ପାନୀୟ ଜଳ କମ୍ପାନୀରେ ପୋଲିସ ଚଢ଼ାଉ

ବାରଙ୍ଗ,୨୩ା୧୦(ଡି.ଏନ୍‌.ଏ.): ଚନ୍ଦକା ଥାନା ଅଧୀନସ୍ଥ ଗ୍ରାମଡ଼ିହଠାରେ ଥିବା ଏକ ପାନୀୟଜଳ କମ୍ପାନୀ ଉପରେ ଗୁରୁବାର ପୋଲିସ ଚଢ଼ାଉ କରିଛି। ଏହି କମ୍ପାନୀ ଏକ ନାମୀ ଘରୋଇ ବ୍ରାଣ୍ଡ ପାନୀୟ ଜଳ କମ୍ପାନୀର ଲୋଗୋ ବ୍ୟବହାର କରି ପାଣି ପ୍ୟାକେଟ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିିଛି। ସେମାନେ ହେଲେ କମ୍ପାନୀର ମ୍ୟାନେଜର ବ୍ରହ୍ମଗିରି ଥାନା ଅଧୀନ ଜଉଖିଆ ଗ୍ରାମର ସର୍ବେଶ୍ୱର ଦାସ ଓ ସୁପରଭାଇଜର ନୟାଗଡ଼ ଥାନା ଅଧୀନ ନବଘନପୁର ଗ୍ରାମର ହରିହର ସାହୁ। ଏହାସହ ସେଠାରୁ ପାଣିବୋତଲ, ଛାଞ୍ଚ, ଖାଲି ପାଣି ବୋତଲ, ଲେବଲିଂ ଷ୍ଟିକର, ବୋତଲ ଠିପି, ୨ଟି ମେଶିନ ସହ ବିଭିନ୍ନ ବ୍ରାଣ୍ଡର ଛାଞ୍ଚ ସହ ପାନୀୟ ଜଳ ଉତ୍ପାଦନର ସମସ୍ତ ସାମଗ୍ରୀକୁ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଗ୍ରାମଡିହଠାରେ ଥିବା ଲକ୍ଷ୍ମୀପାନୀୟ ନାମକ କମ୍ପାନୀ ଏକ ନାମୀ ପାନୀୟଜଳ କମ୍ପାନୀଠାରୁ ଚୁକ୍ତିନାମା କରି ସେହି ବ୍ରାଣ୍ଡର ପାନୀୟ ଜଳ ତିଆରି କରି ବିକ୍ରି କରୁଥିଲେ। କିନ୍ତୁ କମ୍ପାନୀ ସହ କିଛିଦିନ ହେବ ଚୁକ୍ତିନାମା ସରିଯାଇଥିଲେ ମଧ୍ୟ ଉକ୍ତ କମ୍ପାନୀ ସେହି ଲୋଗୋକୁ ବ୍ୟବହାର କରୁଥିଲେ। ଏହା ଜଣାପଡ଼ିବା ପରେ ନାମୀ ପାନୀୟ ଜଳ କମ୍ପାନୀର ଜଣେ ଅଧିକାରୀ ଦିଲ୍ଲୀର ବିଜୟ କୁମାର ଚନ୍ଦକା ଥାନାରେ ମଙ୍ଗଳବାର ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ଦେବେନ୍ଦ୍ର ବିଶ୍ୱାଳ ନଂ.୧୮୨/୨୦ରେ ଏକ ମାମଲା ରୁଜୁକରି ବୁଧବାର ରାତିରେ ଉକ୍ତ କମ୍ପାନୀ ଉପରେ ଚଢ଼ାଉ କରିଥିଲେ। ଏହି ସମୟରେ କମ୍ପାନୀ ମାଲିକ ଲକ୍ଷ୍ମୀକାନ୍ତ ନାୟକ ନ ଥିବାରୁ ମ୍ୟାନେଜର ଓ ସୁପରଭାଇଜରଙ୍କୁ ପଚରାଉଚୁରା କରିଥିଲେ। ପୋଲିସ ଯାଞ୍ଚ ବେଳେ ନାମୀ କମ୍ପାନୀର ବିନା ଲାଇସେନ୍ସ ଓ ପ୍ରାଧିକରଣ ବିନା ବେଆଇନ ଭାବେ ପାନୀୟ ଜଳ ପ୍ୟାକେଟ ଉତ୍ପାଦନ କରୁଥିବା ଜଣାପଡ଼ିଥିଲା। ଯଦିଓ ନାମୀ କମ୍ପାନୀ ଦ୍ୱାରା ଚୁକ୍ତିନାମା ସରିଯାଇଛି କିନ୍ତୁ ତା’ର ଛାଞ୍ଚ ଓ ସମାନ ଲେବୁଲ ବ୍ୟବହାର କରି ପ୍ୟାକେଟ କରୁଥିଲେ। ଏହାପରେ ୨ଜଣଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚଂପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼ ା ଗତ ନିର୍ବାଚନରେ ନିଜେ ନ...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri