ମହାପାତ୍ର(୪୨)ଙ୍କୁ ଗିରଫ କରାଯାଇଛି। ଯାହାର ମୂଲ୍ୟ ପ୍ରାୟ ୩ ଲକ୍ଷ ୨୦…

ବାଲିଅନ୍ତା ଗାନ୍ଧୀ ସ୍ମୃତି ପୀଠରେ ଗାନ୍ଧୀଜୟନ୍ତି ପାଳିତ

ବାଲିଅନ୍ତା, ୨।୧୦(ଡି.ଏନ୍‌.ଏ.): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଭୁବନେଶ୍ୱର ବାଲିଅନ୍ତାସ୍ଥିତ ପବିତ୍ର ଗାନ୍ଧି ସ୍ମୃତି ପୀଠରେ ପାଳିତ ହୋଇଯାଇଛି। ଗାନ୍ଧୀ ପଦଯାତ୍ରା ସ୍ମୃତି ପରିଷଦ ପକ୍ଷରୁ ବୁଧବାର ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ସାମାଜୀକ କର୍ମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?