ଦଶହରା ଭଳି ଫିକା ପଡ଼ିବ ଲକ୍ଷ୍ମୀପୂଜା
ଖୋର୍ଦ୍ଧା ଅଫିସ,୨୯। ୧୦: ମେଲାଣି ନେଇଛନ୍ତି ମା’ ଜଗଜ୍ଜନନୀ। ଆଉ ଦୁଇଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଧନଲକ୍ଷ୍ମୀ। କରୋନା କଟକଣା ଯୋଗୁ ପୂଜା ମାହୋଲ ଫିକା ପଡ଼ିଥିବା ବେଳେ ଏବେ ଗଜଲକ୍ଷ୍ମୀ ପୂଜା ମଧ୍ୟ ଫିକା ପଡ଼ିବ। ଓଡ଼ିଶାରେ…
ଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ ଛାତ୍ର
ନିରାକାରପୁର,୨୮ା୧୦(ଡି.ଏନ୍.ଏ.): ବୁଧବାର ଅପରାହ୍ନରେ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଗାଁ ନିକଟରେ ଥିବା ମନ୍ଦାକିନୀ ନଦୀରେ ବୁଡ଼ି ଜଣେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ୁଥିବା ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନିରାକାରପୁର ପଞ୍ଚାୟତ ରଥ କଲୋନୀର ଆଶୁତୋଷ…
ପାନୀୟ ଜଳ କମ୍ପାନୀରେ ପୋଲିସ ଚଢ଼ାଉ
ବାରଙ୍ଗ,୨୩ା୧୦(ଡି.ଏନ୍.ଏ.): ଚନ୍ଦକା ଥାନା ଅଧୀନସ୍ଥ ଗ୍ରାମଡ଼ିହଠାରେ ଥିବା ଏକ ପାନୀୟଜଳ କମ୍ପାନୀ ଉପରେ ଗୁରୁବାର ପୋଲିସ ଚଢ଼ାଉ କରିଛି। ଏହି କମ୍ପାନୀ ଏକ ନାମୀ ଘରୋଇ ବ୍ରାଣ୍ଡ ପାନୀୟ ଜଳ କମ୍ପାନୀର ଲୋଗୋ ବ୍ୟବହାର କରି ପାଣି ପ୍ୟାକେଟ ବିକ୍ରି କରୁଥିବା…
ରାଜଧାନୀରୁ ଚିହ୍ନଟ ହେଲେ ଆଉ ୨୨୯ ଆକ୍ରାନ୍ତ
ଭୁବନେଶ୍ୱର, ୨୦।୧୦: ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୨୨୯ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୪୭ ଜଣ ଏବଂ ଲୋକାଲ୍ କଣ୍ଟାକ୍ଟ କେସ୍ ୧୮୨ ଜଣ ରହିଛନ୍ତି ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)…
ନୂଆ ବସ୍ଷ୍ଟାଣ୍ଡ-ଚଣ୍ଡିଚୁଆ ରାସ୍ତା ମରଣଯନ୍ତା
ଖୋର୍ଦ୍ଧା ଅଫିସ,୧୯ା୧୦: ଖୋର୍ଦ୍ଧା ନୂଆ ବସ୍ଷ୍ଟାଣ୍ଡଠାରୁ ଚଣ୍ଡିଚୁଆ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ୩ବର୍ଷରେ ୩ଜଣ ଠିକାଦାର ପରିବର୍ତ୍ତନ ହୋଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ସରୁନାହିଁ। ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହ ଦୁର୍ଘଟଣା ଘଟିୁଛି। ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ…
ଘରେ ଶୋଇଥିବା ବେଳେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
ଜଟଣୀ,୧୮ା୧୦(ଡି.ଏନ.ଏ): ଜଟଣୀ ଥାନା ଅଧୀନ ତରାବୋଇ ଗ୍ରାମ ନୂଆସାହିର ବଙ୍କିନା ତାଡ଼ ଦୁଇ ପିଲାଙ୍କୁ ଧରି ଶୋଇଥିବା ବେଳେ ରବିବାର ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ବାହାରୁ କବାଟ ଦେଇ ନିଆଁ ଲଗାଇଥିଲେ। ଏଥିରେ କବାଟର କିଛି ଅଁଶ ପୋଡ଼ିଯାଇଛି। ନିଆଁ…
