ଦଶହରା ଭଳି ଫିକା ପଡ଼ିବ ଲକ୍ଷ୍ମୀପୂଜା

ଖୋର୍ଦ୍ଧା ଅଫିସ,୨୯। ୧୦: ମେଲାଣି ନେଇଛନ୍ତି ମା’ ଜଗଜ୍‌ଜନନୀ। ଆଉ ଦୁଇଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଧନଲକ୍ଷ୍ମୀ। କରୋନା କଟକଣା ଯୋଗୁ ପୂଜା ମାହୋଲ ଫିକା ପଡ଼ିଥିବା ବେଳେ ଏବେ ଗଜଲକ୍ଷ୍ମୀ ପୂଜା ମଧ୍ୟ ଫିକା ପଡ଼ିବ। ଓଡ଼ିଶାରେ ଢେଙ୍କାନାଳ ପରେ ଖୋର୍ଦ୍ଧା ସହରରେ ଅତି ଆଡ଼ମ୍ବରରେ ପାଳିତ ହୋଇଥାଏ ଗଜଲକ୍ଷ୍ମୀ ପୂଜା। ସହରର ପ୍ରାୟ ୩୪ଟି ପୂଜାମଣ୍ଡପରେ ହୋଇଥାଏ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ତେବେ ଚଳିତଥର କରୋନା କଟକଣା ଯୋଗୁ ପୂଜା ବଜାରରେ ନିରାଶ ଛାଇଯାଇଛି। ସୀମିତ ସଂଖ୍ୟକ ବ୍ୟକ୍ତିବିଶେଷ ଏବଂ ନିରାଡ଼ମ୍ବରରେ ଭାବେ ପାଳନ ଲାଗି ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି। ପାରମ୍ପରିକ ରୀତିନୀତିରେ ବିଧିରକ୍ଷା ଲାଗି ବିନା ଭକ୍ତରେ ଆୟୋଜିତ ହେବ ଧନଲକ୍ଷ୍ମୀ ପୂଜା। ଏ ନେଇ ବିଭିନ୍ନ ପୂଜା କମିଟି ମହଲରେ ନୈରାଶ୍ୟ ଦେଖିବାକୁ ମିଳିଛି। ୪ଫୁଟ ମଧ୍ୟରେ ମୂର୍ତ୍ତି ଏବଂ ୭ଜଣଙ୍କ ମଧ୍ୟରେ ପୂଜା ଆୟୋଜନ ନେଇ ରହିଛି କଟକଣା। ଅନ୍ୟପଟେ ଦୁର୍ଗା ପୂଜା ପରେ ଗଜଲକ୍ଷ୍ମୀଙ୍କ ଦର୍ଶନରୁ ମଧ୍ୟ ବଞ୍ଚତ୍ତ ହେବେ ଭକ୍ତ।
ଖୋର୍ଦ୍ଧାରେ ମା’ ଗଜଲକ୍ଷ୍ମୀ ପୂଜା ମହାଆଡ଼ମ୍ବରରେ ପାଳିତ ହୋଇଥାଏ। ସମ୍ପୂର୍ଣ୍ଣ ସହରରେ ଭଳିକି ଭଳି ଆଲୋକମାଲା, ସୁସଜ୍ଜିତ ଏବଂ ସୁଉଚ୍ଚ ଆକର୍ଷଣୀୟ ତୋରଣମାଳାରେ ପୂଜାମଣ୍ଡପ ଝଲସି ଉଠିଥାଏ। ଖୋର୍ଦ୍ଧା ସହର ନବବଧୂ ବେଶରେ ସଜାଇ ହୋଇଥାଏ। ମା’ଙ୍କ ଆଗମନକୁ ଯେପରି ଖୋର୍ଦ୍ଧା ସହରବାସୀ ଅପେକ୍ଷା କରି ରହିଥାନ୍ତିି। ସପ୍ତାହ ବ୍ୟାପୀ ଏଠାରେ ପୂଜାର ମାହେଲ ଦେଖିବାକୁ ମିଳେ। ଚଳିତବର୍ଷ କରୋନା କଟକଣା ଏସବୁରେ ଯବନିକା ଟାଣିଛି। ଏବେ ବିନା ଭକ୍ତରେ କିପରି ପୂଜା ଆୟୋଜନ କରାଯିବ, ସେନେଇ କମିଟିଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ତୋରଣ, ଆଲୋକସଜ୍ଜା ଉପରେ ପ୍ରଶାସନ କଟକଣା ଲଗାଇଥିବାରୁ କେବଳ ସାଧାରଣ ଭାବେ ସମସ୍ତ ଦେବନୀତି ସମ୍ପନ୍ନ କରାଯିବ ବୋଲି ବହୁ କମିଟି ସଦସ୍ୟ କହିଛନ୍ତି। ପ୍ରଶାସନ କଟକଣାକୁ ଦୃଷ୍ଟିରେ ରଖି ସୀମିତ ସଂଖ୍ୟକ ସଦସ୍ୟଙ୍କୁ ନେଇ ପୂଜା ଆୟୋଜନ କରାଯିବା ନେଇ ବିଭିନ୍ନ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ମା’ଙ୍କ ଧରାବତରଣ ଲାଗି ନିରାଡମ୍ବର ଭାବେ ଆୟୋଜନ ଲାଗି ପୂଜା କମିଟି ମଧ୍ୟରେ ବୈଠକରେ ସ୍ଥିର ହୋଇଛି। କୌଣସି ପରିସ୍ଥିତିରେ ମା’ଙ୍କ ପୂଜାର୍ଚ୍ଚନାରେ ବାଧା ନ ରହି ରୀତିନୀତି ପ୍ରକାରେ ପୂଜା କରାଯିବ ବୋଲି ବହୁ କମିଟି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…

