ଆଶଙ୍କାରେ ପେନ୍‌ସନ୍‌ଭୋଗୀଙ୍କ ଭବିଷ୍ୟତ, ସମସ୍ତେ ଏକାଠି ହୋଇ…

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଭବନ କେନ୍ଦୁଝରଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସଭାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ୨୫ ମାର୍ଚ୍ଚ ୨୦୨୫ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ସିଭିଲ ସର୍ଭିସ ପେନ୍‌ସନ୍‌ ଆକ୍ଟ ଦେଶର ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ପେନ୍‌ସନ୍‌ ଅଧିକାରକୁ କ୍ଷୁଣ୍ଣ କରୁଥିବାରୁ ସମସ୍ତ ଉପସ୍ଥିତ ସଭ୍ୟ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାଦ୍ବାରା ୮ମ ବେତନ କମିଶନ ପେନ୍‌ସନ୍‌ ଅଭିବୃଦ୍ଧିର ସୁଯୋଗରୁ ତା ୩୧- ୧୨-୨୦୨୫ ରିଖ ପୂର୍ବରୁ ଅବସର ଗ୍ରହଣ କରିଥିବା ସରକାରୀ କର୍ମଚାରୀ ବୃନ୍ଦ ବଞ୍ଚିତ ହେବେ। ବୟସ ବୃଦ୍ଧି ସହିତ ବିଭିନ୍ନ ପାରିବାରିକ ବୋଝ ବଢ଼ିଚାଲିଥିଲା ବେଳେ ଏହା ଗଭୀର ଭାବରେ ପେନ୍‌ସନ୍‌ ଭୋଗୀଙ୍କ ଜୀବନଶୈଳୀକୁ ପ୍ରଭାବିତ କରିବ ବୋଲି ସଭାରେ ଆଶଙ୍କା ପ୍ରକାଶ ପାଇଥିଲା। ଦେଶର ଅନେକ ରାଜ୍ୟରେ ପେନ୍‌ସନ୍‌ ଭୋଗୀଙ୍କୁ ଚିକିତ୍ସା ଭତ୍ତା ପ୍ରଦାନ କରୁଥିଲେ ମଧ୍ୟ ଆମ ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇନାହିଁ। ପେନ୍‌ସନ୍‌ ସାମାଜିକ ସୁରକ୍ଷାର ଏକ ମାଧ୍ୟମ। ଏହାକୁ ସୁରକ୍ଷିତ ରଖିବା ପାଇଁ ସଙ୍ଗଠିତ ଆନ୍ଦୋଳନ ଏକାନ୍ତ ଆବଶ୍ୟକ ବୋଲି ଆଲୋଚନା କରାଯାଇ ମାର୍ଚ୍ଚ ୨୫ ତାରିଖ ଦିନ ଏହି ଆକ୍ଟ ପ୍ରତ୍ୟାହାର ନିମନ୍ତେ ଜିଲାପାଳ କେନ୍ଦୁଝରଙ୍କ ମାଧ୍ୟମରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ। ତଥାପି ଏ ସମସ୍ୟା ସମାଧାନ ନହେଲେ ପରବର୍ତ୍ତୀ ସମୟରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ପ୍ରସ୍ତୁତ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ବ୍ଲକ ସଂଯୋଜକ ବୃନ୍ଦ ନିଜ ନିଜ ବ୍ଲକରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକତ୍ରିତ କରି ସଚେତନତା ସୃଷ୍ଟି କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଗଲା ଓ ବିଡିଓ, ଉପଜିଲାପାଳଙ୍କ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା।

ଏହି ଆଲୋଚନାରେ ଜିଲା କାର୍ଯ୍ୟକାରୀ ସଭାପତି ଚିନ୍ତାମଣି ଜେନା, କ୍ଷୀରୋଦ କୁମାର ରାଉତ, ଭିକାରୀ ଚରଣ ସାହୁ, ନଳିନୀ ଚନ୍ଦ୍ର ଘଣା, ସୁଶୀଲ କୁମାର ନାୟକ, ଗୌରହରି ଗିରି, ବଳରାମ ରାଉତ, କାଶୀନାଥ ମହାନ୍ତ, ପ୍ରସନ୍ନ କୁମାର ପରିଡ଼ା, ଦିଗମ୍ବର ଗିରି, ଗୋପୀନାଥ ଦାଶ, ନରେନ୍ଦ୍ର କୁମାର ପ୍ରଧାନ, ଦୁର୍ଯ୍ୟୋଧନ ସାହୁ, ନୀଳମଣି ସାମଲ, ପ୍ରଦ୍ୟୁମ୍ନ ନାୟକ, ବୈଲୋଚନ ସାହୁ, ବାଙ୍କ ବିହାରୀ ମହାନ୍ତ ପ୍ରମୁଖ ନିଜ ନିଜ ମତାମତ ପ୍ରଦାନ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିକୁ ଏଣ୍ଟ୍ରିକୁ ନେଇ ବଡ଼ ଘୋଷଣା କଲେ ଅଭିଜିତ ଦୀପକେ! ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୫।୮: କକ୍‌ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଜନ୍ତର-ମନ୍ତରରେ ହୋଇଥିବା ପ୍ରତିବାଦ ପରେ ବର୍ତ୍ତମାନ ଆଗାମୀ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଅଭିଜିତଙ୍କ ଘରେ ଆଜିଠାରୁ…

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri