ଭୁଶୁଡ଼ିଲା ନିରାକାରପୁର କଲେଜ ଗୃହ

ନିରାକାରପୁର,୧୪।୧୦(ଡି.ଏନ୍‌.ଏ.)- ନିରାକାରପୁର ପଞ୍ଚାୟତରେ ଥିବା ପୁରାତନ କ୍ଷେତ୍ରବାସୀ ଡିଏଭି କଲେଜରେ ବୁଧବାର ଏକ ଶ୍ରେଣୀଗୃହ ଭୁଶୁଡ଼ି ପଡ଼ିଛି। ସୂଚନା ଥାଉ କି, ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିଥିବାରୁ ବୁଧବାର ଭୋରୁ ଏହି କଲେଜ ପରିସରରେ ଥିବା ସୁଇମିଂ ପୋଲ ସାମ୍ନାରେ ଥିବା ପୁରାତନ ଆଜବେଷ୍ଟସ୍‌ ଘରର ପୂର୍ବପଟ କାନ୍ଥ ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିଲା। ଫଳରେ କଲେଜ ମୁଖ୍ୟ ରାସ୍ତା ଅବରୋଧ ହୋଇଥିଲା। ପରେ ଏହି ରାସ୍ତା ଦେଇ କେତେଜଣ ଲୋକ ମର୍ନିଂ ଓ୍ବାକରେ ଯାଇଥିବାବେଳେ ପାଚେରି ଭାଙ୍ଗି ପଡ଼ିଥିବା ଦେଖି କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଖବରପାଇ କଲେଜ ଅଧ୍ୟକ୍ଷ ଅଶୋକ କୁମାର ବଳବନ୍ତରାୟଙ୍କ ପହଞ୍ଚତ୍ କେତେଜଣ କର୍ମଚାରୀଙ୍କୁ କହି ଜେସିବି ଲଗାଇ ସେହି ସ୍ଥାନଟି ସଫା କରିଥିଲେ। ଏ ନେଇ ଅଧ୍ୟକ୍ଷ ବଳବନ୍ତରାୟ କହିଛନ୍ତି, ସେ ଘରଟି ପୁରୁଣା ହୋଇଯାଇଥିବାରୁ କଲେଜର ଭଙ୍ଗା ସାମଗ୍ରୀ ରଖାଯାଉଥିଲା। ଏବେ ତାକୁ ପାଚେରି କରିଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ଋତୁରେ ସାବଧାନ! ଗୋଟିଏ ଭୁଲ୍‌ କ୍ଲିକ୍‌ ଖାଲି କରିଦେବ ପୂରା ଆକାଉଣ୍ଟ

ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ଡିଜିଟାଲ ଯୁଗରେ ବଢ଼ୁଥିବା ସାଇବର ଠକେଇକୁ ରୋକିବା ପାଇଁ ଖୋର୍ଦ୍ଧା ପୋଲିସ ଏବଂ ଏସ୍‌ପି ପରମାର ସ୍ମିତ ପୁରୁଷୋତ୍ତମ ଦାସ ଜନସାଧାରଣଙ୍କୁ ସଚେତନ କରିଛନ୍ତି।…

ନନ୍ଦନକାନନରେ କେମିତି କଟୁଛି ଓରଙ୍ଗ୍‌ଉଟାନଙ୍କ ଜୀବନ: କିଏ କଣ୍ଢେଇ ଧରି ଶୋଉଛି ତ ଆଉ କାହାକୁ ଜ୍ୱର, ଦେଖନ୍ତୁ Video

ବାରଙ୍ଗ/ ତ୍ରିଶୁଳିଆ, ୧୧ା୯ (ଲିଙ୍ଗରାଜ ରାଉତ/ ତୁଷାରକାନ୍ତ ବେହରା):ମା’ଠାରୁ ଅଲଗା ହେବା ପରେ ବାଲେଶ୍ୱର ଜିଲା ରଣକଠା ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ୫…

ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର-କମ୍‌-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍‌ଆଇଆର ସମ୍ପର୍କିତ କାର୍ଯ୍ୟର…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?