ଭୁବନେଶ୍ୱର,୧୦ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇର ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବ୍‌ଦୁଲ୍ଲା ବିନ ତୌକ ଅଲ ମାରିଙ୍କ ସହ ବୈଠକ…

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ଏସିଆ କପ୍‌ରେ ଏକପାଖିଆ ବିଜୟ

ନୂଆଦିଲ୍ଲୀ,୧୦।୯: କ୍ରିକେଟ୍‌ରେ ସଫଳତା ପରେ ଭାରତର ଝିଅମାନେ ଏବେ ହକିରେ ମଧ୍ୟ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍‌ରେ…

ଓଡ଼ିଶା, ଆଇଏଚ୍‌ସି, ଆଦାନୀ ମଧ୍ୟରେ ୧୪ ନୂଆ ପ୍ରକଳ୍ପ ପାଇଁ ଏମ୍‌ଓୟୁ

ଭୁବନେଶ୍ୱର, ୧୦।୯(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ଦ୍ୱିତୀୟ ଦିନରେ ଓଡ଼ିଶା ବୈଦେଶିକ ନିବେଶ କ୍ଷେତ୍ରରେ ଏକ ବିରାଟ ସଫଳତା ହାସଲ କରିଛି।…

ଦୁର୍ଲଭ ସଂଯୋଗର ଚମକିବ ୪ ରାଶିର ମହିଳାଙ୍କ ଭାଗ୍ୟ! ଧନବର୍ଷା ସହ ଖୋଲିବ ସୌଭାଗ୍ୟର ଦ୍ୱାର, ଜାଣନ୍ତୁ ସେହି ରାଶି କିଏ…

ଏଥର ହରତାଳିକା ତୀଜ ଓ ଗଣେଶ ଚତୁର୍ଥୀର ସଂଯୋଗକୁ ଧାର୍ମିକ ଦୃଷ୍ଟିରୁ ବେଶ ବିଶେଷ ମନେ କରାଯାଉଛି। ହିନ୍ଦୁ ଧର୍ମରେ ଉଭୟ ପର୍ବର ରହିଛି ବିଶେଷ ମହତ୍ତ୍ୱ।…

ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର-କମ୍‌-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍‌ଆଇଆର ସମ୍ପର୍କିତ କାର୍ଯ୍ୟର…

ସରକାରଙ୍କ ବଡ ଘୋଷଣା: ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଲକ୍ଷ୍ନୌ,୧୦।୯: ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବହୁତ କମ ସମୟ ବାକି ଅଛି। ଫଳସ୍ବରୂପ ଭାଜପା ସମେତ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତିକୁ…

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

୪୭ ବର୍ଷରେ କମାଲ କଲେ ଏହି ବୋଲର: କ୍ରିକେଟ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: ମାତ୍ର ୮ ବର୍ଷର କ୍ୟାରିୟର ପରେ ଇମ୍ରାନ ତାହିର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାର କିଛି ବର୍ଷ ପରେ ମଧ୍ୟ ତାଙ୍କ ସ୍ପିନ ବୋଲିଂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri