ଖୋର୍ଦ୍ଧା ସହରରେ ପୁଣି ହାତୀ

ଖୋର୍ଦ୍ଧା ଅଫିସ,୮ା୧୦:ଖୋର୍ଦ୍ଧା ସହରରେ ପୁଣି ପଶିଲା ହାତୀ। ଗତ ୪ତାରିଖ ପରେ ବୁଧବାର ରାତିରେ ପଲ୍ଲା ଛକରେ ବରୁଣେଇ ୟୁପି ସ୍କୁଲ ନିକଟରେ ୨ଟି ଦନ୍ତା ହାତୀ ପଶିଛନ୍ତି। ସ୍କୁଲ ନିକଟରେ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ କାର୍ଯ୍ୟାଳୟର ଏକ ପାଚେରି ଭାଙ୍ଗିଛନ୍ତି। ଖବରପାଇ ପୋଲିସ ଏବଂ ବନ ବିଭାଗ ଟିମ୍‌ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଖାଦ୍ୟ ଅନ୍ବେଷଣରେ କାଇପଦର ଜଙ୍ଗଲ ପଟୁ ହାତୀ ଆସିଥିବା ବନ ବିଭାଗ ଅନୁମାନ କରିଛି। ଅନ୍ୟପଟେ ଅଞ୍ଚଳରେ ହାତୀ ଥିବା ଜାଣି ସ୍ଥାନୀୟ ଲୋକେ ଭୟଭିତ ହୋଇପଡ଼ିଛନ୍ତି। ଫଳରେ ପୋଲିସ ପକ୍ଷରୁ ସେହି ରାସ୍ତା ଦେଇ ଯାତାୟାତ ବନ୍ଦ କରାଯାଇଛି।
ସୂଚନା ଅନୁଯାୟୀ, ବୁଧବାର ରାତି ସାଢ଼େ ୮ଟାବେଳେ ୨ ଦନ୍ତା ପଲ୍ଲା ସ୍କୁଲ ନିକଟରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସେହି ସ୍ଥାନରେ ଲୋକେ ରୁଣ୍ଡ ହେବା ସହ ପାଟିତୁଣ୍ଡ କରିବାରୁ ହାତୀଦ୍ୱୟ ସ୍କୁଲକୁ ପଶିଯାଇଛନ୍ତି। ସ୍କୁଲ ଭିତର ଅନ୍ଧାର ଥିବାରୁ ହାତୀ ସେଠାରୁ ଫେରିବା ବାଟ ନ ପାଇ ଗର୍ଜନ କରିବାକୁ ଲାଗିଥିଲେ। ଫଳରେ ହାତୀକୁ ଘଉଡ଼ାଇବା ଲାଗି ଲୋକେ ଟାୟାର ଜାଳି ନିଆଁ ଲଗାଇଥିଲେ। ପରେ ପୋଲିସ ଆସି ଲୋକଙ୍କୁ ଭୟଭୀତ ନ ହେବା ପାଇଁ କହିଛନ୍ତି। ତେବେ ବନ ବିଭାଗ ବିଳମ୍ବରେ ପହଞ୍ଚତ୍ବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦୀର୍ଘ ସମୟ ଧରି ହାତୀ ସ୍କୁଲ ଭିତରେ ରହିବା ପରେ ରାସ୍ତା ଉପରକୁ ଆସି ସ୍କୁଲ ନିକଟରେ ଥିବା ହସ୍ତତନ୍ତ ବିଭାଗର ଏକ ପାଚେରି ଭାଙ୍ଗି ରାସ୍ତାରେ ଅଟକି ରହିଛନ୍ତି। ଅନ୍ୟପକ୍ଷେ ଗାଁ ମୁହଁା ଛାଡ଼ି ହାତୀ ସହରରେ ପ୍ରବେଶ କରିବା ନେଇ ବନ ବିଭାଗର ଅପାରଗତାକୁ ଦର୍ଶାଉଛି। ନିକଟରେ ହାତୀ ସହରରେ ପ୍ରବେଶ କରିଥିଲେ ମଧ୍ୟ ହାତୀଙ୍କ ଗତିବିଧି ଉପରେ ନଜର ରଖିବାରେ ବନ ବିଭାଗ ଦାୟିତ୍ୱହୀନତାକୁ ସୁଚାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ହାତୀକୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି ପରିବେଶବିତ୍‌ ଧନେଶ୍ୱର ବିଧାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri