କେନ୍ଦୁଝର

କଟକଣା ମଧ୍ୟରେ କେନ୍ଦୁଝରରେ ସ୍ବାଧୀନତା ଦିବସ: କୃଷି ମନ୍ତ୍ରୀ କଲେ ପତାକା ଉତ୍ତୋଳନ

କେନ୍ଦୁଝର,୧୫।୮(ସ୍ବ.ପ୍ର.): କରୋନା କଟକଣା ମଧ୍ୟରେ କେନ୍ଦୁଝରରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ଶନିବାର ସ୍ଥାନୀୟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏ ଥିରେ ମୁଖ୍ୟ ଅତିଥି ଭାବରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଉଦ୍‌ବୋଧନ...

ଜିଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର: ସ୍ବାଧୀନତା ଦିବସରେ ଉପସ୍ଥିତ ହେଲେ ୫୦ରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା

ବଡ଼ବିଲ,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଶନିବାର ୭୪ ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଦିବସ ପାଳନ ସମିତି ସଭାପତି ତଥା ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସମିତି ସମ୍ପାଦକ ତଥା...

କରୋନା କଟକଣା ଯୋଗୁ ପାଟଣା ବ୍ଲକରେ ନିରାଡମ୍ବରେ ପାଳିତ ହେଲା ସ୍ବାଧୀନତା ଦିବସ

ପାଟଣା,୧୫।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଶନିବାର ୭୪ତମ ସ୍ବାଧୀନତା ଦିବସ କରୋନା କଟକଣା ଯୋଗୁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ମୁଖ୍ୟାଳୟ ଷ୍ଟାଡିୟମ୍‌ଠାରେ ମୁଖ୍ୟ ଅତିଥିଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ...

ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ: କେନ୍ଦୁଝରରେ ପାସ୍‌ ହାର ରହିଛି…

କେନ୍ଦୁଝର,୧୨ା୮(ସ୍ବ.ପ୍ର.) : ବୁଧବାର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। କେନ୍ଦୁଝର ଜିଲାରେ ପାସ୍‌ ହାର ୫୩.୨୯ ପ୍ରତିଶତ ରହିଥିବା ଜଣାପଡ଼ିଛିି। ପ୍ରଥମ ଶ୍ରେଣୀରେ ୩୧୧ ଜଣ ପାସ୍‌ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୫୦୯ ଜଣ...

ବଦଳୁନି ଆଦିବାସୀଙ୍କ ଜୀବନଧାରା

କେନ୍ଦୁଝର, ୧୦ା୮(ସ୍ବ.ପ୍ର.)-ଆଦିବାସୀଙ୍କ ବିକାଶ ଲାଗି ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି, ହେଲେ ଉପଯୁକ୍ତ ତଦାରଖ ଅଭାବରୁ ସେସବୁ ଫଳପ୍ରଦ ହେଉନାହିଁ। ଫଳରେ ସେମାନଙ୍କ ଜୀବନଧାରା ବଦଳିପାରୁନି। କେନ୍ଦୁଝର ଜିଲାରେ ବଣପାହାଡ଼ ଘେରା ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ଏବେବି...

ଜିଲା କଂଗ୍ରେସ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ

କେନ୍ଦୁଝର,୯ା୮(ସ୍ବ.ପ୍ର.): ଦେଶର ମହାପୁରୁଷଙ୍କ ତ୍ୟାଗ ଓ ବଳିଦାନ ପାଇଁ ରବିବାର ସ୍ଥାନୀୟ କଂଗ୍ରେସ ଭବନଠାରେ ଜିଲା କଂଗ୍ରେସ କମିଟି ପକ୍ଷରୁ ‘ଅଗଷ୍ଟ କ୍ରାନ୍ତି ଦିବସ’ ପାଳିତ ହୋଇଯାଇଛି। ମହାପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ସେହିପରି ଯୁବ କଂଗ୍ରେସ ପକ୍ଷରୁ ‘ଯୁବ...

କେନ୍ଦୁଝରରେ ୫ ଦିନରେ କରୋନା ନେଲାଣି ୪ ଜୀବନ

କେନ୍ଦୁଝର,୮ା୮(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଶନିବାର ଆଉ ଦୁଇ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଗତ ୫ ଦିନରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାରୁ ଜିଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।...

