କାଳିଆ ଯୋଜନାରେ ଚାଲିଛି ରାଜନୀତି:ବାଦ୍ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ
ଖୋର୍ଦ୍ଧା ଅଫିସ,୪ା୯:ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଖୋର୍ଦ୍ଧାର ମଙ୍ଗଳା ମଣ୍ଡପଠାରେ ଜିଲାସ୍ତରୀୟ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ସୁରେଶ ମାନସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ମନୱର ଅଲ୍ଲି, ଚାଷୀ ନେତା ରମେଶ…
ନିଲମ୍ବନର ପ୍ରତିବାଦ: ଗୁରୁଦିବସରେ ଆତ୍ମ ଉତ୍ସର୍ଗ କରିବେ ଜାଗୁଳାଇପାଟଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକ
ଖୋର୍ଦ୍ଧା ଅଫିସ, ୩।୯: ନିଲମ୍ବନର ପ୍ରତିବାଦ କରି ଗୁରୁଦିବସରେ ସର୍ବଶିକ୍ଷା ଅଭିଯାନର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ (ଡିପିସି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖୋର୍ଦ୍ଧା ବ୍ଲକ ଜାଗୁଳାଇପାଟଣା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚିତା ନନ୍ଦ ଖାଡଙ୍ଗା ଆତ୍ମ ଉତ୍ସର୍ଗ କରିବେ ବୋଲି ଚେତାବନୀ ଦେଇଛନ୍ତି।…
ଦୁର୍ବୃତ୍ତ ଲୁଟି ନେଲେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର, ଟଙ୍କା
ଖୋର୍ଦ୍ଧା ଅଫିସ,୧।୯ :ଖୋର୍ଦ୍ଧା ଆଦର୍ଶ ଥାନା ଶିଳ୍ପାଞ୍ଚଳ ଫାଣ୍ଡିର ମୁକୁନ୍ଦପ୍ରସାଦ ଝରଟାଙ୍ଗିରେ ଏକ ବଡଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଝରକା ଗ୍ରୀଲ ତାଡି ଶନିବାର ରାତିରେ କିଶୋର ପଟ୍ଟନାୟକଙ୍କ ଘରୁ ୧୦ ଭରି ସୁନା, ୩ ଭରି ରୁପା ଅଳଙ୍କାର ଓ…
ସ୍ବାଧୀନ ତିଆରି କଲେ ସୁବଠାରୁ କ୍ଷୁଦ୍ରତମ ଗଣେଶ ମୂର୍ତ୍ତି
ପୁରୁଣା ଭୁବନେଶ୍ୱର, ୧। ୯ (ଡି.ଏନ.ଏ.)- ବିଘ୍ନରାଜ ଗଣପତିଙ୍କ ପୂଜାକୁ ନେଇ ମନ୍ଦିରଠାରୁ ମଣ୍ଡପ ଯାଏ ଚଳଚଞ୍ଚଳ ହୋଇ ଉଠିଛି। ଅଧା ଇଞ୍ଚରୁ ଟିକେ ଅଧିକ ଉଚ୍ଚତା ବିଶିଷ୍ଟ ଗଜାନନଙ୍କ କ୍ଷୁଦ୍ରତମ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ଜଣେ…
ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ିଲା ବସ୍: ୨ ମୃତ, ୨୦ ଆହତ
ଖୋର୍ଦ୍ଧା ଅଫିସ, ୩୧ା୮: ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥର ପୁବୁସାହି ନିକଟରେ ଶୁକ୍ରବାର ଅପରାହ୍ନ ୫ ଟା ୪୦ମିନିଟ୍ରେ ନାରାୟଣୀ ନାମକ ଘରୋଇ ବସ ଭାରସାମ୍ୟ ହରାଇ ୫ ଫୁଟ ତଳ ବିଲକୁ ଓଲଟି ପଡିଥିଲା। ଏଥିରେ ୨ଜଣଙ୍କର ମୃତ୍ୟୁ…
ଜଳିଗଲା ଡିଜେଲ ଟ୍ୟାଙ୍କର: ଡ୍ରାଇଭର, ହେଲ୍ପର ଗୁରୁତର
ଖୋର୍ଦ୍ଧା ଅଫିସ,୩୦।୮: ଖୋର୍ଦ୍ଧା ଜିଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ବାଇପାସ ପଥରବନ୍ଧ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଏକ ଡିଜେଲ ଟ୍ୟାଙ୍କର ଜଳିଯାଇଛି। ଏଥିରେ ଟ୍ୟାଙ୍କର ଚାଳକ ଓ ହେଲ୍ପର ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ୱରର…