ଜଟଣୀ ମୁଣ୍ଡିଆସାହିରେ ବୋମାମାଡ଼: ପୋଲିସ ତଦନ୍ତ ଜାରି
ଜଟଣୀ,୧୮ା୧୦(ଡି.ଏନ୍.ଏ.): ଜଟଣୀ ଥାନା ଅଧୀନ ବାଲିଛକ ମୁଣ୍ଡିଆସାହିର ରବି ପ୍ରଧାନଙ୍କ ଘର ଉପରକୁ ରବିବାର ବୋମାମାଡ଼ ହୋଇଛି। ଏଥିରେ ଉକ୍ତ ସାହିର ନରେଶ ଦାସ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ…
ଭୁଶୁଡ଼ିଲା ନିରାକାରପୁର କଲେଜ ଗୃହ
ନିରାକାରପୁର,୧୪।୧୦(ଡି.ଏନ୍.ଏ.)- ନିରାକାରପୁର ପଞ୍ଚାୟତରେ ଥିବା ପୁରାତନ କ୍ଷେତ୍ରବାସୀ ଡିଏଭି କଲେଜରେ ବୁଧବାର ଏକ ଶ୍ରେଣୀଗୃହ ଭୁଶୁଡ଼ି ପଡ଼ିଛି। ସୂଚନା ଥାଉ କି, ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିଥିବାରୁ ବୁଧବାର ଭୋରୁ ଏହି କଲେଜ ପରିସରରେ ଥିବା ସୁଇମିଂ ପୋଲ ସାମ୍ନାରେ ଥିବା…
ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଝାମ୍ପିନେଲେ ୨ ଲକ୍ଷ
ଖୋର୍ଦ୍ଧା ଅଫିସ,୧୨ା୧୦-ଖୋର୍ଦ୍ଧା ସହରର ମାରଓ୍ବାଡିପଟିସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ସମ୍ମୁଖରୁ ସୋମବାର ୨ଜଣ ଦୁର୍ବୃତ୍ତ ଅବସରପ୍ରାପ୍ତ ଶିକ୍ଷକ କିଶୋର ଚନ୍ଦ୍ର ବରାଳଙ୍କଠାରୁ ୨ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ଏହି ଲୁଟ୍ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। କିଶୋରଙ୍କ ଅଭିଯୋଗକ୍ରମେ ଟାଉନ ଥାନା ପୋଲିସ…
ରାସ୍ତାରେ ହାତୀ, ଲୋକେ ଆତଙ୍କିତ
ନିରାକାରପୁର,୧୨।୧୦(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଶରଣକୂଳରୁ-ପୁରୀ ଯାଇଥିବା ନୂଆଜଗନ୍ନାଥ ସଡ଼କରେ ରବିବାର ଅପରାହ୍ନ ୫ଟାରେ ଏକ ହାତୀ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି। ଫଳରେ ଉଭୟ ପାର୍ଶ୍ୱରୁ ଆସୁଥିବା ସମସ୍ତ ଯାନବାହନ ଅଟକି ରହିଥିଲା। ହାତୀକୁ ଦେଖି ଲୋକେ ଭୟରେ ଦୌଡିବାକୁ…
‘ଅଭିଯୋଗରେ ରହିଛି ସତ୍ୟତା’
ଖୋର୍ଦ୍ଧା ଅଫିସ,୮ା୧୦:ଖୋର୍ଦ୍ଧା ବେଗୁନିଆ ତହସିଲ ଅନ୍ତର୍ଗତ ସାରୁଅ ଗ୍ରାମରେ ଓଟିଭି ପକ୍ଷରୁ ଜମି ହଡ଼ପ ଘଟଣାରେ ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। ପ୍ରାଥମିକ ତଦନ୍ତରେ ଅଭିଯୋଗକାରୀଙ୍କ ଅଭିଯୋଗରେ ସତ୍ୟତା ରହିଥିବା ଅତିରିକ୍ତ ଜିଲାପାଳ ମନୋଜ ପାଢ଼ୀ କହିଛନ୍ତି। ସରକାରୀ…
ଖୋର୍ଦ୍ଧା ସହରରେ ପୁଣି ହାତୀ
ଖୋର୍ଦ୍ଧା ଅଫିସ,୮ା୧୦:ଖୋର୍ଦ୍ଧା ସହରରେ ପୁଣି ପଶିଲା ହାତୀ। ଗତ ୪ତାରିଖ ପରେ ବୁଧବାର ରାତିରେ ପଲ୍ଲା ଛକରେ ବରୁଣେଇ ୟୁପି ସ୍କୁଲ ନିକଟରେ ୨ଟି ଦନ୍ତା ହାତୀ ପଶିଛନ୍ତି। ସ୍କୁଲ ନିକଟରେ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ କାର୍ଯ୍ୟାଳୟର ଏକ…
Archives