କେନ୍ଦୁଝରରେ କରୋନା ସ୍ଥିତି ଅସମ୍ଭାଳ: ଚିନ୍ତା ବଢାଉଛି ଆନନ୍ଦପୁର

କେନ୍ଦୁଝର, ୭ା୮(ଡି.ଏନ୍‌.ଏ.)-କେନ୍ଦୁଝର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁ ଥିବାବେଳେ ଗୁରୁବାର ଗୋଟିଏ ଦିନରେ ୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୨ଜଣ ସ୍ଥାନୀୟ ସଂକ୍ରମଣ ୪ଜଣ ବିଭିନ୍ନ ଟିଏମ୍‌ସିରୁ ଅଛନ୍ତି ବୋଲି ଜିଲାପାଳ ଆଶିଷ...

ସଙ୍କଟରେ କୁମ୍ଭକାର ପରିବାର

କେନ୍ଦୁଝର, ୬ା୮ (ସ୍ବ.ପ୍ର.)-ଖରାଦିନ ଆସିଲେ ଟିକେ ଥଣ୍ଡା ପାଣି ପାଇବା ପାଇଁ ଖୋଜା ପଡେ ହାଣ୍ଡି, ମାଠିଆ, ସୁରେଇ। ସେତେବେଳେ ସମସ୍ତଙ୍କର କୁମ୍ଭକାରମାନଙ୍କ କଥା ମନେପଡ଼େ। ଆଜିକାର ପ୍ଲାଷ୍ଟିକ୍‌, ଷ୍ଟିଲ, ସିଲଭର ବାସନ ଯୁଗରେ ପ୍ରୋତ୍ସାହନ ଅଭାବରୁ ଏହି ବେଉଷା...

ଏନ୍‌ଏସି ବାସୀ ପିଉଛନ୍ତି ଗୋଳିଆ ପାଣି

ଚମ୍ପୁଆ,୫।୮(ଡି.ଏନ.ଏ)- ଜନସ୍ବାସ୍ୟ ବିଭାଗ ପକ୍ଷରୁ ଚମ୍ପୁଆ ଏନଏସି ବାସୀଙ୍କୁ ଗୋଳିଆ ପାନୀୟ ଜଳ ଯୋଗାଇ ଦିଆଯାଉଥିବାରୁ ଅସନ୍ତୋଷ ଦେଖାଦେଇଛି। ନିୟମିତ ଭାବେ ଏହି ପାନୀୟ ଜଳ ଯୋଗାଇ ଦିଆଯାଉଥିବାରୁ ଏନ୍‌ଏସି ବାସୀଙ୍କ ସ୍ବାସ୍ଥ୍ୟକୁ ନେଇ ବିଭାଗର ଦାୟିତ୍ୱ ପ୍ରତି ପ୍ରଶ୍ନ...

ବଜ୍ରପାତ ନେଲା ୭ ଜୀବନ

ବାଲେଶ୍ୱର ଅଫିସ/ ରେମୁଣା/ସଜନାଗଡ/ ଚାନ୍ଦବାଲି/ଭଦ୍ରକ ଅଫିସ/କେନ୍ଦୁଝର, ୪। ୮(ଡି.ଏନ.ଏ./ସ୍ବ.ପ୍ର.) ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ହୋଇ ଅକାଳରେ ୭ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଭଉଣୀଭାଇ ଅଛନ୍ତି। ରାଖୀ ପୂର୍ଣ୍ଣିମା ଅବସରରେ ଏଭଳି ଦୁଃଖଦ ଘଟଣା...

ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ

ଚମ୍ପୁଆ, ୪। ୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ସାତହଳିଆ ଗ୍ରାମରେ ପ୍ରାୟ ୨୦ ଦିନ ହେବ ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଯାଇଥିବାରୁ ଗ୍ରାମବାସୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି ପାହିଲେ ପାନୀୟ ଜଳ କେଉଁଠୁ ଆଣିବେ...

Advertisement


Archives

Model This Week

Why Dharitri