କେନ୍ଦୁଝର

ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଚିହ୍ନଟ: ଡିଆଇଜି

କେନ୍ଦୁଝର,୧୩ା୧୦(ସ୍ବ.ପ୍ର.) କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିଥିବା ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଏନେଇ ବହୁ ପ୍ରମାଣ ମିଳିସାରିଛି। ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଡିଆଇଜି ଜୟନାରାୟଣ ପଙ୍କଜ ଧରିତ୍ରୀ ଜିଲା ପ୍ରତିନିଧିଙ୍କୁ କହିଛନ୍ତି।…

କୋଭିଡ୍‌ କଟକଣା ମଧ୍ୟରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା

ପାଟଣା,୧୩ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟର ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ନୀତି କାନ୍ତି କୋଭିଡ୍‌ କଟକଣା ମଧ୍ୟରେ ଅଷ୍ଟମୀ ପୂଜା ଚାଲିଛି। ପୂଜକ ଭାବେ ପଣ୍ଡିତ ଦେବେନ୍ଦ୍ର କୁମାର ମିଶ୍ର ଓ ବୃନ୍ଦାବନ ଷଡ଼ଙ୍ଗୀ ପୂଜାର୍ଚ୍ଚନା କରିଥିବା…

ଯୁବକଙ୍କ ମୃତ୍ୟୁକୁ ନେଇ ରେଳ ଷ୍ଟେଶନରେ ତୁମୁଳକାଣ୍ଡ

ଯୋଡ଼ା,୧୨।୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଧୀନ ବାଂଶପାଣି ରେଳ ଷ୍ଟେଶନରେ ଜଣେ ରେଳବାଇ ପୋଲିସ କର୍ମୀ ଜଣେ ଯୁବକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ର କରି ଷ୍ଟେଶନରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ଷ୍ଟେଶନରେ ଭଙ୍ଗାରୁଜା କରିଛନ୍ତି।…

ମାଛ ଧରିବାକୁ ଯାଇ ଭାସି ଯାଇଥିଲେ ଯୁବକ: ମିଳିଲା ମୃତଦେହ

ପାଟଣା,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ଗ୍ରାମ ଦେଇଯାଇଥିବା ବୈତରଣୀ ନଦୀରେ ମାଛ ଧରିବାକୁ ଯାଇ ସୋମବାର ଜଣେ ଯୁବକ ଭାସି ଯାଇଥିଲେ। ମଙ୍ଗଳବାର ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଗ୍ରାମର ବାଲ୍ମୀକି ବିଶୋଇଙ୍କ ପୁଅ ସହଦେବ…

ସିସିଟିଭି ଫୁଟେଜ୍‌ ଜାରି କଲା ପୋଲିସ, ଧରାଇଦେଲେ ମିଳିବ ପୁରସ୍କାର

କେନ୍ଦୁଝର,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କୁ ଆକ୍ରମଣ ଘଟଣାରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ୍‌ ଜାରି କରିଛି। ଆକ୍ରମଣ ପରେ ବାଇକ୍‌ରେ ଖସି ପଳାଇବା ସମୟରେ ସିସିଟିଭିରେ କଏଦ୍‌ ହୋଇଥିବା ଏହି ବ୍ୟକ୍ତି ଜଣଙ୍କୁ ଧରାଇ ଦେଲେ…

ବିଧାୟକ ମୋହନ ମାଝିଙ୍କ ଉପରେ ଆକ୍ରମଣ ଘଟଣା: ପ୍ରତିବାଦରେ ଏନ୍‌ଏଚ୍‌ ୪୯ ଅବରୋଧ

କେନ୍ଦୁଝର,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଭାଜପା ପକ୍ଷରୁ ମଙ୍ଗଳବାର ବିକ୍ଷୋଭ କରାଯାଇଛି। ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ସ୍ଥାନୀୟ ଗାନ୍ଧୀଛକଠାରେ ଭାଜପା କର୍ମୀ ରାସ୍ତାରେ ବସି ଆନ୍ଦୋଳନ କରିବା…