ଜାତୀୟ ରାଜପଥରେ ଲୁଟେରା ସକ୍ରିୟ : ୫ ବର୍ଷରେ ୯ ଜଣଙ୍କ ମୃତ୍ୟୁ
ଖୋର୍ଦ୍ଧା ଅଫିସ,୩୦।୮ : ଖୋର୍ଦ୍ଧା ଜିଲା ଦେଇ ଅତିକ୍ରମ କରିଥିବା କୋଲକାତା-ମାଡ୍ରାସ ୧୬ ନଂ. ଓ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥରେ ଲୁଟେରା ସକ୍ରିୟ ହୋଇ ପଡିଛନ୍ତି। ଦିନବେଳା କାଁ ଭାଁ ଲୁଟ୍ ହେଉଥିବାବେଳେ ସନ୍ଧ୍ୟାରେ ରାଜପଥ ନିରାପଦ ନୁହେଁ।…
୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ
ଟାଙ୍ଗୀ(ଖୋର୍ଦ୍ଧା),୨୯ା୮(ଡି.ଏନ.ଏ.): ଟାଙ୍ଗୀ ଅବକାରୀ ବିଭାଗ ଅଧିକାରୀ ଓ କର୍ମକର୍ତ୍ତା ବୁଧବାର କୁହୁଡ଼ିରେ ଚଢ଼ାଉ କରି ୪କେଜି ୭ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ରବୀନ୍ଦ୍ର ଭୁଜବଳ(୪୮)। ଅବକାରୀ ଇନ୍ସପେକ୍ଟର ନିନା ବେଉରା…
ବିଦ୍ୟାଳୟରେ ଶିକ୍ଷକଙ୍କୁ ମୋବାଇଲ ମନା
ଭୁବନେଶ୍ୱର, ୨୮-୮(ବ୍ୟୁରୋ):ଶିକ୍ଷାନୁଷ୍ଠାନଗୁଡ଼ିକରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଶିକ୍ଷକଙ୍କ ଉପରେ କେତେକ କଟକଣା ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଶିକ୍ଷକମାନେ ଠିକ୍ ସମୟରେ ବିଦ୍ୟାଳୟରେ ପହଞ୍ଚତ୍ବା, ନିୟମିତ ଶିକ୍ଷାଦାନ କରିବା ସହ ମୋବାଇଲ ଫୋନ୍ ବ୍ୟବହାର…
ବାଇକ୍କୁ ଧକ୍କା ଦେଲା ଟ୍ରକ :ଦୁଇ ପୁଅ ସହ ବାପାଙ୍କ ଜୀବନ ଗଲା
ଖୋର୍ଦ୍ଧା ଅଫିସ,୨୮ା୮:କୋଲକାତା-ଚେନ୍ନାଇ୧୬ନଂ. ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏକ ଅଣ୍ଡା ବୋଝେଇ ଟ୍ରକ୍ ଧକ୍କାରେ ୩ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଙ୍କିଆ ଥାନା ମଳିପଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ପାତାଳ…
ମନ୍ଦିର ହୁଣ୍ଡି, ଆଲମାରି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି
ନିରାକାରପୁର, ୨୬।୮(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ରାମ ମନ୍ଦିର ଓ ସାଇ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମନ୍ଦିରର ତାଲା କାଟି ହୁଣ୍ଡି, ଆଲମାରି ଏବଂ ସାଇ ବାବା ଲଗାଇଥିବା ରୁପାର ମୁକୁଟକୁ…
ଯାଁଳାରେ ପ୍ଲାଷ୍ଟିକ ଇଣ୍ଡଷ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ
ଯାଁଳା,୨୫ା୮(ଡି.ଏନ.ଏ): ଜଟଣୀ ବ୍ଲକ ଯାଁଳା ପଞ୍ଚାୟତ ଅନ୍ତର୍ଗତ ଓଗାଳପଡ଼ା ଶିଳ୍ପାଞ୍ଚଳରେ ଥିବା ସାଇକୃପା ଚନ୍ଦନ ପ୍ଲାଷ୍ଟିକ ଇଣ୍ଡଷ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମେଶିନ୍ ଏବଂ ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ ପୋଡି ଯାଇଛି। ରବିବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଥିଲା।…
Archives


