ଜଟଣୀ ମୁଣ୍ଡିଆସାହିରେ ବୋମାମାଡ଼: ପୋଲିସ ତଦନ୍ତ ଜାରି

ଜଟଣୀ,୧୮ା୧୦(ଡି.ଏନ୍‌.ଏ.): ଜଟଣୀ ଥାନା ଅଧୀନ ବାଲିଛକ ମୁଣ୍ଡିଆସାହିର ରବି ପ୍ରଧାନଙ୍କ ଘର ଉପରକୁ ରବିବାର ବୋମାମାଡ଼ ହୋଇଛି। ଏଥିରେ ଉକ୍ତ ସାହିର ନରେଶ ଦାସ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଡ଼ିଥିବା ସୁତୁଲି ଓ ସାମଗ୍ରୀ ଜବତ କରି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୫ଟାରେ ଦୁଇଟି ବାଇକ୍‌ରେ ୫ଜଣ ଯୁବକ ଆସି ହଠାତ୍‌ ରବିଙ୍କ ଘରକୁ ୪ଟି ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ଏହି ସମୟରେ ରବିଙ୍କ ପରିବାର ଲୋକେ ଭୟଭୀତ ହୋଇ ବାରିପଟ ଦେଇ ବାହାରକୁ ପଳାଇଆସିଥିଲେ। ବୋମାମାଡ଼ର କିଛି ଦୂରରେ ଛିଡ଼ା ହୋଇଥିବା ସାହିର ନରେଶ ଆହତ ହୋଇଥିଲେ। ପୂର୍ବ ବିବାଦକୁ ନେଇ ସାହି ନିକଟରେ ରହୁଥିବା କେତେଜଣ ଅସାମାଜିକ ଯୁବକ ବୋମାମାଡ଼ କରିଥିବା ରବି କହିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ଆଇଆଇସି ବିଶ୍ୱରଞ୍ଜନ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ପୋଲିସ ହାତରେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ

ଖୋର୍ଦ୍ଧା ଅଫିସ,୧୨।୬-ପୋଲିସ ହାତରେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ। ବାଘମାରୀ ଥାନା ଭୋଗଡା ଗ୍ରାମରେ ଗତ ୨୫ ତାରିଖରେ ପୂର୍ବତନ ସରପଞ୍ଚ ସୁକାନ୍ତ ଜୟସିଂଙ୍କ ଘରେ ଲୁଟପାଟ...

ଟଙ୍କା ଫେରିପାଇବା ଆଶଙ୍କାରେ ଜମାକାରୀ

ଖୋର୍ଦ୍ଧା ଅଫିସ,୨୫ା୬: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବେଗୁନିଆ ବ୍ଲକ ରାଉତପଡ଼ା ଶାଖାରୁ ଜମାକାରୀଙ୍କ ୧.୫୦ କୋଟି ଟଙ୍କା ଆତ୍ମସାତ୍‌ କରାଯାଇଥିବା ନେଇ ଅଭିଯୋଗ...

ବିଚ୍ଛିନ୍ନ ହୋଇ ରହିଛି ହିରିମୂଳ ଗାଁ: ଦାଣ୍ଡରେ ଦେଢ ଫୁଟ ପାଣି, ପିଲାଙ୍କ ପାଠପଢ଼ାରେ ଡୋରି

ଖୋର୍ଦ୍ଧା ଅଫିସ,୧୮।୮: ବନ୍ୟାଜଳ ହ୍ରାସ ପାଉଥିବାରୁ ପରିସ୍ଥିତିରେ ସୁଧାର ଆସୁଛି। ତେବେ ଓରବରସିଂ ପଞ୍ଚାୟତର ହିରିମୂଳ ଗାଁ ବିଚ୍ଛିନ୍ନ ହୋଇରହିଛି। ଗାଁ ଦାଣ୍ଡରେ ଦେଢ ଫୁଟ...

ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ଅଫିସ,୨୫।୧: ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ମଙ୍ଗଳବାର ଜବତ କରାଯାଇଛି। ରାଜ୍ୟ ଅବକାରୀ ଫ୍ଲାଇଂସ୍କ୍ବାଡ୍‌ କଟକ ଅଧ୍ୟୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏକ ୧୫...

ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ‘ଶିକ୍ଷା ହିଁ ଓଡ଼ିଶାର ମୂଳ ପୁଞ୍ଜି’

ଭୁବନେଶ୍ୱର, ୧୭-୧୧(ବ୍ୟୁରୋ) ଶିକ୍ଷା ହିଁ ଓଡ଼ିଶାର ମୂଳ ପୁଞ୍ଜି। ଯେତେବେଳେ ସମାଜ ନିଜ ଅଧିକାର ସହ ଦାୟିତ୍ୱ ପ୍ରତି ସଚେତନ ହୁଏ ସେତେବେଳେ ସମାଜ ଆଗକୁ...

ବନ୍ଦ ଘରୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମଦ ଜବତ

ଖୋର୍ଦ୍ଧା ଅଫିସ,୨୫ା୪: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପଲ୍ଲା ତୋଟାପଡାସ୍ଥିତ ଏକ ବନ୍ଦ ଘରର ତାଲା ଭାଙ୍ଗି ପୋଲିସ ଓ ଅବକାରୀ ବିଭାଗ ୨୦ ଲକ୍ଷରୁ...

ରାସ୍ତାକଡ଼ରୁ ଗଛ କାଟି ଦେଲେ

ଖୋର୍ଦ୍ଧା ଅଫିସ,୯।୮: ପରିବେଶ ସନ୍ତୁଳନ ଲାଗି ଚାରାରୋପଣ ନିମନ୍ତେ ସଚେତନତା ସୃଷ୍ଟି କରାଯାଉଛି। ଏପରି କି ରାସ୍ତା ପାର୍ଶ୍ୱରେ ବନୀକରଣକୁ ଗୁରୁତ୍ୱ ଦିଆଯାଉଛି। ପ୍ରତିବର୍ଷ ବନ...

ଜଗା ଦର୍ଶନ ସାରି ଫେରୁଥିଲେ,ପୋଲରେ ପିଟି ହେଲା କାର୍‌

ବାଉଁଶୁଣୀ,୪।୬(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଜାତୀୟ ରାଜପଥ ନଂ-୫୭ ବାଉଁଶୁଣି ଥାନା ଅନ୍ତର୍ଗତ ବାଘନଦୀ ପୋଲ ନିକଟରେ ଶନିବାର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ...

Advertisement
Archives

Model This Week