ରାଇସୁଆଁ, ଟଣ୍ଟୋ ଏୟାରଷ୍ଟ୍ରିପ୍‌କୁ ଅଣଦେଖା

କେନ୍ଦୁଝର,୧୨।୧୦(ସ୍ବ.ପ୍ର.)-ଖଣିଖାଦାନ ସମୃଦ୍ଧ କେନ୍ଦୁଝର ଜିଲାରେ ଥିବା ବହୁ ପୁରୁଣା ଦୁଇ ଏୟାରଷ୍ଟ୍ରିପ୍‌ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇରହିଛି। କେନ୍ଦ୍ର ସରକାର ଉଡାନ ଯୋଜନାରେ ରାଜ୍ୟର ବିଭିନ୍ନ ଏୟାରଷ୍ଟ୍ରିପ୍‌ର ବିକାଶ ଓ ସମ୍ପ୍ରସାରଣ କରୁଥିବା ବେଳେ ଏହି ଜିଲାର ଏୟାରଷ୍ଟ୍ରିପ୍‌କୁ ଅଣଦେଖା କରାଯାଇଛି।…

ଗ୍ୟାସ୍‌ ସିଲିଣ୍ଡରରୁ ନିଆଁ ଲାଗି ଗୁରୁତର ମହିଳା ଆଖି ବୁଜିଲେ

ପାଟଣା,୧୧ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଗ୍ରାମର ହାଟ ତୋଟା ସାହିରେ ଶନିବାର ରାତିରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଣେ ୫୫ ବର୍ଷୀୟା ମହିଳା ଶୈଳବାଳା ବେହେରା ଗୁରୁତର ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼…

ଗିରଫ ହେଲେ ବଡ଼ବିଲ ବୋମା ମାଡ଼ର ଦୁଇ ଅଭିଯୁକ୍ତ

ବଡବିଲ, ୧୦।୧୦(ସ୍ବ.ପ୍ର): କେନ୍ଦୁଝର ଜିଲା ବଡବିଲରେ ହାର୍ଡୱେର ଦୋକାନ ଉପରକୁ ବୋମା ମାଡ଼ ଘଟଣାର ପର୍ଦ୍ଦାଫାଶ କରିଥିବା ପ୍ରେସମିଟରେ ସୂଚନା ଦେଇଛି ପୋଲିସ। ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ଅଢେଇ ଲକ୍ଷ ଟଙ୍କା,…

ଏନ୍‌ଏଚ୍‌ ୪୯ ଅବରୋଧ

କେନ୍ଦୁଝର,୧୦।୧୦(ସ୍ବ.ପ୍ର.): କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ବୋମା ମାଡ଼ ପ୍ରତିବାଦରେ କେନ୍ଦୁଝରରେ ଟାୟାର ଜାଳି ଭାଜପା ପକ୍ଷରୁ ରାସ୍ତାରୋକୋ କରାଯାଇଛି। ଏନ୍‌ଏଚ୍‌ ୪୯କୁ ଅବରୋଧ କରି ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି…

ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ପ୍ରତିବାଦରେ ରାସ୍ତା ଅବରୋଧ

କେନ୍ଦୁଝର,୧୦ା୧୦(ସ୍ବ.ପ୍ର.): ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ବୋମାମାଡ଼ ପ୍ରତିବାଦରେ କେନ୍ଦୁଝରରେ ଭାଜପା ପକ୍ଷରୁ ରାସ୍ତାରୋକୋ ଆରମ୍ଭ ହୋଇଛି। ଟାୟାର୍‌ ଜଳାଇ ଗାନ୍ଧୀ ଛକଠାରେ ଏନ୍‌ଏଚ୍‌ ୪୯କୁ ଅବରୋଧ କରି ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ ନେଇ ରାଜନୈତିକ ଉଷ୍ଣତା…

କେନ୍ଦୁଝର ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼: ସହରରେ ଚାଞ୍ଚଲ୍ୟ

କେନ୍ଦୁଝର,୧୦।୧୦(ସ୍ବ.ପ୍ର):କେନ୍ଦୁଝର ଜିଲା ସଦର ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରେ ରବିବାର ବୋମାମାଡ ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଟାଉନ ଥାନା ମଣ୍ଡୁଆ ନିକଟରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମା ଫୋପାଡ଼ି ଫେରାର ହୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri